STORYMIRROR

MADHU MITA

Inspirational

3  

MADHU MITA

Inspirational

ବୁଢ଼ୀ ଆଖିର ସ୍ୱପ୍ନ

ବୁଢ଼ୀ ଆଖିର ସ୍ୱପ୍ନ

1 min
117

ପାଚିଲା ଚୁଟିରେ ସିନ୍ଦୂର ଗାର…

ପାନଖିଆ ଓଠେ ହସର ଧାର…

ବୁଢ଼ୀ ଦିଶେ ସତେ କେତେ ସୁନ୍ଦର…

ଘର ତାର ସତେ ସ୍ୱର୍ଗ ଦୁଆର…

ଯିଏ ଆସିଲେ ବି ଖାଇବାକୁ ଦିଏ…

ସଭିଙ୍କ ପେଟକୁ ସେ ଚିହ୍ନିଥାଏ…

ତା ରୋଷଶାଳ ତା ସବୁଠୁ ପ୍ରିୟ…

ରୋଷେଇରେ ତାର ବହୁ ଆଗ୍ରହ…

ସବୁଠୁ ଖୁସି ସେ ତା ବୁଢ଼ା ପାଇଁ…

ପାକୁଳି ଖାଦ୍ୟ ସେ ସବୁ ଖାଇଥାଇ…

ତା ମନ ଧରି ସେ ରୋଷେଇ କରେ…

ଶୋଇଗଲେ ବୁଢା ଖାଇଲାଆ ପରେ…

ମନେ ମନେ ବୁଢ଼ୀ ସପନ ଦେଖେ…

ବୁଢ଼ା ମୁହଁକୁ ସେ ଚାହେଁ ନିରେଖେ…

କେତେ ବର୍ଷ ତଳେ ସେ ଆସିଥିଲା…

ବୁଢା ହାତ ଧରି ବୋହୂ ସାଜିଲା…

ଯାହା ଥିଲା ତାହା ସମ୍ଭାଳି କରି…

ଘର ଚଳେଇଲା ମନକୁ ଧରି…

ବୟସ ଆସି ହେଲା ତିନି କୋଡି…

ରହିଛି ଆଗପରି ତାଙ୍କ ଯୋଡ଼ି…

ବୁଢ଼ା ଏବେ ବି ରୋଜଗାର କରୁଛି…

ଦୋକାନ ସମ୍ଭାଳି ଘର ଚଳାଉଛି…

ପିଲା ପିଲି ତାର କେହି ନାହାନ୍ତି…

ତଥାପି ସେମାନେ ଖୁସିରେ ଅଛନ୍ତି…

ଗାଆଁ ସାରା ଲୋକ ତାଙ୍କ ପରିବାର…

ବୁଢ଼ୀ ବୁଢ଼ାକୁ କରନ୍ତି ଆଦର…

କାହା ଦେହ କେବେ ହେଲେ ଖରାପ…

ସେବା କରନ୍ତି ରଖି ଆପଣା ଭାବ…

ବୁଢ଼ୀ ସ୍ୱପ୍ନ ଦେଖେ ଯୁଇକୁ ଯିବ…

ଅହ୍ୟ ହୋଇ ସିଧା ସ୍ୱର୍ଗକୁ ଯିବ…

ସତ ସ୍ୱପ୍ନ ସବୁ ତା ଶଙ୍ଖା ସିନ୍ଦୂର…

ସବୁ ଯାଉ ପଛେ ଏହା ଥାଉ ତାର…



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational