STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

ଜୀବନ ୨

ଜୀବନ ୨

1 min
185


ବେଳେବେଳେ ହାରିଗଲାଭଳି ମନେହୁଏ

କାନ୍ଦିବାର ଶତଚେଷ୍ଟା ପରେ ବି ହସିବାକୁ ବାଧ୍ଯ ହୁଏ

ନିଜେ ନିଜକୁ ହଜାଇ ଦେଇ ଖୋଜିବାକୁ ଲାଗେ

ପାଗଳାମି କରିବାକୁ ଲାଗେ ଏ ବିବେକ 

ଯାହା ପ୍ରକୃତି ବିରୋଧି ବିବେକ ପୁଣି ପାଗଳାମି

ଦୁଃଖସୁଖ ସବୁ ବ୍ଯର୍ଥ ଲାଗେ ଖୋଜିବୁଲେ

ଏହି ଦୁଇ ବିକଳ୍ପ ବ୍ୟତୀତ ଆଉ ଏକ ବିକଳ୍ପ ମିଳନ୍ତାନି, 

ବୟସର ବିଡ଼ମ୍ବନା ବେଳେବେଳେ ବିଡ଼ମ୍ବନାର ବୟସ ପାଲଟେ

ଅଦେହ ଓ ଅମନରେ ଅଜସ୍ର ଜ୍ୱାଳା ଓ ଯାତନା

ଜିତିବାର ପ୍ରୟାସ ବିଜୟ ପଥ ଧୂମମୟ ଯାଏ ହୋଇ

ସତେକି ଲାଗିଯାଇଛି ଆଶାର କବାଟ ଝରକାରେ ସମୟ ଉଇ

ବିଷସବୁ ପିୟୁଷର ବାସ୍ନାନେଇ ସମ୍ମୋହିତ କରେ 

ଆକାଂକ୍ଷା ପକ୍ଷୀର ଡେଣାଗୁଡ଼ିକ ଦୁର୍ବଳ ହୋଇଯାଏ

ଆକାଶ ତାପାଇଁ କେବଳ ସ୍ୱପ୍ନ ହୋଇ ରହିଯାଏ, 

ଅସମ୍ଭବ ବି ସମ୍ଭବ ହୁଏ ଏ ଜଗତେ ଏକଥା କ'ଣ ମିଛ

ତେବେ ସତ ଯଦି ସବୁ ସମ୍ଭବ କରିବାର ପୁଣି ପ୍ରୟାସ

ହାରିବାର ମାନସିକତାରୁ ପୁନର୍ବାର ଜନ୍ମନିଏ ଜିତିବାର ଉତ୍ସଶକ୍ତି, 

ପୁଣି ରାସ୍ତା ଦେଖାଯାଏ ପରିଷ୍କାର ସ୍ପଷ୍ଟ ପୁଣି ଆରମ୍ଭ ହୁଏ 

ଚାଲିବାର ବାରବାର ସେହି ଅନ୍ତିମ ସ୍ଥଳକୁ ଲକ୍ଷ୍ଯପଥକୁ

ଈଶ୍ବର ହିଁ ତ ଜୀବନ ସେ ହିଁ ନିଶ୍ୱାସ ସେ ହିଁ ହାତ ଧରିବେ

ବାଟ ତ ଅନେକ ଅଛି ହାରିଗଲେ ଈଶ୍ବର ବି ହାରିଯିବେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract