STORYMIRROR

Sunanda Mohanty

Abstract Tragedy

4  

Sunanda Mohanty

Abstract Tragedy

ଭୋକ

ଭୋକ

1 min
375


ଭୋକ ବି ମାଗେ ଭେକ

ନହେଲେ ମିଳିବ କି ଭିକ

ଶୁଣିବାକୁ ହେବ କେତେ ଆଖ୍ୟା

ଏଇ ଯେମିତି ଚାକର ଚାକରାଣୀ

କାମବାଲି ଶ୍ରମିକ ମେହନତି ମଣିଷ

ମଣିଷ କରୁ ଯେଉଁ କର୍ମ

ସର୍ବାଗ୍ରାସୀ ଭୋକ ତ ସମସ୍ତଙ୍କୁ

ଭୋକ କି ଚିହ୍ନେ ଜାତି ଗୋତ୍ର

ମାନ ମହତ ପରିଚୟକୁ

ସମସ୍ତେ ଯୋଉଠୁ ଆସିଛେ ସେଠିକି

ଫେରିବା ଯାଏଁ ଭୋକ

ଦାନ ଧର୍ମ ପୂଜା ପୁଣ୍ୟ

କିଛି ବି ଜାଣେନା ଭୋକ

କିଏ କେମିତି ପାଉଛି ଭିକ

ତଫାତ ଏତିକି ଭାଗ୍ୟ ଫଳଇ ସର୍ବତ୍ର

କେ ପାଉଛି ସୁଖ ଦଉଛି ଦୁଃଖ

ଆସିଲାଣି ସୁନାମୀ ଫନି ମହାବାତ୍ୟା

ଗୋଟିଏ ଚଟାଣରେ ଗୋଟିଏ ଥାଳିରେ

ମାଗି ଜାଚି ଖାଇବାର ଭାଗ୍ୟ ଲେଖ

ତୁଚ୍ଛା ଅହଂକାର ଆଜି ଦେଉଛି ଯା ଦୁଃଖ

ଭୋକ ପାଇଁ କିଏ କଣ ନକରୁଛି ନାଟ

ରାସ୍ତା ଏକ ପେଟ ପାଇଁ ଅନେକ ବାଟ

ଘଟ ଅଛି ତ ଯିବାକୁ ହେବ ଘାଟ

ଭୋକର ଛାଇ ସଭିଙ୍କୁ କରେ ଛଟପଟ

କେହି ନୁହେଁ ମୋଟ ପାଳଦଉଡିକୁ ପରା ଛୋଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract