Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

4.0  

Arjuni charan Behera

Classics Others

ସାଗର ସମ୍ଭବା

ସାଗର ସମ୍ଭବା

1 min
175


   

ଅମୃତ ଲାଭ ଲାଳସେ ମିଳି ଦେବାସୁର l

ଖୁଆ ଦଣ୍ଡ ମନ୍ଦରରେ ମନ୍ଥିଲେ ସାଗର ll

ବାସୁକୀ ନାଗ ରଜ୍ଜୁକୁ ବେନି ପାଶେ ଧରି l 

ବୁଲାନ୍ତେ ଜଳେ ବୁଡ଼ିଲା ସେ ମନ୍ଦରଗିରି ll

ସ୍ୱୟଂ ନାରାୟଣ କୂର୍ମ ଅବତାର ଧରି l

ପୃଷ୍ଠରେ ଧରିଲେ ତୋଳି ସେହି ମହାଗିରି ll

ଅମୃତ ଶୁଭ ବେଳାରେ ଶୁଭ ଲଗ୍ନ ବେଳେ l

ଲକ୍ଷ୍ମୀ ଉଠିଲେ ମନ୍ଥନୁ ସେହି ମହାଜଳେ ll

ସୁବର୍ଣ୍ଣ କାନ୍ତି ଝଟକେ ଚୌଦିଗେ ପ୍ରସରି l

ପ୍ରତୀତ ଲାଗଇ ଯଥା ଜୀମୂତେ ବିଜୁଳି ll

ରତ୍ନ ସିଂହାସନ ଦେଲେ ଦେବରାଜ ଆଣି l

ତହିଁରେ ବିଜୟ କଲେ ମାତା କମଳିନୀ ll

ମୁନିଏ ମିଳିଲେ ତୀର୍ଥ ଜଳ କୁମ୍ଭେ ଭରି l

ବନ୍ଦନା କରିଲେ ବେଦ ମନ୍ତ୍ରକୁ ଉଚ୍ଚାରି ll

ବେନି ଗଜରାଜ ପୁଣ୍ଡରୀକ ଐରାବତେ l

ସ୍ବର୍ଣ୍ଣ କୂମ୍ଭୁ ଜଳ ବରଷନ୍ତି ଥୋର ହସ୍ତେ ll

ଗନ୍ଧର୍ବେ ଗାଵନ୍ତି ଗୀତ ନାଚନ୍ତି ଅପ୍ସରା l

ପ୍ରଣବ ଓଁକାର ନାଦେ ଉଛୁଳିଲା ଧରା ll

ନାନା ରତ୍ନ ଅଳଙ୍କାରେ କମଳା ଶୋଭିତ l

ଦେଵଗଣ ମିଳିଦେଲେ ଯେ ଯାହା ଉଚିତ l

ରୁଣୁ ଝୁଣୁ ନାଦରେ ଗମନ ଜନମାତା l

କମଳା ବିଳାସୀ କମଳିନୀ ହେମଲତା ll

ଚରଣରେ ଦେଇ ମନ ଗମିଲେ କମଳା l

ଗୋବିନ୍ଦଙ୍କ ଗଳେ ଲମ୍ବାଇଲେ ରତ୍ନମାଳା ll

ବିଷ୍ଣୁଙ୍କ କୋଳେ ବସିଲେ ଯାଇ ଜନମାତା l

ଯେ ମାତା ଅଟନ୍ତି ଜୀବ ଜୀବନର ଦାତା ll

ଲକ୍ଷ୍ମୀ ନାରାୟଣ ଦେଖି ଚନ୍ଦ୍ର ମୁଖ ବେନି l

ଦେବତା ହର୍ଷ ସନ୍ତୋଷ ଲଭିଲା ମେଦିନୀ ll

      

    


 



Rate this content
Log in

Similar oriya poem from Classics