ଯଶୋଦା ବିଳାପ
ଯଶୋଦା ବିଳାପ
ଆରେ,ମୋର ଦୁଖିଧନ
ତୁ,ମୋର ଜୀବ ଜୀବନ
କେଉଁ ରୂପେ ଭୂଲିବିରେ ଧନ ।।
ତୁହିଯିବୁ ମଥୁରାକୁ
ମତେ ସମର୍ପି କାହାକୁ
ତୋ,ବିନା ଅନ୍ଧାରମୋ,ଜୀବନ ।।
ରେ,ଜୀବଧନ ତୁ,ମୋର
ଜୀବର ଜୀବନ ।।
ବାପ,ତୋର ନନ୍ଦରାୟ
ବୃଦ୍ଧକାଳେ ଏକପୁଅ
ନିତି ପ୍ରତି ଝୁରିଯାଏ ଦିନ ।।
ଖାଇନାହୁଁ ହସ୍ତେ ଅନ୍ନ
ପିନ୍ଧୁ ତୁ,ପାଟବସନ
ଶିରେ ତୋ,ଚନ୍ଦ୍ରିକା ଦିଶେ ଝିନ ।।
ରେ,ଜୀବଧନ ତୁ,ମୋର
ଜୀବର ଜୀବନ ।।
ଗୋପିଙ୍କର ପ୍ରାଣଧନ
ଗୋବତ୍ସା ଚରାଉ ବନ
ଆବର ଗୋପାଳଙ୍କ ନନ୍ଦନ ।।
ଯିବୁ ତୁ,ମଧୁଭୂବନ
ଅସ୍ଥିର ହେବ ଜୀବନ
ତୋ,ବିନୁ ଅନ୍ଧାର ଗୋପଗ୍ରାମ।।
ରେ, ଜୀବଧନ ତୁ,ମୋର
ଜୀବର ଜୀବନ।।
ମାମୁଁ ତୋର କଂସାସୁର
କୋପେ ହୁଅଇ ଜର୍ଜର
ମାରିବାକୁ ପଠାଏ ଅସୁର।।
କାଳୀୟ ଦର୍ପଦଳନ
ପୁତନାଠୁ ଦୁଗ୍ଧପାନ
ଜାମଳାର୍ଜୁନ କରିଥିଲୁ ଭଗ୍ନ।।
ରେ, ଜୀବଧନ ତୁ,ମୋର
ଜୀବର ଜୀବନ।।
ଗୋପିଙ୍କ ପିନ୍ଧାବସନ
କରିଥିଲୁ ତୁ, ହରଣ
ମୁଖେ ବିଶ୍ବରୂପର ଦର୍ଶନ।।
ଇନ୍ଦ୍ରର ଗର୍ବ ଗଞନ
ରାଧାର ମାନ ଭଞନ
ନିତି ଯାଉଥିଲୁ କୁଞବନ।।
ରେ, ଜୀବଧନ ତୁ,ମୋର
ଜୀବର ଜୀବନ।।
ଭୂଲି ବାଲ୍ଯଲୀଳା ମାନ
ମଥୁରାକୁ ତୁ, ଗମନ
ଅନ୍ଧୁଣୀ କରିବୁ ମତେ ଧନ।।
ଝୁରିବେ ତୋ, ପିତାନନ୍ଦ
କା,ମୁଖେ ନାହିଁ ଆନନ୍ଦ
ଦିନ କଟିବ ଅତି ବିଷାଦ।।
ରେ, ଜୀବଧନ ତୁ,ମୋର
ଜୀବର ଜୀବନ।।
ଆସିଛି ଅକ୍ରୁର ତାତ
ଦେଖିଯିବୁ ଧନୁଯାତ
ମନେ ଭୟ ହୁଏ ଉପନିତ।।
ଚାହିଁଥିବି ତୋର ବାଟ
ଦେଇ ଯାଅ ବାବୁ କଣ୍ଟ
ମନ ହେଉଛି ,ମୋର ଉଚ୍ଚାଟ।।
ରେ, ଜୀବଧନ ତୁ,ମୋର
ଜୀବର ଜୀବନ।।
ନଫେରିବୁ ଯଦି ତୁହି
ପରାଣ ତେଜିବି ମୁଁହିଁ
ମନେ ରଖିଥିବୁଏହା ନିରାଟ।।
ରେ, ଜୀବଧନ ତୁମୋର
ଜୀବର ଜୀବନ।।
