ମାଆ ଟି କାଠି କୁଟା ସାଉଁଟି
ଗଢୁଥାଏ ବସା
ବାପାଟି ଆଣି ସଉଦା ପାତି
ଖେଳୁଥାଏ ପଶା
ପୁଅଟି ଦେଇ ଦେଇ ଇଣ୍ଟେରଭ୍ୟୁ
ଛାଡିଦେଇଛି ଆଶା
ଝିଅଟି ବାହାଘର ଭାଙ୍ଗିଯିବା ପରେ
ଛାଡିଦେଇଛି ବଧୂ ହେବା ନିଶା
ମାଆ ଶାଗତୋଳେ ବଗିଚା କରେ
ଫଳ ତୋଳେ ଫୁଲ ତୋଳେ ଶାଗ ତୋଳେ
ଲାଗୁ ପିତା କଷା
ବାପା ମାଟିରୁ ଫଳାଏ ସୁନା
ଦେଖି ମୀନା ମଇନା
ଧରିଥାଏ ଅସ୍ତ୍ର ଶସ୍ତ୍ର ଫାର୍ସା
ଭାଇ ବି ଭାବୁନି ଆଉ କର୍ମ ସଂସ୍ଥାନ
ଥାଉ ନଥାଉ ହେବନି ନିରାଶା
ଝିଅ ନହରାଇ ଆଶା ପୁଣି ଥରେ ଉଠି
କରେ ଉଠା ବସା
ବଞ୍ଚିବାର ପ୍ରୟାସରେ ସଭିଙ୍କ ପ୍ରେମ ନିଶା
ଆପଣା ଛାଏଁ ଧାନ ଉଁସା
ମୁଁହଁ ସଭିଙ୍କ ଧାନ ହାଣ୍ଡି ପରି
ଉଡ଼େ ନାହିଁ ହଂସା ବରଂ ମିଳାମିଶା
ପ୍ରକୃତିର ସଜୀଵ ନିର୍ଜୀଵ ଫାଶା