STORYMIRROR

MADHU MITA

Inspirational

3  

MADHU MITA

Inspirational

ପାଦପ ସ୍ବପ୍ନ

ପାଦପ ସ୍ବପ୍ନ

1 min
152


ଠିଆ ହୋଇଥାଏ ମାଟି ପରେ ସେହି

ସହୁଥାଏ ଯେତେ ଖରା ବରଷା

ଆସୁ ପଛେ ଯେତେ ବାଧା ବିଘ୍ନ ପଛେ

ମାଟି ମାଆ ଏକା ତାର ଭରସା

ମଞ୍ଜିଟିଏ ହୋଇ କାଲି ଆସିଥିଲା

ଧରଣୀ ରାଣୀର ବକ୍ଷ ବିଦାରି

ଆଜି ହୋଇଅଛି ମହାଦ୍ରୁମ ସେ ତ

କେତେ ଫୁଲ ଆଉ ଫଳ ସାଙ୍ଗରେ ଧରି

ତାହାରି ଡାଳରେ ପକ୍ଷୀ ବସା ଅଛି

କିଚିରି ମିଚିରି ଶୁଭେ ଶବଦ

ଗୁଣ୍ଡୁଚି ମାଙ୍କଡ ଡ଼ିଆଁ ଡେଇଁ କରି

ଖୁସିରେ କରନ୍ତି ଯେ ଖେଳକୁଦ

ସୁସ୍ୱାଦୁ ଫଳରେ ପୁରିଛି ତା ଗର୍ଭ

ଶୋଷିଲା ଭୋକିଲା ପଥିକ ପାଇଁ

ଛାଇ ଦେଇ ସେ ଯେ କ୍ଲାନ୍ତିକୁ ମେଣ୍ଟାଏ

ତୃପ୍ତି ହୋଇ ଶ୍ରମ ଯାଏ ଦୁରହୋଇ

ଟାଣ ଖରା ହେଲେ ଗହଳ ପତ୍ରରେ

ଘୋଡାଇ ଦିଏ ସେ ଜୀବ ଜୀବନ

ଝୋ ଝୋ ବର୍ଷା ହେଲେ ଡରେନା କିଏ ବି

ବୃକ୍ଷ ଶାଖା କରେ ତାଙ୍କ ରକ୍ଷଣ

ଶୁଖିଗଲା ପରେ ପତ୍ର ଝଡିଯାଏ

ପକ୍ଷୀ ଛାଡିଯାଏ ଦୁରେ ପଳାଇ

ଛୋଟ ପଶୁମାନେ ଆଉ ଛୋଟ ପିଲେ

କେହି ଆସନ୍ତିନି ଆଉ ଖେଳିବା ପାଇଁ

ସେତେବେଳେ ବୃକ୍ଷ ସ୍ବପ୍ନ ଦେଖିଥାଏ

ପୁଣି କଅଁଳିଵ ଦିନେ ପତ୍ର ତାହାରି

ପୂରିବ ତା କୋଳ ଖୁସିରେ ଭରିବ

ଫେରିବେ ଯେବେ ସମସ୍ତେ ବାହୁଡ଼ି

ନହେଲେ ସେ ଜମା ଦୁଃଖ କରିବନି

ମିଶିଯିବ ମାଟି ଦେହରେ ଯାଇ

ଗଣ୍ଡିକୁ ତାହାରି ଜାଳେଣି କରିବେ

ଜନ୍ମ ତ ତାହାରି ପରସେବା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational