ଭୋକ
ଭୋକ
ଭୋକ ବି ମାଗେ ଭେକ
ନହେଲେ ମିଳିବ କି ଭିକ
ଶୁଣିବାକୁ ହେବ କେତେ ଆଖ୍ୟା
ଏଇ ଯେମିତି ଚାକର ଚାକରାଣୀ
କାମବାଲି ଶ୍ରମିକ ମେହନତି ମଣିଷ
ମଣିଷ କରୁ ଯେଉଁ କର୍ମ
ସର୍ବାଗ୍ରାସୀ ଭୋକ ତ ସମସ୍ତଙ୍କୁ
ଭୋକ କି ଚିହ୍ନେ ଜାତି ଗୋତ୍ର
ମାନ ମହତ ପରିଚୟକୁ
ସମସ୍ତେ ଯୋଉଠୁ ଆସିଛେ ସେଠିକି
ଫେରିବା ଯାଏଁ ଭୋକ
ଦାନ ଧର୍ମ ପୂଜା ପୁଣ୍ୟ
କିଛି ବି ଜାଣେନା ଭୋକ
କିଏ କେମିତି ପାଉଛି ଭିକ
ତଫାତ ଏତିକି ଭାଗ୍ୟ ଫଳଇ ସର୍ବତ୍ର
କେ ପାଉଛି ସୁଖ ଦଉଛି ଦୁଃଖ
ଆସିଲାଣି ସୁନାମୀ ଫନି ମହାବାତ୍ୟା
ଗୋଟିଏ ଚଟାଣରେ ଗୋଟିଏ ଥାଳିରେ
ମାଗି ଜାଚି ଖାଇବାର ଭାଗ୍ୟ ଲେଖ
ତୁଚ୍ଛା ଅହଂକାର ଆଜି ଦେଉଛି ଯା ଦୁଃଖ
ଭୋକ ପାଇଁ କିଏ କଣ ନକରୁଛି ନାଟ
ରାସ୍ତା ଏକ ପେଟ ପାଇଁ ଅନେକ ବାଟ
ଘଟ ଅଛି ତ ଯିବାକୁ ହେବ ଘାଟ
ଭୋକର ଛାଇ ସଭିଙ୍କୁ କରେ ଛଟପଟ
କେହି ନୁହେଁ ମୋଟ ପାଳଦଉଡିକୁ ପରା ଛୋଟ ।।
