STORYMIRROR

Gayatri Singh

Action Classics Inspirational

3  

Gayatri Singh

Action Classics Inspirational

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
5



ଯେବେ ବି ବନ୍ଧୁତାର କଥା ଉଠେ

କର୍ଣ୍ଣଙ୍କ ନାମ ପ୍ରଥମେ ଆସିଥାଏ ।

ବନ୍ଧୁ କରିବତ କର୍ଣ୍ଣ ଙ୍କ ପରି ।

ନିଜର ପରିଚୟ ପାଇବା ପରେ ବି

କୁନ୍ତୀଙ୍କର ଜ୍ୟେଷ୍ଠ ପୁତ୍ର ଜାଣିଲା ପରେ ବି

ପାଣ୍ଡବଙ୍କର ଜ୍ୟେଷ୍ଠ ଭ୍ରାତା ଜାଣି ସୁଦ୍ଧା

ବିଶ୍ୱାସଘାତକତା କରି ବନ୍ଧୁତ୍ୱରୁ ଓହରି ନଥିଲେ ।

ତାଙ୍କର କଣ ଇଚ୍ଛା ନଥିଲା

ମାଆ କୋଳରେ ଟିକେ ମୁଣ୍ଡ ରଖିବାକୁ

ମାଆ ପଣତରେ ମୁହଁ ପୋଛିବାକୁ

ପାଞ୍ଚ ଭାଇଙ୍କୁ ଆଲିଙ୍ଗନ କରିବାକୁ

ମୁହୂର୍ତ୍ତକ ପାଇଁ ସେ ଅସ୍ଥିର ହୋଇଯାଇଥିଲେ ।

ଦାନୀ କର୍ଣ୍ଣ ପରିବର୍ତ୍ତେ,

ବିଶ୍ୱାସଘାତୀ କର୍ଣ୍ଣର ପରିଚୟ ନେଇ

ସେ ମରିବାକୁ ଚାହୁଁ ନଥିଲେ ।

ତାଙ୍କର ମୃତ୍ୟୁ ସୁନିଶ୍ଚିତ, ସେ ଜାଣିଥିଲେ

ସାନଭାଇ ମାନଙ୍କୁ ମାରି ସେ ପାରିବେନି

ନିଜକୁ ନିଃଶେଷ କରିବାର ନିଷ୍ପତ୍ତିରେ

ସେ ମରଣ କୁ ବରଣ କରିନେଲେ

ଯୁଗ ଯୁଗକୁ ବନ୍ଧୁତ୍ୱ ର ଇତିହାସ ରଚିଗଲେ ।

ଗାୟତ୍ରୀ ସିଂହ

ଆଠମଲ୍ଲିକ

ଅନୁଗୁଳ

7606957445



Rate this content
Log in

Similar oriya poem from Action