DR SAMIR KUMAR NANDA

Inspirational

3  

DR SAMIR KUMAR NANDA

Inspirational

ଶାକ୍ତ ସଂସ୍କୃତି ଓ ୫୧ ଶକ୍ତି ପୀଠ

ଶାକ୍ତ ସଂସ୍କୃତି ଓ ୫୧ ଶକ୍ତି ପୀଠ

8 mins
148


        

                                                        

ଓଁ ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ

ସର୍ବସ୍ୟାର୍ତି ହରେ ଦେବୀ ନାରାୟଣୀ ନମୋସ୍ତୁତେ

ସର୍ବସ୍ୱରୂପେ ସର୍ବେଶେ ସର୍ବଶକ୍ତି ସମନ୍ୱିତେ

ଭୟେଭ୍ୟୋ ସ୍ୱାଭିନୋ ଦେବୀ ଦୁର୍ଗେ ଦେବୀ ନମସ୍ତୁତେ ।ା

ଶାକ୍ତ ପରମ୍ପରାରେ ଶକ୍ତି ଉପାସକମାନଙ୍କ ପାଇଁ ପୀଠ ର ମହତ୍ୱ ବହୁତ ଅଟେ । ଶ୍ରୀଶଙ୍କରାଚାର୍ଯ୍ୟ ଙ୍କ ସହିତ ଶାସ୍ତ୍ର ମାନଙ୍କରେ ପୀଠ ମାନଙ୍କର ଗୁରୁତ୍ୱ ବହୁଳଭାବେ ବର୍ଣ୍ଣନା କରାଯାଇଛି ।ଶିବ ଚରିତ୍ର,ତନ୍ତ୍ର ଚୁଡାମଣି ଓ ଯୋଗିନୀ ତନ୍ତ୍ର ଆଦି ପୁସ୍ତକ ଏବଂ ବିଭିନ୍ନ ପ୍ରକାର ୱେବ୍‌ସାଇଟ ରେ ବର୍ଣ୍ଣିତ ୫୧ ଶକ୍ତି ପୀଠ ସମ୍ପର୍କରେ ତଥ୍ୟ କୁ ସଂଗ୍ରହ କରି ମୁଁ ଭକ୍ତ ମାନଙ୍କ ଅବଗତି ନିମନ୍ତେ ଆଜି ଉଲ୍ଲେଖ କରୁଛି । କେତେକ ଶକ୍ତିପୀଠ ର ଅବସ୍ଥିତି ସମ୍ବନ୍ଧରେ ମତଭେଦ ରହିଥିବାରୁ ସେସମ୍ପର୍କରେ ଉଲ୍ଲେଖ ଥିବା ସ୍ଥାନ ଗୁଡିକର ସଠିକ ବିବରଣୀ ମିଳିପାରିନାହିଁ । ତେଣୁ ଏମିତି କିଛି ଭୁଲ୍ ତଥ୍ୟ ଉଲ୍ଲେଖ ଥିଲେ ସଂଶୋଧନ କରି ପାଠ କରିବା ପାଇଁ ଭକ୍ତ ମାନଙ୍କୁ ଅନୁରୋଧ ।

ଯେତେବେଳେ ମାତା ପାର୍ବତୀ ଙ୍କ ପ୍ରଥମ ଅବତାର ମାଁ ସତୀ ପିତା ଦକ୍ଷଙ୍କ ଦ୍ୱାରା ଆୟୋଜିତ ଯଜ୍ଞ ରେ ପ୍ରାଣ ବିସର୍ଜନ କଲେ ସେତେବେଳେ ମହାଦେବଙ୍କୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ମହାଦେବଙ୍କ ତାଣ୍ଡବନୃତ୍ୟ ଦେଖି ଦେବଗଣଙ୍କ ମଧ୍ୟରେ ଭାଳେଣି ପଡିଗଲା । ମହାଦେବ ମାଁ ସତୀଙ୍କର ମୃତ ଶରୀର କୁ ବହନ କରି ବୁଲିବାକୁ ଲାଗିଲେ । ଏହା ଦେଖି ଭଗବାନ ବିଷ୍ନୁ ସୁଦର୍ଶନ ଚକ୍ରଙ୍କୁ ପ୍ରୟୋଗ କରି ମାଁ ସତୀଙ୍କ ଦେହ କୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ଆଦେଶ ଦେଲେ । ମାଁ ସତୀଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇ ୫୧ ଟି ସ୍ଥାନରେ ପଡିଲା । ସେହି ସ୍ଥାନ ଗୁଡିକ ଗୋଟିଏ ଗୋଟିଏ ଶକ୍ତି ପୀଠ ଭାବେ ପରିଚିତ । ଏହି ଶକ୍ତି ପୀଠ ଗୁଡିକ ଭାରତ,ବାଙ୍ଗଲାଦେଶ,ପାକିସ୍ତାନ ଓ ଶ୍ରୀଲଙ୍କା ଆଦି ଦେଶରେ ହିନ୍ଦୁ ମାନଙ୍କର ତୀର୍ଥସ୍ଥାନ ରୂପେ ପୂଜା ପାଉଛନ୍ତି । ଆସନ୍ତୁ ଉକ୍ତ ଶକ୍ତି ପୀଠ ଗୁଡିକ ସମ୍ପର୍କରେ ଜାଣିବା ।


ପୀଠ-୧- ମାଁ ଭୁବନେଶୀ- ସ୍ଥାନ- ଗଙ୍ଗାନଦୀକୁଳରେ ବାଟାନାଗର ନାମକ ସ୍ଥାନରେ ଅବସ୍ଥିତ । ଏଠାରେ ମାଁଙ୍କର ମୁକୁଟ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ସମ୍ବତ ର୍ ନାମରେ ପୂଜା ପାଆନ୍ତି ।


ପୀଠ-୨- ମାଁ କାତ୍ୟାୟନୀ । ସ୍ଥାନ- ଉତରପ୍ରଦେଶ ର ବୃନ୍ଦାବନ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର କେଶ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଭୂତେଶ ନାମରେ ପୂଜା ପାଆନ୍ତି ।


ପୀଠ-୩- ମାଁ ମହିଷାମର୍ଦ୍ଦିନୀ । ସ୍ଥାନ- ମହାରାଷ୍ଟ୍ର ର କୋହ୍ଲାପୁର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଚକ୍ଷୁ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ କ୍ରୋଧେଶ ନାମରେ ପୂଜା ପାଆନ୍ତି ।

ପୀଠ-୪- ମାଁ ଶ୍ରୀ ସୁନ୍ଦରୀ । ସ୍ଥାନ- ଲଦାଖ ର ଶ୍ରୀ ପର୍ବତ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଡାହାଣ ପାଦ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ସୁନ୍ଦରାନନ୍ଦ ନାମରେ ପୂଜା ପାଆନ୍ତି ।

ପୀଠ-୫- ମାଁ ବିଶାଲାକ୍ଷୀ । ସ୍ଥାନ- ଉତରପ୍ରଦେଶ ର ବାରଣାସୀ ସ୍ଥିତ ମଣିକର୍ଣିକାଘାଟ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର କର୍ଣକୁଣ୍ଡଳ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ କାଳଭୈରବ ନାମରେ ପୂଜା ପାଆନ୍ତି ।


ପୀଠ-୬- ମାଁ ବିମଳା । ସ୍ଥାନ- ଓଡିଶା ର ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ନାଭିଦେଶ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ପୁରୁଷୋତ୍ତମ ନାମରେ ପୂଜା ପାଆନ୍ତି ।

ପୀଠ-୭- ମାଁ ବିଶ୍ୱମାତୃକା/ବିଶ୍ୱେଶ୍ୱରୀ । ସ୍ଥାନ- ଆନ୍ଧ୍ର ପ୍ରଦେଶ ର ଗୋଦାବରୀ ନଦୀ ତୀର ରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଚିବୁକ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଦଣ୍ଡପାଣି ନାମରେ ପୂଜା ପାଆନ୍ତି ।

ପୀଠ-୮- ମାଁ ନାରାୟଣୀ । ସ୍ଥାନ- ତାମିଲନାଡୁ ର କନ୍ୟାକୁମାରୀ ସ୍ଥିତ ଶୁଚୀତୀର୍ଥମ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଉପର ପାଟିର ଦାନ୍ତ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ସଂହାର ନାମରେ ପୂଜା ପାଆନ୍ତି ।

ପୀଠ-୯- ମାଁ ବାରାହୀ । ସ୍ଥାନ- ଉତରପ୍ରଦେଶ ର ପଂଚସାଗର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ତଳ ପାଟିର ଦାନ୍ତ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ମହାରୁଦ୍ର ନାମରେ ପୂଜା ପାଆନ୍ତି ।


ପୀଠ-୧୦- ମାଁ ଅମ୍ବିକା । ସ୍ଥାନ- ହିମାଚଳପ୍ରଦେଶ ର କାଙ୍ଗ୍ରା ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଜିଭ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଉନ୍ମତ ଭୈରବ ନାମରେ ପୂଜା ପାଆନ୍ତି ।

ପୀଠ-୧୧- ମାଁ ଅବନ୍ତୀ । ସ୍ଥାନ- ମଧ୍ୟପ୍ରଦେଶ ର ଉଜ୍ଜୟନୀ ସ୍ଥିତ ଭୈରପର୍ବତ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଉପର ଓଷ୍ଠ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଲମ୍ବକର୍ଣ୍ଣ ନାମରେ ପୂଜା ପାଆନ୍ତି ।

ପୀଠ-୧୨- ମାଁ ଫୁଲରା । ସ୍ଥାନ- ପଶ୍ଚିମବଙ୍ଗ ର ବୀରଭୁମ ସ୍ଥିତ ଅଟହାସ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ନିମ୍ନ ଓଷ୍ଠ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ବିଶ୍ୱେସ ନାମରେ ପୂଜା ପାଆନ୍ତି ।

ପୀଠ-୧୩- ମାଁ ଭ୍ରମରୀ । ସ୍ଥାନ- ମହାରାଷ୍ଟ୍ର ର ନାସିକ ସ୍ଥିତ ଜନସ୍ଥାନ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଚିବୁକ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ବକ୍ରକଟାକ୍ଷ ନାମରେ ପୂଜା ପାଆନ୍ତି ।

ପୀଠ-୧୪- ମାଁ ମହାମାୟା । ସ୍ଥାନ- ଜାମ୍ମୁ କାଶ୍ମୀର ର ଅମରନାଥ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଗଳା,ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ତ୍ରିସନ୍ଧେଶ୍ୱର ନାମରେ ପୂଜା ପାଆନ୍ତି ।

ପୀଠ-୧୫- ମାଁ ନନ୍ଦିନୀ । ସ୍ଥାନ- ପଶ୍ଚିମବଙ୍ଗ ର ନନ୍ଦୀପୁର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଗଳାହାର ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ନନ୍ଦିକେଶ୍ୱର ନାମରେ ପୂଜା ପାଆନ୍ତି ।

ପୀଠ-୧୬- ମାଁ ମହାଲକ୍ଷ୍ମୀ । ସ୍ଥାନ- ଶ୍ରୀଶୈଳପର୍ବତ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ବେକ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ସମ୍ବରାନନ୍ଦ ନାମରେ ପୂଜା ପାଆନ୍ତି ।

ପୀଠ-୧୭- ମାଁ କାଳିକା ଦେବୀ । ସ୍ଥାନ- ପଶ୍ଚିମବଙ୍ଗ ର ନଲାହାତୀ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଉଦରନଳୀ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଯୋଗେଶ ନାମରେ ପୂଜା ପାଆନ୍ତି ।

ପୀଠ-୧୮- ମାଁ ଉମ।। । ସ୍ଥାନ- ବିହାର ର ମିଥିଳା ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ବାମ ସ୍କନ୍ଧ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ମହୋଦର ନାମରେ ପୂଜା ପାଆନ୍ତି ।


ପୀଠ-୧୯- ମାଁ କୁମାରୀ । ସ୍ଥାନ- ଚେନ୍ନାଇ ର ରତ୍ନାବଳି ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଦକ୍ଷିଣ ସ୍କନ୍ଧ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଶିବ ନାମରେ ପୂଜା ପାଆନ୍ତି ।


ପୀଠ-୨୦- ମାଁ ଚନ୍ଦ୍ରଭାଗା । ସ୍ଥାନ- ଗୁଜରାଟ ର ପ୍ରଭାସତୀର୍ଥ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ପାକସ୍ଥଳି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ବକ୍ରତୁଣ୍ଡ ନାମରେ ପୂଜା ପାଆନ୍ତି ।


ପୀଠ-୨୧- ମାଁ ତ୍ରିପୁରମାଳିନି । ସ୍ଥାନ- ପଂଜାବ ର ଜଲନ୍ଧର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ବାମ ସ୍ତନ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଭୀଷଣ ନାମରେ ପୂଜା ପାଆନ୍ତି ।


ପୀଠ-୨୨- ମାଁ ଶିବାନୀ । ସ୍ଥାନ- ଚିତ୍ରୋକଟ ର ରାମଗିରି ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଡାହାଣ ସ୍ତନ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଚଣ୍ଡ ନାମରେ ପୂଜା ପାଆନ୍ତି ।


ପୀଠ-୨୩- ମାଁ ଜୟଦୁର୍ଗା । ସ୍ଥାନ- ଝାରଖଣ୍ଡ ର ଦେଓଘର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ହୃଦୟ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ବୈଦ୍ୟନାଥ ନାମରେ ପୂଜା ପାଆନ୍ତି ।


   

ପୀଠ-୨୪- ମାଁ ମହିଷାମର୍ଦ୍ଦିନିା ସ୍ଥାନ- ପଶ୍ଚିମବଙ୍ଗ ର ବକ୍ରେଶ୍ୱର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ମାନସ ମଣ୍ଡଳ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ବକ୍ରନାଥ ନାମରେ ପୂଜା ପାଆନ୍ତି ।


ପୀଠ-୨୫- ମାଁ ଶ୍ରାବଣି । ସ୍ଥାନ- କନ୍ୟାକୁମାରୀ ର କନ୍ୟାଶ୍ରମ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ପୃଷ୍ଠଭାଗ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ନିମିଶା ନାମରେ ପୂଜା ପାଆନ୍ତି ।


ପୀଠ-୨୬- ମାଁ ବହୁଳା । ସ୍ଥାନ- ପଶ୍ଚିମବଙ୍ଗ ର କଟ୍‌ଓା ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ବାମ ବାହୁ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଭୀରୁକ ନାମରେ ପୂଜା ପାଆନ୍ତି ।

ପୀଠ-୨୭- ମାଁ ମଙ୍ଗଳଚଣ୍ଡୀ । ସ୍ଥାନ- ମଧ୍ୟପ୍ରଦେଶ ର ଉଜ୍ଜୟନୀ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର କହୁଣି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ କପିଳାମ୍ବର ନାମରେ ପୂଜା ପାଆନ୍ତି ।

ପୀଠ-୨୮- ମାଁ ଗାୟତ୍ରୀ । ସ୍ଥାନ- ରାଜସ୍ଥାନ ର ପୁଷ୍କର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ମଣିବନ୍ଧ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ସର୍ବାନନ୍ଦ ନାମରେ ପୂଜା ପାଆନ୍ତି ।

ପୀଠ-୨୯- ମାଁ ଲଳିତା । ସ୍ଥାନ- ଉତର ପ୍ରଦେଶ ର ପ୍ରୟାଗତୀର୍ଥ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଡାହାଣ ହାତର ଅଙ୍ଗୁଠି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଭାବ ନାମରେ ପୂଜା ପାଆନ୍ତି ।


ପୀଠ-୩୦- ମାଁ ଦେବଗର୍ଭା । ସ୍ଥାନ- କାଂଚିପୁରମ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଅସ୍ଥିସମୁହ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ରୁରୁ ନାମରେ ପୂଜା ପାଆନ୍ତି ।

ପୀଠ-୩୧- ମାଁ କାଳୀ । ସ୍ଥାନ- ଅମରକଂଟକ ର କଳାମାଧବ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ବାମ ନିତମ୍ବ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଅସିତାନନ୍ଦ ନାମରେ ପୂଜା ପାଆନ୍ତି ।

ପୀଠ-୩୨- ମାଁ ନର୍ମଦା । ସ୍ଥାନ- ବିହାରଣ୍ଟଣ୍ଟ ର ସୋନା ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଡାହାଣ ନିତମ୍ବ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଭଦ୍ରସେନ ନାମରେ ପୂଜା ପାଆନ୍ତି ।

ପୀଠ-୩୩- ମାଁ କାମାକ୍ଷା । ସ୍ଥାନ- ଆସାମଣ୍ଟଣ୍ଟ ର କାମଗିରି ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଯୋନୀ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଉମାନନ୍ଦ ନାମରେ ପୂଜା ପାଆନ୍ତି ।

ପୀଠ-୩୪- ମାଁ ଜୟନ୍ତୀ । ସ୍ଥାନ- ଆସାମଣ୍ଟର ଜୟନ୍ତିଆ ପର୍ବତମାଳା ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ବାମଜଙ୍ଘ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ କ୍ରମଦୀଶ୍ୱର ନାମରେ ପୂଜା ପାଆନ୍ତି ।

ପୀଠ-୩୫- ମାଁ ସର୍ବାନନ୍ଦକାରୀ । ସ୍ଥାନ- ବିହାରଣ୍ଟର ମଗଧ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଡାହାଣଜଙ୍ଘ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ବ୍ୟୋମକେଶ ନାମରେ ପୂଜା ପାଆନ୍ତି

ପୀଠ-୩୬- ମାଁ ତ୍ରିପୁରସୁନ୍ଦରୀ । ସ୍ଥାନ- ତ୍ରିପୁରାଣ୍ଟ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଡାହାଣପାଦ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ତ୍ରିପୁରେଶ ନାମରେ ପୂଜା ପାଆନ୍ତି ।

ପୀଠ-୩୭- ମାଁ ସାବିତ୍ରୀ । ସ୍ଥାନ- ହରୟାନାର କୁରୁକ୍ଷେତ୍ରଣ୍ଟ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର ଗୋଇଠି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଅଶ୍ୱନାଥ ନାମରେ ପୂଜା ପାଆନ୍ତି ।

ପୀଠ-୩୮- ମାଁ ଅମ୍ବିକା । ସ୍ଥାନ- ରାଜସ୍ଥାନ ବିରାଟ୍ରଣ୍ଟ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ବାମଗୋଡ ଅଙ୍ଗୁଳି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଅମ୍ରିତାଶ୍ୱର ନାମରେ ପୂଜା ପାଆନ୍ତି ।

ପୀଠ-୩୯- ମାଁ କାଳୀ । ସ୍ଥାନ- ପଶ୍ଚିମବଙ୍ଗର କାଳିଘାଟ୍ରଣ୍ଟ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ଡାହାଣ ଗୋଡ ଅଙ୍ଗୁଳି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ନକୁଳେଶ୍ୱର ନାମରେ ପୂଜା ପାଆନ୍ତି ।

ପୀଠ-୪୦- ମାଁ ଇନ୍ଦ୍ରାକ୍ଷୀ । ସ୍ଥାନ- ଶ୍ରୀଲଙ୍କା ର ଜାଫନା ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ନୁପୁର ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ରାକ୍ଷଶେଶ୍ୱର ନାମରେ ପୂଜା ପାଆନ୍ତି ।

ପୀଠ-୪୧- ମାଁ ମହାମାୟା ସ୍ଥାନ- ନେପାଳ ର ପଶୁପତିନାଥ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ଆଣ୍ଠୁ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ କାପାଳୀ ନାମରେ ପୂଜା ପାଆନ୍ତି ।

ପୀଠ-୪୨- ମାଁ ସୁନନ୍ଦା । ସ୍ଥାନ- ଉତର ବରିଶାଲ ର ଶିକରପୁର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ନାସା ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ତ୍ରୟମ୍ବକ ନାମରେ ପୂଜା ପାଆନ୍ତି ।

ପୀଠ-୪୩- ମାଁ ଭବାନୀ । ସ୍ଥାନ- ବାଙ୍ଗଲାଦେଶ ର ଚଟ୍ଟଗ୍ରାମ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ଦକ୍ଷିଣ ବାହୁ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଚନ୍ଦ୍ରଶେଖର ନାମରେ ପୂଜା ପାଆନ୍ତି ।

ପୀଠ-୪୪- ମାଁ ଭ୍ରମରୀ । ସ୍ଥାନ- ଜଲପାଇଗୁଡି ର ଶାଳବାଡି ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ବାମଗୋଡ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଇଶ୍ୱର ନାମରେ ପୂଜା ପାଆନ୍ତି ।

ପୀଠ-୪୫- ମାଁ ଭୀମରୂପା । ସ୍ଥାନ- ପଶ୍ଚିମବଙ୍ଗ ର ମେଦିନୀପୁର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ବାମଗୋଇଠି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ସର୍ବାନନ୍ଦ ନାମରେ ପୂଜା ପାଆନ୍ତି ।

ପୀଠ-୪୬- ମାଁ ୟୋଗଦୟା । ସ୍ଥାନ- ପଶ୍ଚିମବଙ୍ଗ ର ବର୍ଦ୍ଧମାନ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ଡାହାଣଗୋଡ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ କ୍ଷୀରକଣ୍ଠ ନାମରେ ପୂଜା ପାଆନ୍ତି ।

ପୀଠ-୪୭- ମାଁ ଦାକ୍ଷାୟଣୀ । ସ୍ଥାନ- ତିବ୍ଦତ ର ମାନସରୋବର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ଡାହାଣପାପୁଲି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଅମର୍ଠ ନାମରେ ପୂଜା ପାଆନ୍ତି ।

ପୀଠ-୪୮- ମାଁ ଗଣ୍ଡକିଚଣ୍ଡୀ । ସ୍ଥାନ- ନେପାଳ ର ଗଣ୍ଡୁକିନଦୀର ମୁକ୍ତିନାଥ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ଡାହାଣଚିବୁକ ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଚକ୍ରପାଣି ନାମରେ ପୂଜା ପାଆନ୍ତି ।

ପୀଠ-୪୯- ମାଁ କୋଟାରୀ । ସ୍ଥାନ- ପାକିସ୍ଥାନ ର ବେଲୁଚିସ୍ଥାନ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ବ୍ରହ୍ମରନ୍ଧ୍ର ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଭୀମଲୋଚନ ନାମରେ ପୂଜା ପାଆନ୍ତି ।

ପୀଠ-୫୦- ମାଁ ଅପର୍ଣା । ସ୍ଥାନ- ବାଙ୍ଗଲାଦେଶ ର କାର୍ଟୋୟାଟାରଟ ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ପାଦ୍ର ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ବାମନ ନାମରେ ପୂଜା ପାଆନ୍ତି ।

ପୀଠ-୫୧- ମାଁ ଯୋଶରେଶ୍ୱରୀ । ସ୍ଥାନ- ବାଙ୍ଗଲାଦେଶ ର ଯୋଶହର ଠାରେ ଏହି ପୀଠ ଅବସ୍ଥିତ । ଏଠାରେ ମାଁଙ୍କର   ବାମ ପାପୁଲି ପଡିଥିଲା ବୋଲି ବିଶ୍ୱାସ କରାଯାଏ । ଏଠାରେ ଭଗବାନ ଶିବ ଚଣ୍ଡ ନାମରେ ପୂଜା ପାଆନ୍ତି ।

ଦୁର୍ଗା ହେଉଛନ୍ତି ଆଦ୍ୟାଶକ୍ତି । ଦୁର୍ଗତି ନାଶିନୀଙ୍କୁ କାଳୀ,ଗୈାରୀ,ଲକ୍ଷ୍ମୀ ଆଦି ରୂପରେ ମଧ୍ୟ ପୂଜା କରାଯାଏ । ସେ ଦୁର୍ଗତିରୁ ଉଦ୍ଧାର କରୁଥିବାରୁ ତାଙ୍କ ନାମ ଦୁର୍ଗା । ସେ ମହାଶକ୍ତି ର ପ୍ରତୀକ । ଆସନ୍ତୁ , ଆମେ ମା ଙ୍କର ଦର୍ଶନକରି ଆରାଧନା କରିବା ।

ଯାଦେବୀ ସର୍ବଭୁତେଷୁ,ଶକ୍ତି ରୂପେଣ ସଂସ୍ଥିତା

ନମସ୍ତସୈା ନମସ୍ତସୈା ନମସ୍ତସୈା

ନମୋ ନମଃ ।


Rate this content
Log in

Similar oriya story from Inspirational