STORYMIRROR

Prabhati Mahapatra

Tragedy Classics

4  

Prabhati Mahapatra

Tragedy Classics

ଭାଗ୍ୟର ବିଡମ୍ବନା

ଭାଗ୍ୟର ବିଡମ୍ବନା

2 mins
588


 

ଭକ୍ତି ଦୟା କ୍ଷମା ଚରିତ୍ର ଗହଣା 

ସାଇତି ରଖିଲେ କୀର୍ତ୍ତି

ଯେହ୍ନେ କୁନ୍ତୀ ସେବି ଦୁର୍ବାସା ଚରଣ

ଲଭିଲେ ଅମ୍ଲାନ ଶକ୍ତି ।

ମହାଭାରତର ଅତ୍ୟନ୍ତ ପବିତ୍ର

କୁନ୍ତୀ କର୍ଣ୍ଣ ସ୍ନେହ ଡୋର

ପ୍ରହେଳିକା ସାଜି ଜନ୍ମରୁ ମରଣ

ଭରିଛି ଦୁଃଖ ଅପାର ।

କୁନ୍ତୀ ସେବା ଦାନେ ଦୁର୍ବାସା ମୁନି ଯେ

କର୍ଣ୍ଣ ମନ୍ତ୍ର କଲେ ଦାନ

ଏହି ମନ୍ତ୍ର ବଳେ ଅବତୀର୍ଣ୍ଣ ହେବେ

ସ୍ବର୍ଗରୁ ଦେବତା ଗଣ ।

ମୁନି ବାକ୍ୟ ବାଣୀ ପରୀକ୍ଷା ନିମନ୍ତେ

କୁନ୍ତୀ ଧ୍ୟାନ କଲେ ସୂର୍ଯ୍ୟ

ନିମିଷକେ ଭାନୁ ପ୍ରକଟ ହୋଇଲେ 

ଚମକାଇ ଶକ୍ତି ବୀର୍ଯ

ଭୀତ ତ୍ରସ୍ତ ହୋଇ କୁନ୍ତୀ ଯେ ବୋଲଇ

ଫେରି ଯାଅ ତୁମେ ସ୍ଵର୍ଗେ

ଦୁର୍ବାସା ମୁନିଙ୍କ ମନ୍ତ୍ରକୁ ପରୀକ୍ଷା

କରିଲି ମୁଁ ଉଦବେଗେ ।

କୃପା କରି ଦେବ ବାହୁଡିଣ ଯାଅ

ପ୍ରୟୋଜନ ନାହିଁ ମୋର

ଶୁଣି , ଦିବାକର ସମ୍ଭବ ଯେ ନୁହେଁ

ଦେବି ନିଶ୍ଚେ ତୁମେ ବର ।

ଫେରି ଯିବି ଯଦି ଅନର୍ଥ ହୋଇବ

ସୃଷ୍ଟି ହେବ ଟଳମଳ

ତୁମ କୋଳେ ପୁତ୍ର ପ୍ରଦାନ କରିଣ 

ବାହୁଡି ଯିବି ସହଳ ।

କବଚ କୁଣ୍ଡଳ ସଙ୍ଗେ ବରପୁତ୍ର

କୁନ୍ତୀ କୋଳେ ଦେଲେ ସୂର୍ଯ୍ୟ

ଅନ୍ତର୍ଧାନ ହେଲେ ସେ ଠାବକୁ ତ୍ୟାଗୀ

କୁନ୍ତୀ ହରାଇଲେ ଧର୍ଯ୍ୟ ।

ଭାନୁ ଦେବ ସିନା କୁମାରୀତ୍ବ ରଖି

କୋଳେ ରଖିଲେ ସନ୍ତାନ

ପରନ୍ତୁ ସମାଜ ପାଚନ ନକରି

କରିବ ଯେ ନିନ୍ଦା ଗାନ ।

ସମାଜ ଆଖିରୁ ବଞ୍ଚିବା ପାଇଁକି

ଗୋପନେ ଭରି ସିନ୍ଦୁକେ

ନଦୀର ସ୍ରୋତରେ ଭସାଇଣ ଦେଲେ

ଭାସି ଅଶ୍ରୁ ଜଳ ଶୋକେ ।

ସେହି ଭେଳା ଦିନେ ଶୂତ ହାତେ ଲାଗେ

ଟେକି ପତ୍ନୀ ରାଧା ହାତେ

ଯେହ୍ନେ ଶଶି ବଢେ ଗଗନ ବୁକୁରେ

ରାଧେୟ ରୁହଇ ଚିତ୍ତେ ।

ନବ ଯଉବନେ ପଦାର୍ପଣ କଲେ

କବଚ କୁଣ୍ଡଳ ସଙ୍ଗେ

ବିଶ୍ମୟେ ପଡନ୍ତି ଦେଖିବା ଜନ ଯେ

ସତେ ରାଜ ଶୋଭା ଅଙ୍ଗେ ।

ଅବାଂଛିତ ପ୍ରାଣ ଅପମାନ ଭରା

ନାହିଁ ଜାତି କୁଳ ଗୋତ୍ର

ନିରନ୍ତର ମନ ଅନ୍ୱେଷଣ କରେ

ଜନ୍ମର ଠିକଣା ପତ୍ର ।

ମହାଭାରତର ନାୟକ ମଣି ଯେ

ମହାବୀର ଦାନୀ କର୍ଣ୍ଣ 

ପରିତ୍ୟକ୍ତ ପ୍ରାଣ ସାଉଁଟି ନେଲା ଯେ

ଅତ୍ୟାଚାରୀ

ଦୁର୍ଯ୍ୟୋଧନ ।

କର୍ଣ୍ଣ ମଥାପରେ ପର୍ଶୁରାମ ପୁଣି 

ବ୍ରାହ୍ମଣଙ୍କ ଅଭିଶାପ

ବ୍ୟଥିତ ପରାଣେ ଏକାନ୍ତ ସଂଘର୍ଷ

ବାଢ଼ି ନପାରନ୍ତି କୋପ ।

ସମୟ ଚକ୍ରରେ ବାନ୍ଧବୀର ଘରେ

କୁନ୍ତୀ କର୍ଣ୍ଣ ହୁଏ ଭେଟ

ମାତା ବୁଝିଯାଏ ସନ୍ତାନ ନୟନେ

ବାତ୍ସଲ୍ୟ ପଶରା ହାଟ ।

ଗୃହେ ଫେରି କୁନ୍ତୀ ମନ ଉଦାସରେ

ବିତାଏ ଦିବସ ରାତି 

ପ୍ରକାଶିତ ହେଲେ ଜଗତେ କିପରି

ରହିବ ଜୀବନ ସ୍ଥିତି ।

ମହାଭାରତର ଘୋର ରଣ ମଧ୍ୟେ

କର୍ଣ୍ଣ ଯେବେ ଯୋଗ ଦିଏ

କିବା କେଉଁ କ୍ଷେତ୍ରେ ଅନ୍ୟର ଚକ୍ଷୁରେ

ଅପମାନିତ ଯେ ହୁଏ ।

କୁନ୍ତୀଙ୍କ ହୃଦୟେ ଭେଦ କରୁ ଥାଏ

ବାରବାର ଦୁଃଖ ତୀର 

ଉଦରୁ ବାହାରି ଓଠେ ବାଧା ପାଏ

ଅସ୍ପଷ୍ଟ ଯାଏ କଣ୍ଠ ସ୍ଵର ।

ପରିସ୍ଥିତି ମଧ୍ୟେ ରୁହନ୍ତି ନିରବେ

ଆସିଲା ଶୁଭ ସମୟ

ଅର୍ଜୁନ ଜୀବନ ସୁରକ୍ଷିତ ପାଇଁ 

କର୍ଣ୍ଣ ପାଶେ ଲାଗେ ଲୟ ।

ଅର୍ଦ୍ଧ ନାଶା କାଳେ ନିରୋଳା ସ୍ଥାନରେ

କର୍ଣ୍ଣଙ୍କୁ କରିଲେ ଭେଟ 

ପରିଚୟ ପରେ ପଣତ ପାଚିଲେ

ତୋ ଭିକ୍ଷାରେ ପୁରେ ପେଟ ।

ଅତି ଅଭିମାନେ ବୋଲନ୍ତି ଯେ କର୍ଣ୍ଣ

ନକର ଯେ ଅଶ୍ରୁପାତ

ତୁମ ନେତ୍ର ବାରି ଜୀବନ ସଂଚାରିତ

କରାଲା ପୁନଃ ଜୀବିତ ।

କୁନ୍ତଳ ସାଉଁଟି ସ୍ନେହ ଭରେ କୁନ୍ତୀ

ବୋଲନ୍ତି ରେ ଧନ ମାଳି

ଗୋଟିଏ ଆଶାକୁ ହୃଦୟେ ଆଣିଛି

ରଖିବୁ ମୋ ଛୋଟ ଅଳି ।

କବଚ କୁଣ୍ଡଳ ପରିତ୍ୟାଗ କର

ଅର୍ଜୁନ କଲ୍ୟାଣ ପାଇଁ

ଶଣିଣ କୁନ୍ତେୟ ବୋଲନ୍ତି ଗୋ ମାତ

ଚିନ୍ତା ସ୍ରୋତେ ଭାସ ନାହିଁ ।

ଜନ୍ମରୁ ଦୁଃଖି ମୁଁ ମୂଲ୍ୟହୀନ ପ୍ରାଣ

ଲଭେ କେତେ ତିରସ୍କାର

ତୁଛ ଏ ଜୀବନ ଉତ୍ସର୍ଗରେ ହେଉ

କନିଷ୍ଠର ଉପକାର ।

କଥା ମୁଁ ଦେଉଛି ପାଂଚ ପୁତ୍ର ମାତା

ଜଗତେ ହେବ ବିଦିତ

କର୍ଣ୍ଣ ହେଉ କିବା ଧନଞ୍ଜୟ ହେବ

ପାଞ୍ଚ ସନ୍ତାନେ ଗଣିତ ।

ଦାନ ବଚନକୁ ଆଞ୍ଚଳେ ବାନ୍ଧିଣ

ମନରୁ ଲିଭିଲା ଭୀତି

ଧନ୍ୟ ଶୂତ ପୁତ୍ର ଧନ୍ୟ ହେ ରାଧେୟ

ଧନ୍ୟ ତୁମ ଦାନ କୀର୍ତ୍ତି ।

ଆହେ ନନ୍ଦସୁତ କଲ ଉପକୃତ

ପ୍ରଭାତୀ ପଶେ ଶରଣ

ମନୋକାମନା ମୋ ପରି ପୂର୍ଣ୍ଣ ହେଲା

କରି ତୁମ ଗୁଣ ଗାନ ।



Rate this content
Log in

Similar oriya poem from Tragedy