STORYMIRROR

Brajakishor Bidyadhar

Romance Others

4  

Brajakishor Bidyadhar

Romance Others

ପ୍ରଥମ ପ୍ରେମର ଅନୁଭୂତି

ପ୍ରଥମ ପ୍ରେମର ଅନୁଭୂତି

1 min
256

କେହି ଜଣେ ଅନାମିକା

ମୋତେ କହେ ଭଲପାଏ 

 ଭଲପାଏ ମୋତେ ସିଏ

  ନିଜଠୁ ଅଧିକା

   

ପଚାରିଲି ଯେବେ ତାକୁ...

ଲାଜେ ଲାଜେ ହସି କହେ

ମିଛ ନୁହେଁ ପ୍ରେମ ମୋର ସତ ସତିକା...


 କେହି ଜଣେ ଅନାମିକା 

 ମୋତେ କହେ ଭଲ ପାଏ

 ଭଲପାଏ ମୋତେ ସିଏ 

   ନିଜଠୁ ଅଧିକା


ଭଲପାଏ ମୋତେ ସିଏ କହିଦେଲା ପରେ

ନିଦ ନାହିଁ ରାତି ସାରା ଏଇ ମୋ ଆଖିରେ

ସକାଳୁ ସକାଳୁ ଆଖି ଖୋଜେ ତା ଚେହେରା

ଖୋଜୁଥାଏ ପୁଣି ତାର ସେଇ ଲାଜୁଆ ଇସାରା


ଦେଖେ ଯେବେ ମୋତେ ସିଏ.....

ଲୁଚି ଯାଏ ତାକୁ ଦେଖି

ଦେଖୁଥାଏ ତାକୁ ପୁଣି ଲୁଚି ଲୁଚିକା


 କେହି ଜଣେ ଅନାମିକା

 ମୋତେ କହେ ଭଲପାଏ

 ଭଲପାଏ ମୋତେ ସିଏ

   ନିଜଠୁ ଅଧିକା


କେବେ କେବେ ଚିଠି ଦିଏ ନିଜ ହାତେ ଆଣି

 ଡରି ଡରି କହୁଥାଏ ପଢିବାକୁ ପୁଣି

କାଳେ କିଏ ଦେଖିଦେବ ଲାଗେ ଭାରି ଡର

ଚିଠି ନୁହେଁ ସ୍ମୃତି ସିଏ ପ୍ରଥମ ପ୍ରେମର

  

   

 ଭଲପାଉଥାଏ ମନେ....

ପଚାରିଲା ଯେବେ ଦିନେ

ମନା କରେ ତାକୁ ପୁଣି ମିଛି ମିଛିକା


 କେହି ଜଣେ ଅନାମିକା

 ମୋତେ କହେ ଭଲପାଏ

 ଭଲପାଏ ମୋତେ ସିଏ

   ନିଜଠୁ ଅଧିକା


ଦେଖା କରିବାକୁ କହେ ନିରୋଳାରେ ମୋତେ

ଦେଖା କଲେ ପାଖେ ବସି ଗପ କରେ କେତେ

ହାତରେ ମୋ ହାତ ରଖି ମାଗେ ପ୍ରତିଶ୍ରୁତି

କଥା ଦିଅ ଭୁଲିବନି କେବେ ବି ଯେମିତି


ଯେବେ ସିଏ ମୋ ଓଠରେ  ଛୁଇଁ ଦିଏ ତା ଓଠକୁ

ମନ ମୋର ହଜୁଥାଏ ଡରି ଡରିକା


 କେହି ଜଣେ ଅନାମିକା

 ମୋତେ କହେ ଭଲ ପାଏ

 ଭଲପାଏ ମୋତେ ସିଏ

   ନିଜଠୁ ଅଧିକା ।       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance