STORYMIRROR

Brajakishor Bidyadhar

Romance Tragedy

3  

Brajakishor Bidyadhar

Romance Tragedy

ଭାଗ୍ୟରେ ଥିଲା ମୋ ଲେଖା

ଭାଗ୍ୟରେ ଥିଲା ମୋ ଲେଖା

1 min
217


ତୋ ପାଖରେ ଆରମ୍ଭ ପ୍ରେମ

             ତୋ ପାଖରେ ଶେଷ

ସଞ୍ଜୀବନୀ ତୋତେ ଭାବିଥିଲି ସିନା

            ମନେ ତୋର ଥିଲା ବିଷ


ତୋ ଆଖିର ଇସାରା ଆଉ

             ତୋ ଓଠର ହସ

ବରଷା ଭାବି ଭିଜୁଥିଲି ସିନା

           ମନେ ଭରିଦେଲା ଶୋଷ


ତୋର ସେଇ ମିଠା ଆଳାପ

             ଭାବୁଛି ଯେବେ ମନେ

ଭାବେ ପୁଣି ଗୋଟେ ମିଛେଇ ଝିଅ

             ଭଲ ପାଉଥିଲା ଦିନେ


ତୋ ସ୍ମୃତି ଆଜି କନ୍ଦାଏ ମୋତେ

             ତୋତେ ହସାଏ ମୋ ଲୁହ

ପ୍ରେମକୁ ମୋର ବୁଝି ପାରିଲୁନି

            କେମିତି ବୁଝିବୁ କୋହ


ଛାଡି ଯାଇଥିଲୁ ଯେମିତି ପ୍ରିୟା

             ସେମିତି ଅଛି ମୁଁ ବଞ୍ଚି

ପ୍ରେମ ଦୀପ ଟିଏ ଜାଳୁ ଜାଳୁ ଆଜି

             ଲିଭେଇଲୁ ପାଣି ଛିଞ୍ଚି


କାଲି ବଞ୍ଚିଥିଲି ଏକା ଏକା ପ୍ରିୟା

              କାଲି ଠାରୁ ବି ମୁଁ ଏକା

ଭାବିନେବି ଯାହା ଘଟିଲା ମୋ ସାଥେ

              ଭାଗ୍ୟରେ ଥିଲା ମୋ ଲେଖା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance