STORYMIRROR

MADHU MITA

Classics Inspirational

4  

MADHU MITA

Classics Inspirational

ସନେଟ ଆର୍ତ୍ତ ପାର୍ଥ

ସନେଟ ଆର୍ତ୍ତ ପାର୍ଥ

1 min
335


ଅନ୍ଧାର ବଳୟୁ ଆଲୋକ ଆଡ଼କୁ ହାତ ଧରି ନେଇଯାଅ

ହେ ଗୁରୁ ଜୀବନ ବଞ୍ଚିବା ଶିକ୍ଷାକୁ ଟିକିଏ ଶିଖେଇ ଦିଅ

ବିଦ୍ୟା ଅଧ୍ୟୟନ ପର୍ଯ୍ୟାପ୍ତ ଲାଗେନା ଜୀବନ ମରଣ ଯୁଦ୍ଧେ

ଧନ ଧର୍ମ କର୍ମ ଛନ୍ତି ଘେରି ପ୍ରାଣ ଆତ୍ମା ସେ ତୀରରେ ବିଦ୍ଧେ


ମାତା ପିତା ମୋର ଦୁନିଆ ଦେଖେଇ ଶିଖେଇଲେ ନାନା କଥା

ତଥାପି କେଜାଣି କେତେ କେତେ ପ୍ରଶ୍ନେ ଘୁରାଉଛି ଆଜି ମଥା

ଯେତେ ଜାଣିଲେ ବି ଅଜଣା ଲାଗଇ ବଞ୍ଚିବାର ଏହି ରାହା

ବନ୍ଧୁ ପରିଜନ କେ' ନିଜ କେ' ପର କିଏ ଅବା ମୋର ସାହା 


କୀଟ ପଶୁ ପକ୍ଷୀ ବୃକ୍ଷ କି ପାଷାଣ ସରିତା ବନିତା ଲତା

ପୁରୁଷ ପ୍ରକୃତି ଦେବ କି ଗନ୍ଧର୍ବ ଦାନବେ ଖୋଜୁଛି ସତ୍ତା

କିଏ ଦେବ ଜ୍ଞାନ ଗୁରୁ ହୋଇ ମୋତେ ନଥିବ ଯହିଁ ଛଳନା

ଦ୍ରୋଣ ନେଇଯାଏ ବୃଦ୍ଧାଙ୍ଗୁଳି ଏଠି କରିଦେଇ ବାଟବଣା


ହେ ଜଗତଗୁରୁ ସ୍ଥିର କରି ମହୀ ଶିଖାଅ ଜୀବନ ଶିକ୍ଷା

ଆର୍ତ୍ତ ପାର୍ଥ ସମ ଆଜି ଏ ଅଧମ ମାଗୁଛି ଏତିକି ଭିକ୍ଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics