STORYMIRROR

Debadatta Jena

Romance

4.0  

Debadatta Jena

Romance

ଶାଶ୍ୱତ ଝରଣାଟିଏ.. .

ଶାଶ୍ୱତ ଝରଣାଟିଏ.. .

1 min
254



ପ୍ରେମ ନୁହେଁ ଜମା ଅଢେଇ ଅକ୍ଷର କେଉଁ ଅଦେଖା ଆଖି ସପନ, 


ପ୍ରେମ ନୁହେଁ ଜମା ଗୋପନ ରାଇଜ କେଉଁ ଅବୁଝା ଆଖି ମିଳନ | 


ପ୍ରେମ ସେଇ ଯିଏ ହୃଦୟ ରାଇଜେ ଯେ ଅଲିଖିତ ଅଲେଖା ଗାର, 


ପ୍ରେମ ସେହି ଯିଏ ଦୁଇଟି ଆତ୍ମାର ମଧୁର ସଂଗୀତର ନଈ ଧାର || 


ପ୍ରେମ ନୁହେଁ କେବେ ଦୁଇଟି ଦେହର ମିଳନ ଆତ୍ମ ତୃପ୍ତ ଅଭିମାନ, 


ପ୍ରେମ ନୁହେଁ କେବେ ଜୀବନ ଯୌବନ ଅବା ଆତ୍ମ ତୁଷ୍ଟି ଅଭିଧାନ |


ପ୍ରେମ ହୁଏ ଯେବେ ହୃଦୟ ବକ୍ଷରେ ସେ ତ ଢେଉ ଜୁଆର ସମାନ, 


ପ୍ରେମ ହୁଏ ଯେବେ ପ୍ରାଣର

ପୁଲକେ ଅଟେ ନୈସର୍ଗିକ ସଂବିଧାନ ||


ପ୍ରେମ ପ୍ରେମ ବୋଲି ଯାହାକୁ ଭାବୁଛ ସେ ପ୍ରେମେ ମଧୁରତା କାହିଁ, 


ପ୍ରେମେ ପ୍ରେମ ହେଲେ ଦୁଇ ହୃଦୟରେ ସେ ଆବିଳତା ଚିହ୍ନ ନାହିଁ |


ପ୍ରେମ ନୁହେଁ କେଉଁ ଜୈବିକ ପିପାସା କ୍ଷଣେ କ୍ଷଣେ ଯେ ପ୍ରାପ୍ତ ହୁଏ 


ପ୍ରେମ ନୁହେଁ ଜମା କେଉଁ ଯୌଗିକ ବିଷୟ ବାସନାରେ ତୃପ୍ତ ହୁଏ ||


ପ୍ରେମ ଶାଶ୍ୱତ ଝରଣାଟିଏ,ଝରି ଯାଉ ଥାଏ, ଅବୁଝା ହୃଦୟେ, 


ଜୀବନ ସାଗର ତୀରେ | 


ପ୍ରେମ ହୃଦୟ ଝରଣା ସିଏ, ଝରି ଝରୁ ଥାଏ, ମନର ମୁଲକେ, ଚିରନ୍ତନ ସ୍ରୋତ ଟିଏ ||


Rate this content
Log in

Similar oriya poem from Romance