Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ତୁମପାଇଁ ମୁଁ ପରିପୂର୍ଣ୍ଣ

ତୁମପାଇଁ ମୁଁ ପରିପୂର୍ଣ୍ଣ

1 min
190



ସବୁ ସୌନ୍ଦର୍ଯ୍ୟର ଗନ୍ତାଘର ତୁମେ

ତୃପ୍ତ କରିଛ ଆଖି

ହୃଦୟର ସ୍ୱରେ ତୁମପାଇଁ କେତେ

କବିତା ଦେଇଛି ଲେଖି I

ତୁମପାଇଁ ସଖୀ ସରଗ ସୁଷମା

ଆଖିରେ କରିଛି ବସା

ମଳୟ ପ୍ଳାବିତ କଣ୍ଠୁ ମୋ ଶୁଭୁଛି

ନବ ପଲ୍ଲବର ଭାଷା I

ପରିପୂର୍ଣ୍ଣ ମୋର ଜୀବନ ପାତ୍ର

ନାହିଁ କିଛି ଶୁନ୍ୟସ୍ଥାନ

ତିଆରିଛ ମୋର ମନ ପ୍ରାଙ୍ଗଣେ

ମିଳନ କୁଞ୍ଜବନ I

ମନେପଡେ ଆଜି ବିଗତ ବର୍ଷାର

ଭିଜା ଭିଜା ପ୍ରୀତିଗାଥା

ଛମ ଛମ ସ୍ୱରେ ଗୀତ ଗାଇ ମୋର

ଭାଙ୍ଗିଥିଲ ନିରବତା I

କହିଥିଲ କାନେ ପ୍ରେମର କାହାଣୀ

ଝୁମିଥିଲା ମୋର ମନ

ଶୁଷ୍କ ତରୁର ଶାଖାରେ ଶାଖାରେ

ଖେଳୁଥିଲା ଯଉବନ I

ସେଇଦିନ ଠାରୁ ହୋଇଛି ମୁଁ ସଖୀ

ତୁମରି ମନର ଛାଇ

ପ୍ରତି ମୂହୂର୍ତ୍ତରେ ଦେଖୁଛି ସପନ

ତୁମପାଇଁ ତୁମପାଇଁ I

       


Rate this content
Log in

Similar oriya poem from Romance