ଜହ୍ନ
ଜହ୍ନ


ଜହ୍ନ ତ ଜନ୍ମ ବେଳୁ ପରାସ୍ତ କରିଛି ମତେ
ପାପୁଲିଏ ଛାଇ ହୋଇ
ଚାନ୍ଦରେ ଚନ୍ଦ୍ରବିନ୍ଦୁ ପରି ମାଆ ମୋ ମଥାରେ
ଚାନ୍ଦ କଳା ଦେଇ
ମାଆ କୋଳ ମତେ ଚାନ୍ଦ ଦେଶ ପରି
ତା ହାତ ଶାଗ ପାଖାଳ ଅମୃତ ସରି
ଶିରାମୟ ହାତ ଦୁଇଟି ଲାଗେ ଲଷ୍ମୀସାଆନ୍ତାଣୀ
କରୁଣ ମୁଖମଣ୍ଡଳ ଅରୁଣିମା ଭରି
ତା ଚିରା ପଣତରେ ଚାନ୍ଦ ଲୁଚିଥାଏ
ଲୁଚକାଳି ଖେଳି ଖେଳି ଶୁଏ କାନି ପାରି
ଏବେ ତା କୋଳ ଶୂନ୍ୟ
କେମିତି ଆସିଲି ଜହ୍ନମାମୁଁ ଦେଶ
ଅବୁଝା ପଣରେ ଆବୋରି
ମାଆ କାନ୍ଦେ ଗଲା ପୁତ୍ରୀ ବାହୁଡ଼ି ନଇଲା
କିଏ ଖାଇବ ଶାଗ ଭାତ ସଙ୍ଗେ ଟୋପେ କ୍ଷୀରି
ଦୁଷ୍କର୍ମ ବଳତ୍କାର ଅର୍ଥ ସବୁ ନିରର୍ଥକ
ଖୋଜୁଛି ମାଆ ମତେ ବିଲ ବଣ ବାରି
ପୁଣି ଖୋଜେ ଗାଡିଆ ପୋଖରୀ
ମୁଁ କେବେଠୁ ଜହ୍ନରେ ଆଉ କି ଯିବି ଫେରି
ପ୍ରଜ୍ଞାନ କହେଦେବ ମାଆକୁ
କାହା ଶବ ଜହ୍ନରେ ଅଛି ଘର କରି
ମାଆ ଜହ୍ନକୁ ଦେଖି ଶୁନ୍ୟ କୋଳେ ହୁଏ ସାତସରି ।