ଜଗଜ୍ଜୀବନ ଭାବଗ୍ରାହୀ,ସୁଦାମାଭାବ ମୋର କାହିଁ
ଜଗଜ୍ଜୀବନ ଭାବଗ୍ରାହୀ,ସୁଦାମାଭାବ ମୋର କାହିଁ
ଜଗଜ୍ଜୀବନ ଭାବଗ୍ରାହୀ
ସୁଦାମାଭାବ ମୋର କାହିଁ
===========
ହେ କୃଷ୍ଣ ପ୍ରୀୟ ପ୍ରାଣସଖା l
ସୁଦାମା ଚାଲିଲା ଦ୍ୱାରିକା ll
ହେ ବାଲ୍ୟ ବନ୍ଧୁ ବାଳସଖା l
ସତେ ପାଇବି ତୁମ୍ଭ ଦେଖା ଳୁ
ମନେ କି ଅଛି ଗୁରୁ ଦୀକ୍ଷା l
ଗୁରୁଙ୍କ ଗୃହେ ବିଦ୍ୟା ଶିକ୍ଷା ll
ଲୁଗା ଉତ୍ତରୀ ସାତ ସିଇଁ l
ବେଢ଼ାଇ ପିନ୍ଧି ଅଛି ମୁହିଁ ll
ମୁଁ ଅଟେ ଭିକ୍ଷୁକ ବ୍ରାହ୍ମଣ l
ତୁ ଅଟୁ ଦ୍ୱାରିକା ରାଜନ ll
ସେଥକୁ ମୋର ଚିନ୍ତାନାହିଁ l
ଭେଟିବି ପ୍ରଭୁ ଭାବଗ୍ରାହୀ ll
କୃଷ୍ଣ ଦର୍ଶନେ ମୋର ମନ l
ଶ୍ରୀକୃଷ୍ଣଗତ ମୋର ପ୍ରାଣ ll
ସେ କୃଷ୍ଣ ମୋତେ ହେଉ ପ୍ରାପ୍ତ l
ପୂତ କରିବି ଚର୍ମ ନେତ୍ର ll
ଦୟା ସାଗର ଦୀନବନ୍ଧୁ l
ପାରି ହୋଇବି ଭଵବନ୍ଧୁ ll
ରକ୍ତାକ୍ତ ପାଦ କଣ୍ଟା ଫୁଟି l
ସୁଦାମା ଚାଲେ ପଡ଼ିଉଠି ll
ଖୁଦ ଭଜାକୁ କରି ଗଣ୍ଠି l
ବନ୍ଧୁଙ୍କ ଉପହାର ଭେଟି ll
ସୁଦାମା ଚାଲି ଦୀର୍ଘ ପଥ l
ଦ୍ୱାରିକା ପୁରେ ଉପଗତ ll
ପ୍ରହରୀ ଗଣେ ନିବେଦନ l
କରେ ସେ ଦରିଦ୍ର ବ୍ରାହ୍ମଣ ll
ଆମ୍ଭେ ଯେ କୃଷ୍ଣ ବାଲ୍ୟସଖା l
ଆସିଛୁ ପାଇବୁକି ଦେଖା ll
ପ୍ରହରୀ ଗଣ ଦେଲେ ତଡ଼ି l
ସୁଦାମା କାନ୍ଦେ ମୁଣ୍ଡ କୋଡ଼ି ll
ଭକ୍ତ ବତ୍ସଳ ଭାବଗ୍ରାହୀ l
ଜାଣିଲେ ଅନ୍ତଃପୁରେ ରହି ll
ତକ୍ଷଣେ ପ୍ରଭୁ ଦ୍ୱାରେ ଛୁଟି l
ବନ୍ଧୁଙ୍କୁ ରାଇଲେ ପାଛୋଟି ll
ରୁକ୍ମିଣୀ ଦେବୀ କୃଷ୍ଣ ନାରୀ l
ସଙ୍ଗତେ ପ୍ରଭୁ ନରହରି ll
ବିପ୍ରଙ୍କ ପଦ ଧୌତ କରି l
ପିବନ୍ତି ପଦୋଦକ ବାରି ll
ବସାଇ ଉତ୍ତମ ଆସନ l
ରୁକ୍ମିଣୀ କରନ୍ତି ବ୍ୟଜନ ll
ବନ୍ଧୁଙ୍କ ଉପହାର ଆଣି l
ଛଡ଼ାଇ ଖାନ୍ତି ବେନି ପ୍ରାଣୀ ll
ଏମନ୍ତେ ଦୁଇ ଦିନ ରହି l
ସୁଦାମା ହୋଇଲେ ବିଦାୟୀ ll
କୃଷ୍ଣଙ୍କ ଅଶ୍ରୁ ପୂର୍ଣ୍ଣ ନେତ୍ର l
ବିଦାୟ ମାଗେ ଦୀନ ବିପ୍ର ll
ନିଜ ଭୁବନେ ପାଦ ଦେଇ l
ଦେଖେ ଦରିଦ୍ର କୁଟି ନାହିଁ ll
ସୁଦାମା କହେ କାନ୍ଦି କାନ୍ଦି l
କିପାଇଁ ପ୍ରଭୁ ଅଛୁ ଛନ୍ଦି ll
ଏ ସର୍ବ ସମ୍ପଦେ ମୋହର l
ବାଞ୍ଛା ମୋ ନାହିଁ ଚକ୍ରଧର ll
ସଖା ମୋହର ନେତ୍ରପଥେ l
ଥାଅ ତୁ ସଦା ଅବିରତେ ll
ଜଗଜ୍ଜୀବନ ଭାବଗ୍ରାହୀ l
ସୁଦାମା ଭାବ ମୋର କାହିଁ ll
ମିନତି ଜଗତ ଠାକୁରେ l
ସେ ଭାବେ ବାନ୍ଧ ତୋ ପୟରେ ll
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
