STORYMIRROR

Gangotri Priyadarshini

Abstract Action Inspirational

4  

Gangotri Priyadarshini

Abstract Action Inspirational

ସମୟ

ସମୟ

1 min
192


କେବେ ହସାଏ, କନ୍ଦାଏ

ଅଙ୍କ ଭଳି ସମାଧାନ 

ବାହାରିବା ଯାଏ କଷୁ ଥାଏ

କେବେ ଅଣନିଶ୍ଵାସି କରି

ଲୁହର ବନ୍ଧ ବାଡ ଭାଙ୍ଗି ବହିଯାଏ ।।


ସମୟ ଚକରେ,ଘୁରି ଘୁରେଇ

ଜୀବନଟା କେତେବେଳେ

ନିଜ ଅଭିନୟର 

ଶେଷ ଦୃଶ୍ୟ ପଟରେ ପହଞ୍ଚି ଯାଏ

ଜଣା ପଡ଼େନାହିଁ ।।


ସବୁ ଜୀବନରେ ସମୟ ସ୍ପର୍ଶ,

ଅତୀତ, ବର୍ତ୍ତମାନ,ଭବିଷ୍ୟତର

ମୋହଗ୍ରସ୍ତ ଇଲାକାରେ

ସଭିଏଁ ନିରସ୍ତ୍ର ନିର୍ବାକ,

କିଛି ବୁଝିବା ପୂର୍ବରୁ ।।


ସ୍ଵିକାରୋକ୍ତିର ଚରମ ପଦକ୍ଷେପ,

ସମୟ ସୁଅରେ ଯୁ କାହାର

ସେଥିପାଇଁ ତ,

ସମୟ ବଳବାନ ବୋଲି

ନିତି ନିତି ନୂଆ ରଙ୍ଗ ଦେଖାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract