ମାଆ
ମାଆ
ନଅ ମାସ ତୁହି ଗର୍ଭେ ରଖିଥିଲୁ
କେତେ ଦୁଃଖ କଷ୍ଟ ସହି |
ସେହି ଉପକାର ମୋ ଜୀବନ ଥିବା ଯାଏ
ମାଆ କେବେବି ଭୁଲିବି ନାହିଁ ||
ମୁଁ ନ ଶୋଇଲେ ଲୋରୀ ଗିତ ଗାଇ
ସୁଏଇ ଦେଉ ଥିଲୁ ତୋ କୋଲରେ |
ନାହିଁ ଏଠି ମୋର ଭାଇ କି ଭଉଣୀ
ମାଆ ଅନାଥ ମୁଁ ଏଇ ଦୁନିଆରେ ||
ଛୋଟ ଥିଲା ବେଲେ ଚାଲିବା ଶିଖେଇ ଥିଲୁ
ମୋ ହାତକୁ ଧରି ତୋ ହାତେ |
କାହିଁକି ମୋ ହାତ ଛାଡି ଦେଲୁ ଆଜି
ମାଆ ଏଇ ଅନ୍ଧକାରମୟ ପଥେ ||
ତୁ ଥିଲା ବେଲେ ସ୍ନେହ ମମତାରେ
ମତେ ଗେଲ କରୁଥିଲୁ କେତେ |
ଭୋକ ହେଲେ ମତେ ଜାଣି ପାରୁଥିଲୁ
ପାଖରେ ଥାଇ ଖୁଏଇ ଦେଉଥିଲୁ ମତେ ||
ମୁଁ ଆସିଲା ପରେ ଧରଣୀ ବକ୍ଷରେ
ତୋ ସ୍ତନ ରୁ କ୍ଷୀର ପିଆଉ ଥିଲୁ |
କାହିଁକି ଆଜି ମତେ ଛାଡି ଦେଇ
ମାଆ ପୁଣି ସରଗକୁ ଚାଲିଗଲୁ ||
ତୁ ଗଲା ଦିନୁ ଭୋକ ବି ଲାଗୁନି
ମତେ ଲାଗୁଅଛି ଛିନା ଛିନା |
ଏ ଦୁନିଆରେ କେମିତି ବଞ୍ଚିବି
ମାଆ ତୋ ସ୍ନେହ ମମତା ବିନା ||
କାହାକୁ କହିବି ମୋ ଦୁଃଖର କଥା
ଏଠି ତ ମିତ୍ର ବି ଶତ୍ରୁ ହୁଏ |
ଭାଇ ଭାଇ ଏଠି ନୁହେ କେହି କାହାର
ଧନ ପାଇଁ ନିଜ ସ୍ତ୍ରୀ କୁ ବିକି ଦିଏ ||
ଲକ୍ଷାଧିକ ଜନସଂଖ୍ୟା ମଧ୍ୟରେ
ମୁଁ ଏକୁଟିଆ ଅନାଥ ଆଜି |
କିଏ ଶିଖେଇବ ମତେ ଦୁନିଆର ଚଳିବା
କେମିତି ଜିତିବି ଜୀବନର ବାଜି ||