STORYMIRROR

Debabrata Mishra

Tragedy Action Classics

4  

Debabrata Mishra

Tragedy Action Classics

ଅପଢା଼ ଯାତନା ମୋର

ଅପଢା଼ ଯାତନା ମୋର

1 min
38

ସେ ହୃଦୟଟା ଏକ ଭଙ୍ଗାଘର
ଅନେକ ମନର ମନ ରଖିବାକୁ
ନିତିଦିନ ଗୁମୁରି କାନ୍ଦୁଛି ମନ ତାର,
ତା' ଆଖିର ଲୁହ ଆଇନା ହିଁ ଦେଖେ
ତା' ନିସ୍ୱାର୍ଥ ଭାବକୁ ସମୟ ପରଖେ
ସେ ଅସରନ୍ତି ଯନ୍ତ୍ରଣାର ଜଉଘର ..!! (୧)

ଦୁଃଖ ତାର, ଶୋକ ବି ତା' ଆପଣାର
ବିବେକର ମୋହରେ ସେ ବନ୍ଧା ପଡ଼ିଛି,
କ୍ରୋଧ ଆସୁଛି, ଅଭିମାନ ଆସୁଛି
ଆତ୍ମାର ଅଭିମାନରେ ତା' ସ୍ୱ-ଆତ୍ମା ନିଶବ୍ଦ
ନିଜ ସହ ଯୁଦ୍ଧ କରି ନିଜେ ସେ କ୍ଷତାକ୍ତ ହେଉଛି, (୨)

ପଢିପାରିବ କିଏ ଅକ୍ଷୟ ଯାତନାର ପାଠ
ତା' ନୟନ ଓ ଚାହାଣୀରେ ଦରଦର ଭାବ
ସମୟର ମାପକାଠି ଯାଏ ହାରିହାରି
ତଥାପି ସେ ବିବେକରୁ ଯିବ ନାହିଁ ଫେରି
ସତ୍ୟର ବିଶ୍ୱାସ ପ୍ରଚଣ୍ତ ତା' ଆତ୍ମାରେ
ଅନ୍ତିମ ବିନ୍ଦୁ ଯାଏ ସେ ଟାଣୁଥିବ ନୀତି ଗାର,(୩)

ଆସ କିଏ ପଢ଼ିବାକୁ ବୀର‌ ଜ୍ଞାନୀ ମଣିଷ
ଆସ କିଏ ବୁଝିବାକୁ ତା' ହୃଦୟର ବିଜ୍ଞାନ
ଅନ୍ତର ମନରେ ଜଳେ କାହାକୁ ଜ୍ୱଳନ ନ ଦେଇ
ତା' ଆଲୋକର ରଙ୍ଗେ ଦୁନିଆ ହେଉ ସମ୍ପନ୍ନ
ସେ ଜଳୁଥିବ ଆଜୀବନ ଅନ୍ତରେ ଅନ୍ତରେ
ତୁମେ ଆଲୋକିତ ହେଉଥାଅ ପ୍ରତି ମୁହୁର୍ତ୍ତରେ। (୪)

©® ଦେବବ୍ରତ ମିଶ୍ର
ତା ୦୫.୧୧.୨୦୨୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy