STORYMIRROR

Minakshi Samal

Inspirational

3  

Minakshi Samal

Inspirational

ଛୋଟ ବଡ

ଛୋଟ ବଡ

1 min
223


ବୟସ ବଢିଲେ ବଢେ ଅଭିଜ୍ଞତା

କେଶ ସବୁ ଧଳା ହୁଏ 

ଶରୀରର ଅବୟବ ଧୀରେ ଧୀରେ

ଶିଥିଳ ଯେ ହୋଇଯାଏ।


ଜୀବନର ଅନୁଭବେ ପରିପକ୍ବ 

ହୁଏ ଜ୍ଞାନ, ବୁଦ୍ଧି ସବୁ

ସମସ୍ୟା ଆସଇ ଯଦି ଜୀବନରେ

କରିପାରନ୍ତି ସେ କାବୁ।


ଲଘୁଜନ ଯଦି ମାନନ୍ତି ବଡଙ୍କୁ

ଗୁରୁଜନ ଢାଲ ସାଜି

ଆଶୀର୍ବାଦ କରି କନିଷ୍ଠ ମାନଙ୍କୁ

ଜିତାନ୍ତି ଜୀବନ ବାଜି।


ସମ୍ମାନ ଦିଏ ଯେ ପାଏ ସେ ଆଦର

ହେଉ ସୁତ ଅବା ସୁତା

ବଡଙ୍କ ସୁକୃତ ଦାୟାଦ ମାନଙ୍କୁ

କରଇ ଜଗତଜୀତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational