STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ସ୍ତବ୍ଧ ଶବ୍ଦ ନିଃଶବ୍ଦ ଝଙ୍କାର

ସ୍ତବ୍ଧ ଶବ୍ଦ ନିଃଶବ୍ଦ ଝଙ୍କାର

2 mins
20

ଆଜି ଭାବୁଛି ମୁଁ ବସି ବସି
           କଲମ ମୋ ସ୍ଥିରେ ଚିନ୍ତେ ରହି
 ଲେଖିବ କାହାକୁ ଶବ୍ଦ ସବୁ
           ସ୍ତବ୍ଧ ନିଶବ୍ଦ ଗଲେ କି ହୋଇ ।।
ସମୟର ସାମୟିକ ସ୍ଥିତି                                                         ଅସ୍ଥିର ହେଉଛି ଦିନୁଁଦିନ
 ମଣିଷ ପଣିଆ ମଣିଷ ଠୁଁ 
              କ୍ଷୀଣ ହେଉଥାଇ ପ୍ରତୀକ୍ଷଣ ।।
ବଳ ଗର୍ବେ ବଳୀ ଅହଂକାରୀ
              ଧରା କୁ ସେ ସରା ସମ ମଣେ
ଅତି ଗର୍ବେ ହତଲଙ୍କା କଥା
             କେଜାଣି ସେ ଜାଣେକି ନଜାଣେ ।।
 ରହିନାହିଁ ରାବଣର ଗର୍ବ
             ମାନୀ ଦୁର୍ୟୋଧନ ର ବି ମାନ
ଧୂଳିସାତ ହେବା ଧ୍ରୁବ ସତ୍ୟ
             ଆମେରିକା ହେଉ କି ଇରାନ ।।
 ରାଷ୍ଟ୍ରସଙ୍ଘ ନପୁଂଷକ ସାଜି
              ବିନାଶରେ ହୁଏ ଭାଗିଦାରୀ
ନହେଲେ ଏ ଯୁଦ୍ଧ ବିଭୀଷିକା
                ଯତ୍ର   ତତ୍ର   ସର୍ବତ୍ର କିପରି ।।
ଶୋଭିଏତ ଚାଇନା ଭାରତ
               ଜାପାନ ସମାନ ଅନ୍ୟ ଦେଶ
ପ୍ରତିବାଦ ସ୍ୱର କାହିଁ ପାଇଁ
               କରୁ ନାହାନ୍ତି ବି ଉତ୍ତୋଳିତ ।।
କେତେ କାଳ ଆଉ ଏ ତାଣ୍ଡବ
                ଚାଲିଥିବ ଅଛି କି ଉତ୍ତର
ଲିଭିବ କି ମୁକ୍ତି ଏ ଧରିତ୍ରୀ
               ପ୍ରଳୟ ଏ ହେବ କେବେ ସ୍ଥିର ।।
ଚଣ୍ଡାଶୋକୁ ଧର୍ମାଶୋକ କଥା
                ଇତିହାସ ମୁକ୍ତ କଣ୍ଠେ କହେ
 ଯୁଦ୍ଧୁ ଜାଗେ ଭୟଭାବ ବିଶ୍ବେ
                 ଶାନ୍ତି ସଦା ପ୍ରତିହତ ହୁଏ ।।
 ଧିକ ସେହି ବୀରର ବୀରତ୍ୱ
                କ୍ଷମାଗୁଣ ଲେଶ ଯଦି ନାହିଁ
 ଶାନ୍ତି ହେତୁ ଯୁଦ୍ଧର ଗୁରୁତ୍ୱ
              ଆଙ୍କିବାରେ ସମର୍ଥ ଯେ ନୋହି ।।          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract