ଅନାଥ
ଅନାଥ


ପତି ପତ୍ନୀଙ୍କ ସଂସାରର ଗାଡି
ଚାଲିଥିଲା ସୁରୁଖୁରୁରେ
ବର୍ଷ ପରେ ବର୍ଷ ଏଇମିତି ବିତିଗଲା
ପାଞ୍ଚବର୍ଷ ଧୀରେଧୀରେ ।
କୋଳରେ ନଥିଲା ସନ୍ତାନ ସନ୍ତତି
ଆଣିଦେଲା ତାଙ୍କ ପାଇଁ ଦାରୁଣ ବିପତ୍ତି ।
ଅସ୍ଥିର ହୋଇଲା ମନଦଶା ତାଙ୍କର
ସନ୍ତାନ ହୀନତା ଦୁଃଖ କରିଲା କାତର ।
ମସୁଧା କରିଲେ ଦୁହେଁ ଯିବାକୁ ଅନାଥ ଆଶ୍ରମ
ଆଣିଦେଲେ କନ୍ୟା ଏକ ଦେଇ ତାକୁ ସ୍ନେହର ଚୁମ୍ବନ ।
ଚନ୍ଦ୍ର ଉଦିଆ ସମ ବଢି ଚାଲିଲା ସେ କନ୍ୟାରତନ
ମାତୃଗର୍ଭେ ସଞ୍ଚରିଲା ଅଚାନକ ଅନ୍ୟ ଏକ ପ୍ରାଣ ।
ଆତ୍ମହରା ହେଲେ ଆନନ୍ଦରେ ଦମ୍ପତି ଦିଜଣ
ନିଜର ରକ୍ତରୁ ଜନ୍ମିବ ସନ୍ତାନ ହେଜି ହୋଇଲେ ପ୍ରସନ୍ନ ।
ନଅ ମାସେ ଜନ୍ମ ନେଲା ତାଙ୍କ କୁଳର ନନ୍ଦନ
କୁଆଁ କୁଆଁ ରାବେ କମ୍ପିଗଲା ଗଗନ ପବନ ।
ଦୁଃଖର ଅନ୍ଧାର ସନ୍ତାପିଲା କନ୍ୟାର ଜୀବନ
ବିନା କାରଣରେ ତାପରେ ବର୍ଷିଲା ଗାଳିର ବର୍ଷଣ ।
ଗାଳି ପରେ ଦିଆଗଲା ଶାରୀରିକ ଦଣ୍ଡ ।
ଅଲିଅଳି ଝିଅଟିର ଆଶା ସବୁ ହୋଇଗଲା ପଣ୍ଡ ।
ଗୁମୁରି ଗୁମୁରି ଘରକୋଣେ ଢାଳେ ଲୁହ
ପୋଛିବାକୁ ନଥିଲେକେ ତାର ଆଖି ଲୁହ ।
ଦିନାକେତେ ହୋଇଗଲା ପଥରର ସମ
କରି ଚାଲିଥିଲା ସେ ଯନ୍ତ୍ରଣା ଗରଳ ପାନ ।
ସହିବାର ଶେଷ ସୀମା ପାର ହେବାପରେ
ଘରୁ କାଢିଲା ସେ ଗୋଡ ଯିବାପାଇଁ ଅଜଣା ଜାଗାରେ ।
ସହୃଦୟ ମହିଳାଙ୍କ ଦୃଷ୍ଟିଗୋଚର ହୋଇଲା
ଝିଅଟିର ଭାଗ୍ୟାକାଶେ ପୂର୍ଣ୍ଣମୀର ଚାନ୍ଦ ଯେ ଉଇଁଲା ।
ଶିକ୍ଷା ଲାଭ କରି ଶେଷେ ଯୋଗ୍ୟ ବୋଲାଇଲା ।
ସୁନାମ ତାହାର ଚାରିଦିଗେ ବ୍ୟାପିଗଲା ।
ଭାଗ୍ୟହାତେ ବନ୍ଧାଥିଲା ଝିଅର ଜୀବନ
ଭାଗ୍ୟୋଦୟ ହେବାପରେ ହୋଇଲା ସେ ଧନ୍ୟ ।