Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ଜୀବନ ପଥରେ ସଖୀ

ଜୀବନ ପଥରେ ସଖୀ

1 min
148



ଚାଲିଚାଲି ବାଟ ସରେନାହିଁ କେବେ

ଇତି ହୁଏନାହିଁ ପ୍ରୀତି

ପାନ୍ଥଶାଳା ଟିଏ ଖୋଜିହୁଏ ପାନ୍ଥ

ବିତାଇବାକୁ ତା ରାତି I


ସରି ଯାଏ ନାହିଁ ଚାନ୍ଦର ଚାନ୍ଦିନୀ

ବିତୁ ଯେତେ ବର୍ଷ ମାସ

ପ୍ରିୟତମା ସଖୀ ସଲ୍ଲଜ ଚାହାଣୀ

ମନେ ଭରିଦିଏ ହର୍ଷ I


ଲହଡି ବିଦାରେ ବେଳାର ଛାତିକୁ

ଛୁଉଁଥାଏ ତାର ଓଠ

ଯୁଗ ଯୁଗ ଧରି ଓଦା ରହିଛି ଲୋ

ବେଳାଭୂମୀ ପ୍ରୀତି ତୁଠ I


ମେଘ ଦେଖିଦେଲେ ଖୁସିରେ ମୟୁରୀ

ପର ଟେକି ନୃତ୍ୟକରେ

 ତୁମ ପ୍ରେମ ଛୁଏଁ ମାଟିରୁ ଆକାଶ

ଉଲ୍ଲାସରେ ମନ ଭରେ I


ତୁମକୁ ମୁଁ ସଖୀ ଯେତେ ଦେଖୁଥାଏ

ସେତେ ଦିଶ ନୂଆ ନୂଆ

ହୃଦୟ ନଦୀ ମୋ ଜୁଆରିଆ ହୋଇ

ଖୋଜେ ତୁମ ପ୍ରୀତି ଛୁଆଁ I


ତୁମ ହସ ସିନା ସବୁଠୁ ସୁନ୍ଦର

ତାଠାରୁ ସୁନ୍ଦର ଲୁହ

ଜୀବନଟା ସାରା ତୁମରି ପ୍ରେମରେ

ଭିଜୁଥିବି ଅହରହ I

        


Rate this content
Log in

Similar oriya poem from Romance