STORYMIRROR

Hitendra Mohanta

Tragedy

4  

Hitendra Mohanta

Tragedy

ୟାଶ୍

ୟାଶ୍

1 min
236



ବାତ୍ୟା - ଏକ ନିଷ୍ପାପ ପ୍ରକୃତିର କୋପ

ଦୁଷ୍ପ୍ରାପ୍ୟ ବିକୃତିର ସନ୍ତାପ ।

ପ୍ରବଞ୍ଚନାର ଚକାଭଉଁରିରୁ

ଦଳ ଦଳ ଶାପ

ଆଉ ମାଳ ମାଳ ପାପକୁ

ଛଳନାର ଇନ୍ଦ୍ରଜାଲରେ ରୁଣ୍ଡଉଥିବା

ଜ୍ୱଳାନ୍ତକ ଅଭିଶାପ ॥

ଗଗନରେ ଘୁଁ ଘୁଁ ଲମ୍ଫୁଥିବା

ମେଦିନୀରେ ସୁଁ ସୁଁ କମ୍ପୁଥିବା

ଜନଜୀବନକୁ ଟିକ୍ ଟିକ୍ ଖୁମ୍ପୁଥିବା

ପେଶା ବେଉସାକୁ ଚଟ୍ ପଟ୍ ଝାମ୍ପୁଥିବା

ଏକ ଚାରିତ୍ରିକ ପରିତାପ ॥॥


ବିସ୍ଫୋଳନର କଳାପାହାଡ

ମହୋଦଧିରେ ସ୍ନାନ ସାରି

ଶରଧାବାଲିକୁ ମୁଠାରେ ଧରି

ମୁକ୍ତିର ନୀଳଚକ୍ର ଆଡେ ନ ଧାଇଁ

ଡେଉଁଥାଏ ସବୁଜିମାର ଶୀତଳ ବାଡ ।

ଜୀଇଁବାର ମଧୁରିମାତକ ଶୋଷି

ଫୋପାଡୁଥାଏ 

ମରଣର ପୁଞ୍ଜା ପୁଞ୍ଜା ହାଡ;

ବଞ୍ଚିବାର ସାରେଗାମାକୁ ପୋଛି

କରୁଥାଏ ଆର୍ତ୍ତନାଦର

ତୁହାକୁ ତୁହା କଙ୍କାଳ ମାଡ ॥

ବକ୍ଷ ଫାଡି ମୋକ୍ଷ ଦିଏ

ଲଗାଇ ଦେଇ ସ୍ୱର୍ଗଦ୍ୱାରରେ

ରଥଯାତ୍ରାର ଭିଡ ॥॥


ଏ ମାଟିର ସତେ ପଢୁଆଁ ଜୋଇଁ

ସ୍ଥାନ କାଳ ପାତ୍ର କି

ତିଥି ବାର ଲଗ୍ନ ନାହିଁ ;

ଡାକରା ମିଳୁ କି ନ ମିଳୁ

ବର୍ଷରେ ଅନ୍ତତଃ

ଥରୁଟେ ଆସିବା ପାଇଁ ॥


ସଙ୍ଖୋଳିବା ପାଇଁ ପୂଜା ବନ୍ଦାପନା

କେଉଁ କମ ଅବା

ଭୋଗ ଉପଚାର !

ଆବାହନୀ ସଙ୍କେତ ମିଳୁ ନ ମିଳୁଣି

ଆଗଭର ସଭିଏଁ ; ସଜାଗ ତତ୍ପର ॥


ଗାଁ ମୁଣ୍ଡରେ ସମୁଦ୍ର ତଟରେ

କ୍ୟାମେରାରେ ହୁଏ ଚିତ୍ର ଉତ୍ତୋଳନ

ଶବ୍ଦ ସଂଗ୍ରହଣ

କାଗଜ ଉପରେ କଲମ ମୁନରେ

ଠାଣି ଚାହାଣିର

ସ୍ୱାଗତମ ସମ୍ଭାଷଣ ।

ବିଚରା ନୀରିହ ଜନତା

ଦେଖନ୍ତି ଶୁଣନ୍ତି ପଢନ୍ତି

ଆତ୍ମ ମରଣର ସୁସ୍ୱାଦୁ ପରିବେଷଣ ॥


ପଛରେ ବି ନାହିଁ ଦରଦୀ ପ୍ରଶାସନ

ସତର୍କ ଘଣ୍ଟି ବାଜୁ ନ ବାଜୁଣୁ

ବାତ୍ୟାଶ୍ରୟେ କରାନ୍ତି ଲୋକ ବିସ୍ଥାପନ ।

ରିଲିଫ ସାମଗ୍ରୀ ପ୍ରସ୍ତୁତ ଆଗତୁରା

ସମୀକ୍ଷା ବୈଠକ ଘନକୁ ଘନ ;

ପ୍ରପୀଡିତ ଲାଗି ଅନୁକମ୍ପା ରାଶି

ଜୋଇଁ ଚର୍ଚ୍ଚା କାଳେ

ପ୍ରଜାଙ୍କୁ ଯେମିତି ପ୍ରସାଦ ସେବନ ॥


ଜୋଇଁ ଗଲା ପରେ

ଜୋଇଁ ବେଭାରର ଖର୍ଚ୍ଚ ଅଟକଳେ

ବିତର୍କ ଚାଲେ

କେତେ ବଣ୍ଟନ ? କେତେ ଲୁଣ୍ଠନ ???



Rate this content
Log in

Similar oriya poem from Tragedy