STORYMIRROR

ତ୍ରିନାଥ ବେହେରା

Others

3  

ତ୍ରିନାଥ ବେହେରା

Others

ଅଭିମନ୍ତ୍ରିତ

ଅଭିମନ୍ତ୍ରିତ

1 min
198

        

     ସ୍ୱପ୍ନ ଆଉ ସମ୍ଭାବନା ସବୁ

     କୁହୁଡିରେ ପହଁରିଲା ବେଳେ

     କିବା ଲୋଡା ଆଉ

     ତୁମ ସେ ରୂପ ଲାବଣ୍ୟ

     ପ୍ରୀତିର ମଦିରା

     ମୁହଁ ଖୋଲି ପିଇବାକୁ

     ଏବେ ତ ବାସ୍ତବର 

     କଡା ପ୍ରହରାରେ ମୁଁ

     ଅଭିମନ୍ତ୍ରିତ ନୂଆ ଦିଗନ୍ତରେ

     ଯେଉଁଠି ପାପ ପୂଣ୍ୟର

     ଭଲ ମନ୍ଦ ଛଳନା କପଟର

     ହିସାବ ରଖିବାକୁ କେହି

     ନଥିବେ ଆଉ ନଥିବେ

     କହିବାକୁ ନିଜର ସଙ୍କୋଚରେ ାା 


     କିଏ କହୁ ବା ନ କହୁ 

     ଏବେ ତ ଗୋଟାପଣେ ମୁଁ

     ଦୌଡାଳି ସାଜିଛି ମୋ

     ଅଭିମନ୍ତ୍ରିତ ପଥରେ 

     ଯେଉଁଠି ତୁମେ ବି ଆଜି

     ବାସନାହୀନ ପଳାସ ପ୍ରାୟେ

     ମୁକ୍ତାଜ୍ଜ୍ୱଳ ଜୀବନ ପଥରେ

     ରଙ୍ଗୀନ୍ ମୁରୁଜ ବୁଣି ମୁଁ

     ପ୍ରତିଟି କ୍ଷଣ ଅଗ୍ରସର 

     ନିଜକୁ କଷି କଷି ସୀମାହୀନ

     କର୍ତ୍ତବ୍ୟ ପଥରେ 

     ଅଭିମନ୍ତ୍ରିତ ଦିଗନ୍ତରେ

  


Rate this content
Log in