STORYMIRROR

Shaktiprava Mishra

Classics

4  

Shaktiprava Mishra

Classics

ଅଭିଶପ୍ତା

ଅଭିଶପ୍ତା

1 min
350


କେତେବେଳେ କିଏ କେଉଁ ମୁହୂର୍ତ୍ତରେ

କହିଦେଲା ତାକୁ ଅସ୍ପୃଶ୍ୟ ଜାତିର ଯେ

ସମସ୍ତେ କରିଦେଲେ ଅଣଦେଖା

ଭିଡ଼ ଭିତରେ ସେ ହେଲା ଏକୁଟିଆ


ଅନେକବାର ଭାବିଛି ସିଏ

ଏମିତି ଜୀବନ ବଂଚି କି ଅବା ଲାଭ

କେବଳ ବଂଚିବା ପାଇଁ ବଂଚିବାରେ

ଜୀବଟିଏକୁ ମିଳିବ କି ଅନୁଭବ


ଫୁଲ ଜନ୍ମ ପାଇ ଯଦି ହେଲାନାହିଁ

ଦେବତାର ଗଳା ର ହାର

ଅକାରଣ ଏଇ ଜୀବନ ତାର

ହେଲାନାହିଁ ସିମନ୍ତିନୀର ଜୁଡ଼ାର ସମ୍ଭାର


ଯେଉଁ କଲୋନୀଟି ଏଇମାତ୍ର ତିଆରି ହେଲା

ସେଠି ଅନ୍ୟର ଅନାଗ୍ରହରେ ସେ ବି ଉଠିଛି

ସିରାଜ ନର୍ସରୀ ଟା ବି ପାଖରେ ଥିବାରୁ

ଗଛରେ ଫୁଲରେ କଲୋନୀ ମଣ୍ଡି ହୋଇଯାଇଛି


ମଣିଷମାନେ ଯଦିଓ ତା ପାଖକୁ ଆସନ୍ତିନି

ଭଅଁର ,ପରଜାପତି ନିଇତି ଉଡନ୍ତି

ତା ଫୁଲରୁ ମହୁ ଶୋଷି ସେଇ ଅଇଁଠା ଓଠରେ

ପୁଣି ସମ୍ଭ୍ରାନ୍ତ ଫୁଲକୁ ମନଭରି ଚୁମନ୍ତି


ଭାରି ଅଭିମାନ ଲାଗେ ଦେଖିଦେଲେ

ମଣିଷର ଏତେସବୁ ପାତରଅନ୍ତର

ବେଳେବେଳେ ଇଚ୍ଛାହୁଏ ଶେଷ କରିଦିଅନ୍ତା କି

ଏ ଅପାନ୍କତେୟ ଜୀବନ ତାହାର


ସେ ଚାହିଁଲେ କି ହେଉଛି ସେ କଥା

ଅନିଛାରେ ବି ତା ବଂଶ ବିସ୍ତରୀ ଚାଲିଛି

ପୃଥିବୀ ଦେଉଛି ମାଟି ଆକାଶ ଅଜାଡୁଛି ଜଳ 

ଆଉ ସୂର୍ଯ୍ୟ ଆଲୋକ ଓ ଉତ୍ତାପ ବାଣ୍ଟୁଛି


ଅଦରକାରୀ ଅସ୍ପୃଶ୍ୟ ମାନିନେଲେ ବୋଲି ତ 

ସବୁବେଳେ ତା ଗଛ ଫୁଲରେ ଭରିଛି

ସବୁଫୁଲ ତୋଳି ଅନ୍ୟଗଛକୁ ଲଣ୍ଡା କଲାବେଳେ

ତା ପାଖରେ ମଣିଷର ହାତ ଅଟକିଯାଉଛି


କିଏ ଦିନେ ଏବେ କହିବା ଶୁଣିନେଲା ସିଏ

କେତେ ଫୁଲ ଆଉ ଦିଶୁଛି ସତେ କେତେ ସୁନ୍ଦର

ଉତର ଥିଲା ଆଇଁଶକାତି ଲୋ ତୋଳିବୁନି ତାକୁ

ଅଭିଶପ୍ତ ଫୁଲ ସିଏ ଦେବତାର ଅଟେ ଅନାଦର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shaktiprava Mishra

Similar oriya poem from Classics