Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Tragedy

4  

Bharatabandhu Biswal

Romance Tragedy

ପୂର୍ଣ୍ଣଚ୍ଛେଦ

ପୂର୍ଣ୍ଣଚ୍ଛେଦ

1 min
168



ଅଳପ ପାଠୋଇ ସ୍ତିରୀଟି ରହଇ

ମଫସଲ ଗାଆଁଟିରେ

ସ୍ୱାମୀ ତା ରହନ୍ତି ଘରଠୁ ଦୂରରେ

କଲିକତା ସହରରେ ।


ଡରି ଡରି ସିଏ ଲେଖିଲା ଚିଠିଟି

ଥିବାରୁ ଅତି ଜରୁରୀ

ଠିକଣା ଜାଗାରେ କମା ପୂର୍ଣ୍ଣଚ୍ଛେଦ

ପକାଇଲା ଭୁଲ୍ କରି ।


ପ୍ରାଣନାଥ ମୋର ଘେନିବ ପ୍ରଣାମ

ଘର ହାଲଚାଲ ଭଲ

ବହୁତ ଖବର ଦେଲିଣି ତୁମକୁ

ଆସୁ ତ ନାହଁ, କୁକୁର ।


ଦି ମାସର ମେଣ୍ଢା ଛୁଆ ଖାଇଗଲା,

ହଇରାଣ କଲା ଛେଳି

ପଡୋଶୀଙ୍କ ସଙ୍ଗେ ନିଇତି ମାଆଙ୍କ

ଉଠୁଣୁ ଲାଗିଲା କଳି ।


ହାଟକୁ ପଠାଇ ବିକ୍ରି କରିଦେଲି

ମାଆ, ଛେଳି ଛୁଆ ପିଲା

ଆସିବ ନିଶ୍ଚୟ ରଥ ଯାତରାକୁ

ଇତି ତୁମ ସ୍ତ୍ରୀ ଶୋଲା ।


ପୂର୍ଣ୍ଣଚ୍ଛେଦ କମା ଅଡ଼ୁଆ ତଢୁଆ

ଘୂରିଗଲା ସ୍ୱାମୀ ମଥା

ଖେଳିଗଲା ମନେ ଆତଙ୍କ ବିଷାଦ

କମ୍ ପାଠ ବଡ଼ ବ୍ୟଥା ।

 



Rate this content
Log in

Similar oriya poem from Romance