STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମନୋହର ହେମନ୍ତ ଋତୁ

ମନୋହର ହେମନ୍ତ ଋତୁ

1 min
0

       ମନୋହର ହେମନ୍ତ ଋତୁ
         =============
ରୁଚିରନିର୍ମଳଶୋଭା ଜଗତେ ପ୍ରକାଶି l ରୁଚିର ହେମନ୍ତଋତୁ ବିରାଜିଲା ଆସି ll
ଅଳ୍ପ ଅଳ୍ପ ଶୀତପଡ଼ି ଶିଶିର ରାତ୍ରିରେ l
ଗଙ୍ଗ ଶିଉଳିର ବାସ ଜନମନ ହରେ ll ଶିଶିରରେ ନାଶଗଲେ ପଙ୍କଜ ସକଳ l ଫୁଟିଛନ୍ତି ଜଳେ କଇଁ, କୁମୁଦ ଉତ୍ପଳ ll ଶିଶିରର ବିନ୍ଦୁ ମୁକ୍ତା ପରି, ଦୂର୍ବାଦଳେ l ଧନପତି ବର୍ଷିଛନ୍ତି କିବା ନିଶି କାଳେ ll ନିର୍ମଳ ଚନ୍ଦ୍ରମଣ୍ଡଳ ନିଶିକାଳେ ଦେଖି l ଚକ୍ରବାକ ଦମ୍ପତ୍ତିଏ  ହେଉଛନ୍ତି ସୁଖି ll ନିଶିବଡ଼ହୁଏ କ୍ରମେ ଦିନ ହୁଏ ଛୋଟ l ହେମନ୍ତଅନ୍ତରେ ପଡ଼ିଯିବ ବଡ଼ଶୀତ ll
ହିମ ଋତୁରେ କାର୍ତ୍ତିକ ପୁଣି ମାର୍ଗଶିର l ପୁଣ୍ୟମାସ ଦୁଇଟି ଏ ମାସଙ୍କଭିତର ll
ପ୍ରଭୁ ଦାମୋଦରଙ୍କର କାର୍ତ୍ତିକ ପୂଜନ l
ହବିଷ ପାଳିଲେ ସବୁ ପୁଣ୍ୟଅର୍ଥିଜନ ll କାର୍ତ୍ତିକ ଅନ୍ତରେ ପ୍ରଭୁଙ୍କର ମହାରାସ l ଆସିଗଲା ତହୁଁପୁଣି ମାର୍ଗଶିର ମାସ ll ପକ୍ବଧାନ ମରତରେ ବାଜୁଅଛି ବାଜା l ମାଣବସା ଘରଘର ସିନ୍ଧୁଜାଙ୍କ ପୂଜା ll
ଏମନ୍ତ ଏମନ୍ତ ଭାଇ ହେମନ୍ତ ଚଳିଲା l ଅତିକଷ୍ଟଶୀତଋତୁ ପୁଷରେ ଆସିଲା ll ମାଘରେ ପୂଜନପୁଣି ମାଆ ସରସ୍ୱତୀ l ତାଙ୍କପଦେ ବାରମ୍ବାର କରୁଛି ପ୍ରଣତି ll
              🙏🙏🙏
                  ଅର୍ଜୁନୀ
                ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational