Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

4  

Rama chandra Pradhan

Abstract

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
339


ତୁମେ ସୁନ୍ଦର ନୀଳ କଇଁ ହେଲେ 

ମୁଁ ଅଭିଆଡି ଜହ୍ନରାତି 

ତୁମେ ଶୀତରାତିର ରେଜେଇ ହେଲେ

ମୁଁ ତୁମ ଫିଙ୍ଗୁଳା ଦେହର ଉଷୁମ ତାତି l


ତୁମେ ଅମାବାସ୍ୟା ରାତି ହେଲେ 

ମୁଁ ଉଁଆସି କନିଆଁ ଲୁହ  

ତୁମେ ଗେଣ୍ଡାଳିଆ ପକ୍ଷୀ ହେଲେ 

ମୁଁ ତୁମ ଗାଁ ଗହିରିଆ ଦଳୁଆ ଦହ l


ତୁମେ କଳା ଭଅଁର ହେଲେ 

ମୁଁ ତୁମ କଅଁଳ କାଠର ରୁଅ

ତୁମେ ଆମ ଗାଁ ନଈ ଅତାଡି ହେଲେ 

ମୁଁ ତୁମ ବଢନ୍ତା ନଈର ସୁଅ l


ତୁମେ କଳା ମୁଗୁନି ପଥରର ମୂର୍ତ୍ତି ହେଲେ 

ମୁଁ ତୁମ ଗଳାରେ ଝୁଲୁଥିବା ଟଗର ଫୁଲର ମାଳ 

ତୁମେ ଯୋଜନେ ଗଭୀର କୂଅହେଲେ

ମୁଁ ତୁମ ଦେଢ଼ ଯୋଜନ ଦଉଡ଼ିରେ ବନ୍ଧା ଢାଳ l


ତୁମେ ଏକେଲା ବାଟର ବାଟୋଇ ହେଲେ 

ମୁଁ ତୁମ ଝଙ୍କା ବରଗଛ ଛାଇ 

ତୁମେ ସିଂହର ଭୟାତୁର ଡାକ ହେଲେ 

ମୁଁ ତୁମ ଦୂର ବନସ୍ତରେ ଗୋଠ ହୁଡିଥିବା ଗାଈ l


Rate this content
Log in

Similar oriya poem from Abstract