ଉଧାର ଜୀବନ
ଉଧାର ଜୀବନ
ଜନ୍ମ ଠାରୁ ଜୁଇ ଯାଏ
ସବୁ କଥାରେ ତାର
ସମ୍ପୂର୍ଣ୍ଣତା ଦରକାର ।
ଅସ୍ଥାୟୀ ଜୀବନରେ
ସବୁ ଜିନିଷ ସ୍ଥାୟୀ ଦରକାର ।
ସେ ଚାହେଁ ସମଗ୍ର ସଂସାରର
ସେ ହେଉ ଧନଶାଳୀ ବଳଶାଳୀ,
ମୂଢ ମନ ଯୌବନଟାକୁ ବି
ସେଇଠି ଅଟକାଇ ଦେବାକୁ ଚାହେଁ ।
ଏଠି ଜୀବନ ଟା କ'ଣ !
ମୃତ୍ୟୁ ଠାରୁ ଉଧାର ଆଣିଥିବା
କେତୋଟି ମୁହୂର୍ତ୍ତ ......
