STORYMIRROR

Minakshi Samal

Abstract Others

3  

Minakshi Samal

Abstract Others

ବନ୍ଧୁ

ବନ୍ଧୁ

1 min
213

ବନ୍ଧୁ ଏକ ଏଭଳି ବ୍ୟକ୍ତିତ୍ଵ 

ନିଃସଙ୍ଗ ଜୀବନର ସଞ୍ଜିବନୀ ବୁଟୀ 

ହୃଦୟର ନିଭୃତ କୋଣରେ ବସାବାନ୍ଧି ଥିବା 

ଅକୁହା ଅବ୍ୟକ୍ତ କାହାଣୀର 

ନୀରବ ଶ୍ରୋତା।

ଭାଙ୍ଗି ପଡିଥିବା ବେଳେ ପିଠି ଥାପୁଡେଇ 

ସାନ୍ତ୍ଵନା ଦିଏ ବନ୍ଧୁଟିର ହାତ 

ଦୁଇ ବାହୁ ମେଲି କୋଳେଇନିଏ ଅଭୟ ମୁଦ୍ରାରେ 

କେବଳ ବନ୍ଧୁଟିଏ ଆପଦ ବିପଦରେ 

ଧ୍ବସ୍ତ ବିଧ୍ବସ୍ତ ହେଇଗଲା ବେଳେ 

କାନପାଖେ ଚୁପିଚୁପି କହେ 

ଚିନ୍ତା କରନା 

ମୁଁ ଅଛି ପରା ତୋ ପାଶେ ପାଶେ 

ତୋ କାଳିଆ ,ତୋ ଚକାଡୋଳା,ତୋ ବନ୍ଧୁ ,ତୋ ସଖା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract