Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitendra Mohanta

Tragedy

4.2  

Hitendra Mohanta

Tragedy

ନାରୀ ଦିବସ

ନାରୀ ଦିବସ

1 min
496



ନିର୍ଭୟାର ଅବା କି ଥିଲା ଦୋଷ

ନ୍ୟାୟ ପାଇଁ ଲାଗେ ସାତ ବରଷ ।

ଜଣେ ନୁହଁ ଚାରି ଜଣ ରାକ୍ଷସ

ପାଶବିକ ଆଚରଣ ନୃଶଂସ ॥

ନ୍ୟାୟାଳୟର ଫାଶୀ ଦଣ୍ଡାଦେଶ

ଘୁଞ୍ଚି ଘୁଞ୍ଚି ଯାଏ ମାସକୁ ମାସ ॥

ଶ୍ରେଷ୍ଠ ବିଧିର ଏ ମର୍ଯ୍ୟାଦା ଦେଶ

ସରମେ ମରମ ଘାରି ପାଳୁଛି

ବେଲଜ୍ଜାର ସମ ନାରୀ ଦିବସ ॥

ଗାଆଁକୁ କାମ ମାଆକୁ ସମ୍ମାନ

ବିଜୁ ସ୍ୱପ୍ନ ସତ ନବୀନ ସ୍ପର୍ଶ ;

କୁନ୍ଦୁଲି ପୀଡିତା ପିପିଲି ସୂତା

ଅକାରଣେ ଦିଏ ମୃତ୍ୟୁକୁ ଝାସ ॥

ନାରୀ ସୁରକ୍ଷାର କ୍ରାନ୍ତି ଧ୍ୱନିରେ

ଅପରାଧ ଘଟେ ଅମାନୁଷିକ ॥

ନାରୀ ସଶକ୍ତିର କି ଉପହାସ

ହତ୍ୟା ବଳାତ୍କାର ଓ ହରଣରେ

ଗୁମୁରି କାନ୍ଦୁଛି ନାରୀ ଦିବସ ॥

ମାତା ହତାଦର ଭଗ୍ନୀ ଉପେକ୍ଷା

କନ୍ୟା ଭ୍ରୂଣ ହତ୍ୟା ନିତି ଆକ୍ରୋଶ ;

ଛଳନାର ପ୍ରେମ ସ୍ତ୍ରୀ ଦେହେ ବୋଳି

ପ୍ରିୟା ପ୍ରୀତି ପିଏ ଗରଳ ବିଷ ॥

ପ୍ରତିଦ୍ୱନ୍ଦୀ ନୁହଁ ସହଚରୀ ସେ

ଶାନ୍ତ ସରଳର ହୃଦୟ କୋଷ ॥

ଅସହିଷ୍ଣୁ କାହିଁ ହୁଅ ପୁରୁଷ

ନାରୀ ଉନ୍ନତିରେ ଦେଶ ପ୍ରଗତି

ପୂଣ୍ୟପ୍ରସୂ ଲଭୁ ନାରୀ ଦିବସ ॥



Rate this content
Log in

Similar oriya poem from Tragedy