DR SAMIR KUMAR NANDA
Literary Colonel
AUTHOR OF THE YEAR 2021 - NOMINEE
41
Posts
32
Followers
12
Following
ସମକାଳୀନ ଜୀବନ ଓ ଜଗତର ମନନଶୀଳ ଚିତ୍ର ଓ ମାନବିକ ଆବେଗର ସୂକ୍ଷ୍ମାତିସୂକ୍ଷ୍ମ ପ୍ରତିଚିତ୍ର ହେଉଛି ଲେଖକ ଡକ୍ଟର ସମୀର କୁମାର ନନ୍ଦ ଙ୍କ ଲେଖାର ମୂଳବିମ୍ବ । ବିନା ଆଟୋପରେ, ବିନା ପରୀକ୍ଷାନିରୀକ୍ଷାରେ ସେ ଏଭଳି କାହାଣୀ,କବିତା ଓ ଉପନ୍ୟାସ ନିର୍ମାଣ କରନ୍ତି, ଯାହା ଆମ ଆଖପାଖରେ ଘଟିଥିବା କୈାଣସି ଏକ ଘଟଣା ବା ଅଙ୍ଗେନିଭା କଥା ଭଳି ଲାଗେ । ଗଳ୍ପକଳା... Read more
ସମକାଳୀନ ଜୀବନ ଓ ଜଗତର ମନନଶୀଳ ଚିତ୍ର ଓ ମାନବିକ ଆବେଗର ସୂକ୍ଷ୍ମାତିସୂକ୍ଷ୍ମ ପ୍ରତିଚିତ୍ର ହେଉଛି ଲେଖକ ଡକ୍ଟର ସମୀର କୁମାର ନନ୍ଦ ଙ୍କ ଲେଖାର ମୂଳବିମ୍ବ । ବିନା ଆଟୋପରେ, ବିନା ପରୀକ୍ଷାନିରୀକ୍ଷାରେ ସେ ଏଭଳି କାହାଣୀ,କବିତା ଓ ଉପନ୍ୟାସ ନିର୍ମାଣ କରନ୍ତି, ଯାହା ଆମ ଆଖପାଖରେ ଘଟିଥିବା କୈାଣସି ଏକ ଘଟଣା ବା ଅଙ୍ଗେନିଭା କଥା ଭଳି ଲାଗେ । ଗଳ୍ପକଳା ଦୃଷ୍ଟିରୁ ସେ ପାରମ୍ପରିକ ଓଡିଆ ଗଳ୍ପକଳାର ଜଣେ ସାର୍ଥକ ପ୍ରତିନିଧି,ଯାହା ତାଙ୍କର ଆଉ ଏକ ବଡ ଗୁଣ ।
ଶ୍ରମ ଆଇନ ଓ ସାମାଜିକ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିଥିବା ଡକ୍ଟର ସମୀର କୁମାର ନନ୍ଦ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟ ର କ୍ଷେତ୍ରାଧିକାରୀ ଅଛନ୍ତି । ପୂର୍ବରୁ ସେ ଓଡିଶା ସରକାରଙ୍କ କିଶୋର ନ୍ୟାୟ ବୋର୍ଡର ସଦସ୍ୟ ସାଙ୍ଗକୁ ପଂଚାୟତ ବିଭାଗର ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଭାବେ ଦକ୍ଷତାର ସହିତ କାର୍ଯ୍ୟ ସଂପାବନା କରି ଆସିଛନ୍ତି । ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ଡକ୍ଟର ସମୀର କୁମାର ନନ୍ଦ ପୂର୍ବରୁ ‘ସମର୍ପଣ’, ‘କବିଓକବିତା’, ‘ଅମୂଲ୍ୟ ରତ୍ନ , ‘ଗିଭ ମାଇ ଚାଇଲ୍ଡହୁଡ’ , ‘ଲୁପ୍ତ ହଂସୀନି’ ଓ ‘ଲେବର ସିନାରିଓ ଇନ ଓଡିଶା’ ଭଳି ପୁସ୍ତକ ରଚନା କରି ବେଶ୍ ପାଠକୀୟ ସ୍ୱୀକୃତି ପାଇଛନ୍ତି । ଜଣେ ସ୍ତମ୍ଭକାର ଭାବେ ମଧ୍ୟ ତାଙ୍କର ପରିଚିତି ରହିଛି । ଏହି କ୍ରମରେ ତାଙ୍କର ରଚିତ ଓ ବିଭିନ୍ନ ପତ୍ରପତ୍ରିକା ରେ ପ୍ରକାଶିତ ଅନେକ ଗଳ୍ପ,କବିତା ଓ ପ୍ରବନ୍ଧ ଡକ୍ଟର ସମୀର କୁମାର ନନ୍ଦ ଙ୍କୁ ସମକାଳୀନ କଥା ଜଗତର ପାଠକଙ୍କ ପାଖରେ ଆହୁରି ଘନିଷ୍ଠ କରିବାର ସମସ୍ତ ସାମର୍ଥ୍ୟ ରଖେ । ଇଂରାଜୀ ଭାଷାରେ ତାଙ୍କର ରଚିତ ଶିଶୁ ଶ୍ରମିକ ପ୍ରଥା,ଶ୍ରମିକ କଲ୍ୟାଣ, ତତ୍କାଳୀନ ବାମଣ୍ଡାରାଜ୍ୟ ର ସ୍ୱର୍ଣ୍ଣଯୁଗ ଓ ଭାଷା ଅନ୍ଦୋଳନରେ ବାମଣ୍ଡା ର ଅବଦାନ ସଂପର୍କରେ ଶତାଧିକ ଗବେଷଣାତ୍ମକ ଆଲେଖ୍ୟ ବ୍ରାଜିଲ, ଜୋର୍ଡାନ,କାଲିଫର୍ଣ୍ଣିଆ,ନ୍ୟୁୟର୍କ ସମେତ ଦିଲ୍ଲୀ,ଅହମଦାବାଦ ଓ ତାମିଲନାଡୁ ରୁ ପ୍ରକାଶିତ ଅନେକ ଅନ୍ତରାଷ୍ଟ୍ରିୟ ପତ୍ରିକା ରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଛି । ଅନେକ ଆନ୍ତର୍ଜାତୀୟ ଇଂରାଜୀ ପତ୍ରିକା ର ସଂପାଦନା ମଣ୍ଡଳୀ ରେ ମଧ୍ୟ ଡଃ ନନ୍ଦ ସଦସ୍ୟ ରହି ଆସିଛନ୍ତି । ଶିଶୁ ସୁରକ୍ଷା ପରି ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଂଗରେ ଦୀର୍ଘ ୨୬ ବର୍ଷ ହେଲା କାର୍ଯ୍ୟରତ ଡଃ ନନ୍ଦ ବାଲ୍ୟକାଳରୁ ଓଡିଆ ସାହିତ୍ୟ ରେ ସାଧନା ନିମନ୍ତେ ଅନେକ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ହୋଇ ପାଠକ ମାନଙ୍କ ମଧ୍ୟରେ ପ୍ରିୟପାତ୍ର ହୋଇ ସାରିଛନ୍ତି । Read less
Share with friends