STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ବୀର ସଭରକର

ବୀର ସଭରକର

1 min
178

କେତେ କେତେ ଦାୟାଦ ଆମର ଏ ଆର୍ଯ୍ୟ 

ଭାରତ ଭୂଖଣ୍ଡରେ

ମୁକ୍ତି ପାଇଁ ଲଢ଼ିଛନ୍ତି ଲିପିବଦ୍ଧ ସେମାନଙ୍କ 

ନାମ ଇତିହାସରେ(1)


ଏ ମାଟିର ବାଳୁତ ଧରମା ବାର ଶହ 

ବଢେଇଙ୍କ ପାଇଁ 

ନିଜ ଜୀବନକୁ ନେଲା ଜାତି ପାଇଁ 

ମନ୍ଦିର ଚୂଡାରୁ ଡେଇଁ (2)


ବାର ବରଷର ବୟସରେ ବୀର ବାଜି 

ରାଉତ ଡରି ନଥିଲା

ଅନ୍ୟାୟୀ ଫିରିଂଗି ସେନାର ଗୁଳିମାଡରେ 

ଟଳି ପଡିଥିଲା (3)


ବୀର ଭଗତ ସିଂ ସହିତ ଖୁଦିରାମ ପରି 

ବୀର କେତେ ଏ ଦେଶର 

ହସି ହସି ଜୀବନ ଦେଲେ ଫାଶୀ କଳା

ପାଣି ଓ ଜେଲକୁ କଲେନି ଡର (4)


ସଭରକର ଅଠରଶ ତେୟାଅଶୀ ମଇ 

ଅଠେଇଶି ତାରିଖରେ

ଜନମିଲେ ମହାରାଷ୍ଟ୍ର ରାଜ୍ୟର ନାସିକ 

ଜିଲ୍ଲାର ଭାଗୁର ଗାଁରେ (5)


ନାମ ଅଟେ ସେହି ବିପ୍ଳବୀର ବିନାୟକ 

ଦାମୋଦର ସଭରକର

ଥିଲେ ତାଂକ ମାତା ରାଧାବାଈ ଓ ପିତା 

ସଭରକର ଦାମୋଦର (6)

   

ସ୍ବପ୍ନ ଦେଖିଲେ ପରାଧୀନତାରୁ ଦେଶ 

କିପରି ହେବ ସ୍ୱାଧୀନ  

ପଢ଼ା ସମୟରେ ଗଢ଼ିଲେ "ମିତ୍ର ମେଳା" 

ବିପ୍ଲବୀ ସଂଗଠନ (7)


ମାତୃଭୂମିର ସ୍ୱାଧୀନତା ପାଇଁ ଅଧ୍ୟୟନ 

କାଳେ ବିଲାତରେ  

ଇଂରେଜ ସରକାର ବିରୋଧରେ ଲାଗିଲେ 

ସଂଘବଦ୍ଧ ବିପ୍ଲବରେ (8)


ରାଜଦ୍ରୋହ ଅପରାଧରେ ବନ୍ଦୀ ହୋଇ

 ଆସୁଥିଲେ ଭାରତ !

ଜାହାଜରୁ ଫେରାର ଅପରାଧେ ହେଲେ 

କଠୋର ଦଣ୍ଡେ ଦଣ୍ଡିତ !! (9)


ଆଜୀବନ ବନ୍ଦୀ ଭାବେ 'କଳାପାଣି' 

କାରାଗାରେ ହେଲେ ପ୍ରେରଣ

ଦଶ ବର୍ଷ ଭୋଗି ନିର୍ଯ୍ୟାତନା ମୁକ୍ତି ଲଭି 

ସ୍ୱଦେଶକୁ କଲେ ଆଗମନ !! (10)


ଦେଶ ମାତୃକାର ମୁକ୍ତି ପାଇଁ ଥିଲା 

ତାଙ୍କର ତନୁ ମନ ଧ୍ୟାନ !

ଭାରତୀୟମାନଙ୍କ ମନରେ ସ୍ମରଣୀୟ

ହୋଇ ରହିଛନ୍ତି ଚିରଦିନ (11)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational