STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ବୋଉ କହେ...

ବୋଉ କହେ...

1 min
18

----#ବୋଉକହେ---- ++++++++++++

ବୋଉକହେ....
ବାବୁରେ ତୁ କାନ୍ଦିଲେ ହିଁ ଲୁହକୁ ଚିହ୍ନିବୁ
ଧନରେ କୋହରେ ବୁଡ଼ିଲେ ହିଁ ଜାଣିବୁ
ଛାତିର ବେଦନା ଓ ଯାତନା,
ଧୈର୍ଯ୍ୟ ଏକ ମହାଶକ୍ତିରେ ପୁଅ
ତୁ ସାଜିବୁ ଧୈର୍ଯ୍ୟର ବିଶାଳ ଦୃଷ୍ଟାନ୍ତ
ମୁଁ ଜାଣେ ମୋ' ପୁଅକୁ ଭଲରେ
ଦୁନିଆ ଜାଣୁ କି ନ ଜାଣୁ ତୋତେ
ତୋ' ଭିତରେ ସମୁଦ୍ର ତଥାପି ତୁ ରହିଛୁ ଶାନ୍ତ,

ବୋଉକହେ....
ଦେଖ୍ ମୋତେ ମୁଁ କେମିତି ସହୁଛି
ଅଜସ୍ର ଯନ୍ତ୍ରଣାର ବର୍ଷାରେ ଓଦା ହୋଇ ବି
ସାହସ ଦେଖାଇ ଅଫୁରନ୍ତ ହସୁଛି,
ତୁ ସେମିତି ସହିଯାରେ କଷ୍ଟ ସବୁ
ସହିସହି ପଥର ହୋଇଯା ଏକାନ୍ତ ଯାତ୍ରାରେ
ତୁ ପରା ବୁଝିବା ପିଲାଟା ମୋର
ମୁଁ ଜାଣେ ତୁ ସମସ୍ତଙ୍କୁ ବୁଝିପାରୁ ଧନ
ତେଣୁ ତୋତେ କମ୍ ବୁଝାଇଥାଏ ମୁଁ
ହେଲେ ତୋତେ କେହି ବୁଝିବେନି ବାବୁ
ଅନ୍ତରେ କରୁଛୁ ତଥାପି ତୁ ତ୍ୟାଗ ତୋର ଅବିଶ୍ରାନ୍ତ,

ବୋଉକହେ....
ଯଦି ଲୁହ ଗଡ଼ୁଛି ଆଖିରୁ ରାସ୍ତା ଦେ ତାକୁ
ତୋ' ଆଖିର ବିନ୍ଦୁବିନ୍ଦୁ ଲୁହ ସାଜିବ ମୋତି
ହୃଦୟର ମହାନ ସମ୍ରାଟ ସାଜିବୁ ତୁ
ଆତ୍ମାର ବିନ୍ଦୁବିନ୍ଦୁରେ ତୋର ନିଷ୍କପଟ ସତ୍ୟତା,
ତୋ' କଥା କଥା ନୁହେଁରେ ଧନ
କଥାରେ ତୋର କାହାଣୀ, କାହାଣୀରେ ଜୀବନ
ତୁ ଯେତେ ହାରିବୁ ସେତେ ଜିତିବୁରେ ବାବୁ
ସହିବାର ଶକ୍ତି ତୋର ଅସୀମ
ଜାଣେ ମୁଁ ଦୁନିଆ ଜାଣିପାରିବନି ତୋର ଶକ୍ତି
ଦୃଢ଼ ତୋର ଇଚ୍ଛାଶକ୍ତି, ତୁ କାନ୍ଦିଲେ ବି ସୁଶକ୍ତ।

©® ଦେବବ୍ରତ ମିଶ୍ର
ତା ୦୧.୦୬.୨୦୨୬ ++++++++++++


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract