କେବେ ତୁମେ
କେବେ ତୁମେ


କେବେ ତୁମେ ଥର୍ ମରୁଭୂମିର ତୃଷ୍ଣା ଆଉ କେବେ ବଉଳ ଫୁଲର ସୁମଧୁର ବାସ୍ନା ପୁଣି କେବେ କେବେ ଉଦାସି ଜହ୍ନର ଫିକା ଫିକା ଜ୍ୟୋତ୍ସ୍ନା ।
କେବେ ତୁମେ ଗୋଧୂଳି ବେଳାର ସୁନା ଖରା ଆଉ କେବେ କୁଆଁରୀ କାଖର ରଙ୍ଗିନ୍ ଗରା ପୁଣି କେବେ କେବେ ଫୁଲେଇ ଫଗୁଣର କମନୀୟ ଧରା ।
କେବେ ତୁମେ ବାଟ ହୁଡ଼ିଥିବା ଗାଈର ହମ୍ବାରଡ଼ି ଆଉ କେବେ ଶୀତ ସକାଳର କାକର ଭିଜା କୁହୁଡି ପୁଣି କେବେ କେବେ ବୃଷ୍ଟିଛାୟା ଅଞ୍ଚଳର କୃତିମ ମରୁଡି ।
କେବେ ତୁମେ ଅଜଣା ବଣମୁଲକର ତ୍ରିଫଳା ଆଉ କେବେ ମେଘାଚ୍ଛନ୍ନ ଆକାଶର ଚପଳା ପୁଣି କେବେ କେବେ ଗାଙ୍ଗେୟ ସମତଳ ଭୂମିର ଉପଳା ।
କେବେ ତୁମେ ଗାଁ ଗହଳର ନୁଆଁଣିଆ ଚାଳଘର ଆଉ କେବେ ଅଗଭୀର ନୀଳ ସାଗରର ବତୀଘର ପୁଣି କେବେ କେବେ ଆଦିବାସୀଙ୍କ ଝୋଟିଦିଆ ମାଟିଘର ।