DR SAMIR KUMAR NANDA

Inspirational

3.8  

DR SAMIR KUMAR NANDA

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

2 mins
183


ମଣିଷ ର ଉନ୍ନତିରେ ପିତା ମାତାଙ୍କ ସହିତ ଗୁରୁଙ୍କର ଅବଦାନ କେହିହେଲେ ଅସ୍ୱୀକାର କରିପାରିବେ ନାହିଁ । କିନ୍ତୁ ଏହି ଅବଦାନକୁ ଭୁଲିଯାଇ ଅଣଦେଖା କରିବା ଅତ୍ୟନ୍ତ ପରିତାପର ବିଷୟ । ସତୁରି ଦଶକର ଶେଷ ଭାଗରେ ମୁଁ ବାଳକ ଉ.ପ୍ରା. ବିଦ୍ୟାଳୟର ଛାତ୍ର । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଳିନୀକାନ୍ତ ସାମଲ । ଆଦର୍ଶ ଶିକ୍ଷକ କିନ୍ତୁ ଅତ୍ୟନ୍ତ କଠୋର । ଏମିତି ଏକ ସମୟରେ ଜିଲ୍ଲାଶିକ୍ଷାଅଧିକାରୀ ଙ୍କ ସହିତ ଖଣ୍ଡାଧାରରେ ବଣଭୋଜୀ କରିବାର ସୁଯୋଗ ପାଇଥିଲି । ବାଟରେ ଗୋଟିଏ ସ୍ଥାନରେ ବିଶ୍ରାମ କଲା ବେଳେ ଶିକ୍ଷା ଅଧିକାରୀ ମୋତେ ଅନେକ ମାନସାଙ୍କ ପଚାରିଲେ । ମୁଁ ସବୁ ପ୍ରଶ୍ନ ର ସଠିକ ଉତର ତୁରନ୍ତ ଦେଇଥିଲି । ସେ ଖୁସି ହୋଇ ମୋତେ ବିଦ୍ୟାଳୟ ର ସମସ୍ତ ଶିକ୍ଷକଙ୍କ ବିଷୟରେ ପଚାରିଲେ । ପ୍ରଧାନ ଶିକ୍ଷକଙ୍କ କଥା ପଚାରିବାରୁ ମୁଁ ବାଳକସୁଲଭ କଣ୍ଠରେ କହିଲି ସେ ଭଲ ପଢାନ୍ତି କିନ୍ତୁ ଅତ୍ୟନ୍ତ କଠୋର ଓ ବାଡାନ୍ତି । ଗୋଟିଏ ଦିନ ପରେ ହଠାତ୍ ତ୍ପ୍ରଧାନ ଶିକ୍ଷକ ମୋ ଶ୍ରେଣୀ ଗୃହ କବାଟ କୋଣ କୁ ମୋତେ ଡାକି ନେଇ ଗୋଟିଏ ଚାପୁଡା ମାରି କହିଲେ ବଦମାସ୍‌, ମୋ ନାମରେ ଅଭିଯୋଗ କରୁଛୁ । ମୁଁ କିଛି ବୁଝି ପାରିଲିନି । ସ୍କୁଲ ଛୁଟୀ ପରେ ତୁରନ୍ତ ଶିକ୍ଷା ଅଧିକାରୀଙ୍କୁ ଏକଥା କହିଲି । ଅବଶ୍ୟ ତା ପରଦିନଠାରୁ ପ୍ରଧାନଶିକ୍ଷକ ମୋତେ ଆଉ କିଛି କହିଲେ ନାହିଁ । କିଛି ଦିନ ପରେ ମୁଁ ବୃତି ପରୀକ୍ଷା ରେ ପାସ୍ କରି ବିଦ୍ୟାଳୟ ରୁ ବିଦାୟନେଲି । ପାଠ ପଢା ସାରିଲା ପରେ ମୁଁ ସଦାବେଳେ ମୋର ଶିକ୍ଷକ ମାନଙ୍କୁ ଖୋଜିବୁଲେ । ମୁଁ ସରକାରୀ ଚାକିରୀ ରେ ଯୋଗଦାନ କଲା ପରେ ଦିନେ କୈାଣସି କାମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇଥାଏ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂଲଗ୍ନ ରେ ଥିବା କୋଷାଗାର ବାରଣ୍ଡାରେ ଦେଖିଲି କି ସେହି ପ୍ରଧାନ ଶିକ୍ଷକ ମହାଶୟ କୋଷାଗାର ବାରଣ୍ଡାରେ ବହୁତ ଜଣ ପେନସନ ଭୋଗୀଙ୍କ ମେଳରେ ପେନସନ ବହିଧରି ବସିଛନ୍ତି । ସେହି ଧୋତି ଓ ଫୁଲ ସାର୍ଟ । ମୁଁ ପାଖକୁ ଯାଇ ସାରଙ୍କ ପାଦ ଧରି ପ୍ରଣିପାତ ହେଲି । ପଚାରିଲି , ସାର୍ କେମିତି ଅଛନ୍ତି ? ସେ କହିଲେ ହଡା ବଳଦ ଜୀବନଯାପନ କରୁଛି । ଭଲ ଅଛି । ପଚାରିଲେ କିଏ ତୁମେ ବାବୁ ? ମୁଁ ଜାଣି ପାରିଲି ନାହିଁ । ମୋ ନାମ ଶୁଣି ସେ ଚିହ୍ନି ପାରିଲେ ନାହିଁ । ବାପାଙ୍କ ନାମ କହିଲା ପରେ ମୋତେ ସେ ଜାଣିଲେ । ଗଦ ଗଦ ହୋଇ କହିଲେ ଅବସର ନେଲା ପରେ କୈାଣସି ଛାତ୍ର ଛାତ୍ରୀ ଆଜି ପର୍ଯ୍ୟନ୍ତ ମୋତେ ପ୍ରଣାମ କରି ନଥିଲେ । ତୁମେ ମୋର କେଉଁ କାଳ ର ଛାତ୍ର ହୋଇ ଅଫିସର ହୋଇ ମଧ୍ୟ ଏତେ ଲୋକଙ୍କ ଭିତରେ ଚିହ୍ନିପାରି ସମ୍ମାନ ର ସହିତ ପ୍ରଣାମ କଲ । ମୁଁ ମୋର ଗୁରୁଦକ୍ଷିଣା ପାଇଗଲି । ମୋ ଆଖିରୁ ଦୁଇଟୋପା ଲୁହ ଝରି ପଡିଲା । କିଛିଦିନ ପରେ ଜାଣିବାକୁ ପାଇଲି ନଳିନୀ ସାର ଆଉ ଇହଧାମରେ ନାହାନ୍ତି ।


Rate this content
Log in

Similar oriya story from Inspirational