STORYMIRROR

DINESH AGRAWALLA

Romance

4  

DINESH AGRAWALLA

Romance

କଳ୍ପିତା ପାଇଁ କବିତାଟିଏ

କଳ୍ପିତା ପାଇଁ କବିତାଟିଏ

1 min
390

  


କଳ୍ପିତା ତୁମେ ଏମିତି ଆସୁଥାଅ 

ମଝିରେ ମଝିରେ 

କଳ୍ପନାର କଳ୍ପଲୋକରେ l 

ଶବ୍ଦଭେଦି ଶର ହୋଇ 

ନିକ୍ଷେପ କରୁଥାଅ 

ମୋ ଚେତନାର ଅନ୍ତରାଳକୁ 

ଯେଉଁଠି ଖାଲି ଜନ୍ମ ନେବ 

ପ୍ରଜ୍ଞା ଆଉ ସୃଜନଶୀଳତା l 

ପାହାଡ଼ର ବକ୍ଷଚିରି 

ଝରି ଆସୁଥିବ କବିତାର ନିର୍ଝରିଣୀ 

ଯେଉଁଠି ଖାଲି ପ୍ରେମ ଆଉ ପ୍ରେମ 

ତୁମେ ଫୁଲ ହେବ 

ମୁଁ ପ୍ରଜାପତି 

ନିଃସଂକୋଚେ ସମର୍ପି ଦେବ 

ତୁମର ବିସ୍ତାରିତ ସତ୍ତା 

ମୋ ଭିତରେ ଝଲମଲ ଦିଶୁଥିବ 

ତୁମରି ସ୍ୱରୂପ 

ଆଉ ମୁଁ ଲେଖିଯାଉଥିବି 

ତୁମରି ନାଁ ରେ ଅଜସ୍ର କବିତା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance