STORYMIRROR

Gangotri Priyadarshini

Tragedy Fantasy

4  

Gangotri Priyadarshini

Tragedy Fantasy

ପ୍ରେମ ଆଶେ

ପ୍ରେମ ଆଶେ

1 min
293


ତୁମ ପ୍ରେମ ପ୍ରାପ୍ତି ଆଶେ

ପ୍ରତୀକ୍ଷା ପରୀକ୍ଷା କି ସେ

ବଞ୍ଚିଛି କେମିତି ଜାଣ

ଘଡିକୁ ଘଡି ଛାଡେ ପରାଣ।


ତୁମ ବାଟ ଚାହେଁ ଯେହ୍ନେ

ଚକୋରି ନିତି ବାହୁନେ

ପ୍ରାଣ ପ୍ରିୟ ତୁମେ ମୋର

ଦେବତା ପାଦେ ଲୋଡ଼େ ଆଶରା।


ତୁମ ମନର ବାରତା

ନଜାଣି ପାଏ ମୁଁ ବ୍ୟଥା

କେମିତି ବଞ୍ଚିବି କୁହ

ପ୍ରେମ ବିହୁନେ ଝରାଏ ଲୁହ ।


ପ୍ରାଣ ସଖା ତୁମ ଅପେକ୍ଷା

ସତେ କି ପ୍ରାପତ ହୋଇବ ଦେଖା

ପବନରେ ଖୋଜେ ପୁଣି ସପନରେ ଖୋଜେ

ତୁମ ପ୍ରତି କଥା ଭାବି ନିଜ ଭାବନାରେ ହଜେ ।


ତୁମ ପ୍ରେମ ଦ୍ୱାହି ଦେଇ

ବଞ୍ଚି ଅଛି ତୁମରି ପାଇଁ

ତୁମ ପାଇଁ ମୋର ମୂଲ

ଜାଣିଛି ମୁଁ ବାସହୀନ ଫୁଲ ।


ସରଗ ଚାନ୍ଦ ମୋ ପାଇଁ

ତୁମ ପ୍ରେମ ଦୂରୁ ଝୁରେ ମୁହିଁ

କହି ମୁଁ ରଖୁଛି କଥା

ମୋ ପ୍ରେମର ଗଭୀରତା ।


ଆସିବ ଦିନେ ସମୟ

ମୋ ପାଇଁ ତୁମ ପ୍ରାଣ ଅଥୟ

ସେଦିନ ଯେବେ ନଥିବି ପାଶେ 

ଖୋଜିବ ମୋ ଅନ୍ତିମ ଦେଶେ ।


ଧନ୍ୟ ହୋଇବ ମୋ ପ୍ରେମ

ତୁମ ଆଖିଲୁହ ସ୍ପର୍ଶ 

ମୋ ପାଇଁ ହିଁ ଶେଷ କାମ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy