STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଡେଳ୍ଟା ପ୍ଲାସ୍ ଭାରିଆଣ୍ଟସ୍

ଡେଳ୍ଟା ପ୍ଲାସ୍ ଭାରିଆଣ୍ଟସ୍

1 min
141


ପୁଣି ଆଶୁ ଅଛି ଅଦୃଶ୍ୟ ରୋଗଟି


ଶୁଭୁଛି ଦେଶର ମଧ୍ୟେ,


ଡେଲଟା ପ୍ଲାସ୍ ଭାରିଆଣ୍ଟସ୍ ନାମେ


ବିକ୍ଷ୍ୟାତ ଦେଶର ମଧ୍ୟେ।୧।


ଅତି ହିଁ ଘାତକ ଅତି ହିଁ ପ୍ରଖର


ଡାକ୍ତରଙ୍କ ଅନୁସାରେ,


ଆଠ ରାଜ୍ୟେ ହେଲା ଆଗମନ ତାର


ଚିନ୍ତିତ କରେ ମନରେ।୨।


ସୁରକ୍ଷା ରହିବା ପୁଣି ଆବଶ୍ୟକ


ରଖିବା ହିଁ ଆବଶ୍ୟକ,


ପୂର୍ବ ପରି ଏହି ଘାତକ ନ ହେଉ


ଜାଗୃତର ଆବଶ୍ୟକ।୩।


ଜପାମାଳି ରୁହୁ ମାସ୍କକୁ ପିନ୍ଧିବା


ଦୂରତ୍ୱ ଭି ଆବଶ୍ୟକ,


ସବୁ ଆବଶ୍ୟକ ଜୀବନେ ଧରିଣ


କର୍ତ୍ତବ୍ୟର ଆବଶ୍ୟକ।୪।


ସବୁ ଆବଶ୍ୟକ ପରିପୂର୍ଣ୍ଣ ଦେଶ


ଆତ୍ମନିର୍ଭରଟି ଏବେ


ଡ଼ର ନାହିଁ ଏବେ ଆସୁ ଯେଉଁ ରୋଗ


ଆତ୍ମବିଶ୍ୱାସରେ ସର୍ବୈ।୪।


କରୋନାର ଟିକା ନେବା ଆବଶ୍ୟକ


କର୍ତ୍ତବ୍ୟ ହିଁ ଜନତାଙ୍କ,


ଯେଉଁ ନାମେ ଆସୁ ଅଦୃଶ୍ୟ ରୋଗଟି


ଡ଼ର ନାହିଁ ଜନତାଙ୍କ।୫।


ପ୍ରଭୁଙ୍କର ମାୟା ଦେବେ ଅଗଚର


ମନୁଷ୍ୟ କାହୁଁ ବୁଝିବ,


କର୍ତ୍ତବ୍ୟେ ରହିଣ ଜ୍ଞାନ ବିଜ୍ଞାନରେ


ସମାଧନ ହିଁ କରିବ।୬।


ପ୍ରଭୁ ଭକ୍ତି ନିତି କର୍ତ୍ତବ୍ୟରେ ଗତି


ଜୀବନେ କର୍ତ୍ତବ୍ୟ ଆମ୍ଭ,


ନିସ୍ବାର୍ଥର ପଥେ ପଥଗାମୀ ସଦା


ମନୁଷ୍ୟ କର୍ତ୍ତବ୍ୟ ଆମ୍ଭ।୭।


ପୁଣି ଆସୁ ଅଛି ଅଦୃଶ୍ୟ ରୋଗଟି


ଶୁଭୁଛି ଦେଶର ମଧ୍ୟେ,


ଡେଳ୍ଟା ପ୍ଲାସ୍ ଭାରିଆଣ୍ଟସ୍ ନାମେ


ବିକ୍ଷ୍ୟାତ ଦେଶର ମଧ୍ୟେ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy