STORYMIRROR

ତ୍ରିନାଥ ବେହେରା

Romance

3  

ତ୍ରିନାଥ ବେହେରା

Romance

ହୃଦୟକୁ ମୋର ଦେଇଦେଲି ଧାର

ହୃଦୟକୁ ମୋର ଦେଇଦେଲି ଧାର

1 min
41


ହୃଦୟକୁ ମୋର ଦେଇଦେଲି ଧାର,

କରିବ ତାହାର ଯତନ

ଦୁନିଆ ଭିଡରେ ଛଳନା ରାଜ୍ୟରେ ,

ହଜାଇ ଦେବନି ଧନ ାା


ଅପହଞ୍ଚ ଏକ ଇଲାକା ଯେ ଥିଲା,

ଏଇ ମୋ ମନ ଉପବନ

ତୁମକୁ ଦେଖିଲା ପରେ ଗୋ ସଜନୀ,

ହୃଦୟେ ବଢିଛି ସ୍ପନ୍ଦନ

ବୟସର ଏଇ ବସନ୍ତ ଋତୁରେ,

ବହୁଛି ପୀରତି ମଳୟ ପବନ

ହୃଦୟକୁ ମୋର ଦେଇଦେଲି ଧାର,

କରିବ ତାହାର ଯତନ ାା


ନବ ଆଶା କେତେ ନବ ଉନ୍ମାଦନା,

ଜନ୍ମୁଛି ହୃଦୟେ ପ୍ରତି କ୍ଷଣ

ତାଳୁରୁ ତଳିପା ସବୁ ତକ ମୋର,

କରେ ନିତି ତୁମ ଜୟଗାନ ାା


ଗୋ! ପ୍ରେୟସୀ ତୁମେ ମୋର ବୋଲି,

ମନ ଡିଣ୍ଡିମ ପିଟୁଛି ନିତିଦିନ

ଯୌବନର ଏଇ ଫଗୁଣ ମାସରେ,

ଖୁସି ହୁଏ ସବୁ ଛଅଗୁଣ

ତୁମ ପ୍ରଣୟ ରସରେ ସିକ୍ତ ହୋଇ,

ଭିଜିବାକୁ ଇଛା ସାରା ଦିନ

ହୃଦୟକୁ ମୋର ଦେଇଦେଲି ଧାର ,

କରିବ ତାହାର ଯତନ ାା


ତ୍ରିନାଥ ଭାସଇ ପୀରତି ସାଗରେ,

ତୁମେ ସତ କରିବ ମୋ ସପନ

ହୃଦୟକୁ ମୋର ଦେଇଦେଲି ଧାର ,

କରିବ ତାହାର ଯତନ ାା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance