STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ବସନ୍ତ ଯାଅନା ହଜି

ବସନ୍ତ ଯାଅନା ହଜି

1 min
159


ଉଦାସ ଆକାଶ ବିଲୋକେ ଭୂଲୋକେ

ଅପଲକେ ଶୋଭାରାଜି

ଶୀତ ଗତ ତାପ ଆତପ ଆତଙ୍କେ

ବସନ୍ତ ଯିବ କି ହଜି।।

ସକାଳ କୁହୁଡ଼ି ଉଡ଼ିଗଲା ସିନା

ମହୁଲିଆ ଶୀତ ଅଛି,

ଦେଖୁଦେଖୁ ଖରା ଖେଳେଇ ପଡୁଛି

ଚାହୁଁଛି ଆଖି ତରାଟୀ।।

ଜୁଇ ଜାଇ ମଲ୍ଲୀ ମାଳତୀ ନିଆଳୀ

କୋମଳ ତନୁ ବହ୍ଲରୀ

ବସନ୍ତ ର ରାଗ ଅଭାବ ସରାଗ

ଆବେଳେ ଯାନ୍ତି ଝାଉଁଳି ।।

ଆମ୍ର କୁଞ୍ଜେ କୁଞ୍ଜେ କୁହୁ କୁହୁ ଗୁଞ୍ଜେ

କଳକଣ୍ଠ କଣ୍ଠ ସ୍ଵନ

ହଳଦୀ ବସନ୍ତ କୋକ ପିକ ଶୁକ

ମୁଖେ ବି ପଞ୍ଚମ ତାନ ।।

ବକୁଳ ମୁକୁଳ ମୁକୁଟ ପରାୟେ

ଦୁକୁଳ କୁସୁମେ ଶୋହେ

ଭିନୀ ଭିନୀ ଗନ୍ଧ ପ୍ରବାହେ ସ୍ୱଚ୍ଛନ୍ଦ

ମରୁତ ମାନସ ମୋହେ ।।

ସିମିଳି ପଳାସ କୃଷ୍ଣଚୂଡ଼ା ପାଶ

ଅସରା ରଙ୍ଗ ଚହଟ ,

ମାତ୍ର ତପନ ର ଅକାଳ ଆକାଟେ

କଳି କଲି ବିଚଳିତ ।।

ଝଳି ଢଳି କଳି ଭୂଲୁଣ୍ଠିତା ଅଳି

ଆହତ ଫଗୁଣ ରାଗ,

ଶୀତ ଗ୍ରୀଷ୍ମ ମଧ୍ୟ ବସନ୍ତ ବିଲୁପ୍ତ

ବିଗତ ବୈଭବ ସାଜ ।।

ଯାଅନା ଯାଅନା ଏ ବନୁ ଏ ଦିନେ

ଏ ଧାରା ଅଧିରା ଆଜି

ମଧୁମଖା ବିଧୂ ଫଗୁଣର ଫଗୁ

ରଙ୍ଗ ରସେ ଯାଉ ଭିଜି।

ବସନ୍ତ ଯାଅନା ହଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract