STORYMIRROR

DAYANAND SABAR

Romance

3  

DAYANAND SABAR

Romance

କଥା ତୋର ମହୁ ମିଠା

କଥା ତୋର ମହୁ ମିଠା

1 min
212

କଥା ତୋର ମହୁ ମିଠା

ଗାଉ ଗୀତ କୋଇଲି ପରି

ତୋ ସମ କେହି ହେବେନି

ପରୀ ବି ହେବ ନି ତୋ ସରି


ତୋ ଦେହର ମହକରେ 

ଦୁନିଆ ମହକି ଯାଏ

ତୁ ହସିଲେ ସାଗରେ

ଆକାଶରୁ ବର୍ଷା ହୁଏ


ତୋ ଗୋଲାପୀ ଓଠରେ

 ଝରେ ଝରା ଶ୍ରାବଣ

ତୋ କୋମଲ ପରସେ

ମୋ ଦେହରେ ହୁଏ ଶୀହରଣ


ତୋ ନୀଳ ସିନ୍ଧୁ ପରି ଆଖି

ମନ ମୋର କିଣି ନିଏ

ତୁ ଯୁଆଡେ ଚାହିଁ ଦେଲେ

ସେଆଡ଼େ ଫୁଲ ଝରି ଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance