ସିଏ ବି ଜଣେ ସାଲଵେଗ
ସିଏ ବି ଜଣେ ସାଲଵେଗ
ଫୋନରେ ହାଇଦର ନାମଟି ଶୁଣି ଟିକେ ଚମକି ପଡିଲେ ଶୁଷମା ଦେବୀ ! ଏ ନାମରୁ ତ ତାଙ୍କୁ ମୁସଲିମ ଲାଗୁଛି । ମନେ ମନେ ଚିନ୍ତା କଲେ ସେ ଲୋକଟି ନିହାତି ମୁସଲମାନ ହୋଇଥିବ। ମିଶ୍ରବାବୁଙ୍କ ପାଖକୁ ଯାଇ କହିଲେ ହଇହୋ ଶୁଣୁଛ ହାଇଦର କଣ ଆମକୁ ଘର ଦେଖେଇବାକୁ ଡାକିଛି ! ତୁମ ସହ କଣ କଥା ହୋଇଥିଲା କି ! ସିଏ ପରା ମୁସଲିମ୍ !
ଧର୍ମପତ୍ନୀ ଶୁଷମାଦେବୀଙ୍କ କଥାରେ ମିଶ୍ର ଵାଵୁ କହିଲେ ହିନ୍ଦୁ ଏବଂ ମୁସଲିମରୁ କଣ ମିଳିବ ? ସିଏ ତ ମଧ୍ୟସ୍ତି। ହଁ ମ ଆମକୁ ତ ଘରଟିଏ ଦରକାର ରହିବାକୁ। ସିଏ ଯିଏ ବି ମଧ୍ୟସ୍ଥି ହୋଇଥାଉ । ଆମ ସାଜ୍ଞାରୁ ସିଏ କଣ ଜାଣିପାରୁ ନ ଥିବ ଆମେ ହିନ୍ଦୁ ବୋଲି। ଆହୁରି ଆମେ ନୈଷ୍ଟିକ ବ୍ରାହ୍ମଣ। ସିଏ ତ ଘର ମାଲିକକୁ କହିଥିବ। ଘର ମଧ୍ୟସ୍ଥି ସହ ଆମର ସଂପର୍କ କ'ଣ?
କଣ କହୁଛ ତୁମେ ଯିବା ଘର ଦେଖିଟି !
ହଉ ଠିକ୍ ଅଛି ତାହାହେଲେ ଘର ଦେଖିବାକୁ ଯିବା। ଟିକେ କଲ କରି ଜଣାଇଦେବା ଘର ମାଲିକକୁ।
ହାଲୋ ମୁଁ ମିଶ୍ରବାବୁ କହୁଛି। ଆପଣଙ୍କ ଏକ ଘର ଖାଲିଅଛି
ହଁ ସାର୍
ଜୟ ଜଗନ୍ନାଥ....
ହଁ ଆଜ୍ଞା ଜୟ ଜଗନ୍ନାଥ
ଏତିକି ଘର ମାଲିକଙ୍କ ମୁହଁରୁ ଶୁଣି ମିଶ୍ର ବାବୁ ଖୁସି ହୋଇଗଲେ ଜାଣିପାରିଲେ ସେ ଘର ମାଲିକ ଯାହାହେଉ ହିନ୍ଦୁ ହୋଇଥିବେ। ସଙ୍ଗେ ସଙ୍ଗେ ଉତ୍ତରରେ କହିଲେ ମୁଁ କାଲି ଆପଣଙ୍କ ଘରକୁ ଦେଖିବାକୁ ଯିବି।ଆପଣଙ୍କ ଲୋକେସନ କହିଦେବେ ଆଜ୍ଞା।
ଠିକ୍ ଅଛି ଓ୍ବାଟସଅପରେ ପଠେଇଦେଉଛି କହି ଘର ମାଲିକ ଫୋନଟିକୁ ରଖିଦେଲେ।
ସକାଳୁ ସକାଳୁ ମିଶ୍ରବାବୁ ଶୁଷମା ଦେବୀଙ୍କୁ ଧରି ବାହାରିଲେ ସେ ଘର ଦେଖିବାକୁ। ସଠିକ୍ ଯାଗାରେ ପହଞ୍ଚିଗଲେ। ଟିକେ ନିଜକୁ ଅଡୁଆ ଅଡୁଆ ଲାଗିଲା ଅଶ୍ବସ୍ତିକର ଅନୁଭବ ହେଲା । ଲୋକେସନ ବିଷୟରେ ଏତେ ପରିଚିତ ନଥିଲେ ତଥାପି ପହଞ୍ଚିଗଲେ ସଠିକ୍ ଯାଗାରେ। ଘର ମାଲିକ ମଧ୍ୟ ମିଶ୍ରବାବୁଙ୍କୁ ଅପେକ୍ଷା କରିଥିଲେ ସେ ବିଲଡିଙ୍ଗ ପାଖରେ। ମିଶ୍ରବାବୁଙ୍କୁ ନେଇ ନିଜ ଘରଟି ଖୋଲି ଦେଖାଇଲେ। ମିଶ୍ରବାବୁଙ୍କୁ ପସନ୍ଦ ବି ଆସିଗଲା।ଶୁଷମା ଦେବୀ ମଧ୍ୟ ଘରଟିକୁ ଦେଖି ବହୁତ ଖୁସି ହୋଇଗଲେ।ଆମର ପସନ୍ଦ ହୋଇଗଲା କହିଦେଲେ। କିନ୍ତୁ ଅସଲ କଥାଟି ସେମାନେ ଜାଣିନଥାନ୍ତି।
କଥାହେଉ ହେଉ ଶୁଷମା ଦେବୀ କହିଦେଲେ ଆପଣଙ୍କ ପରିବାର ଲୋକ ଏହି ଫ୍ଲାଟ ଭିତରୁ କେଉଁଠି ରହନ୍ତି !
ଜୟ ଜଗନ୍ନାଥ କହି ଘର ମାଲିକ କହିଲେ ମୋର ଦୁଇପୁଅ,ଦୁଇଝିଅ ସବୁ ବାହାରେ। ସେମାନେ ଜଣେ ଜଣେ ଡକ୍ଟର। ଵିଵାହ ହୋଇସାରିଛି। ଆମେ ସ୍ବାମୀ ସ୍ତ୍ରୀ ଦୁଇଜଣ ଏଠି ଅଛୁ। ଆପଣ ଯଦି ଆମ ଘର ଦେଖିବାକୁ ଚାହୁଁଛନ୍ତି ନିଶ୍ଚିୟ ଦେଖିପାରିବେ। ଆପଣଙ୍କୁ ଯେଉଁ ଭଳିଆ ଘର ଦେଖାଇଲି ମୋର ଘର ମଧ୍ୟ ପୁରା ସେ ଭଳିଆ। ମାଲିକଙ୍କ ଘର ଭିତରକୁ ପ୍ରବେଶ କଲେ ଶୁଷମା ଦେବୀ। ଶୁଷମା ଦେବି ଘର ମାଲିକଙ୍କୁ ପଚାରିଦେଲେ ଆପଣଙ୍କ ମେଡମ କାହାନ୍ତି ! ଭିତର ରୁମରେ ସିଏ ଅଛି କହି ଡାକ ପକାଇଲେ ଘର ମାଲିକ ନିଜ ପତ୍ନୀଙ୍କୁ ବେଗମ ବାହାରକୁ ଆସନ୍ତୁ। ବେଗମ ଡାକ ଶୁଣି ଟିକେ ଚମକି ପଡିଲେ ମିଶ୍ରବାବୁ ଏବଂ ତାଙ୍କ ଧର୍ମପତ୍ନୀ ! ପରିଚୟ କରିଦେଲେ ସିଏ ମୋ ଵେଗମ କୃଷ୍ଣା । ମୁଁ ତାଙ୍କ ସ୍ବାମୀ ସାଲବେଗ।
ସାଲବେଗ ନା ଶୁଣି ଚମକି ପଡିଲେ ମିଶ୍ରବାବୁ ଏବଂ ତାଙ୍କ ସହଧର୍ମଣୀ ! ଭକ୍ତ ସାଲବେଗଙ୍କ କଥାତ ନିଜେ ସେ ଜାଣିଛନ୍ତି ଗୋଟିଏ ମୁସଲମାନ ହୋଇ ମଧ୍ୟ କେମିତି ଜଗନ୍ନାଥଙ୍କ ପରମ ଭକ୍ତଥିଲେ।
ଗମ୍ଭିର ସ୍ବରରେ ପଚାରିଦେଲେ ଆପଣ ମୁସଲିମ୍।
ହଁ ଆଜ୍ଞା ସେଠୁ କଣ ହେଲା !
ଶୁଷମା ଦେବୀ କହିଲେ ଆମେ ଜଣେ ନୈଷ୍ଟିକ ବ୍ରାହ୍ମଣ। ଜଗନ୍ନାଥଙ୍କ ପରମଭକ୍ତ।
ଆପଣ ଜଗନ୍ନାଥଙ୍କ ଭକ୍ତ ହୋଇପାରିବେ ଆମେ କାହିଁକି ହୋଇପାରିବୁନି !
ସାଲବେଗଙ୍କ ଭଗବାନଙ୍କୁ ଦେଖିଵେ ଆପଣ ଆଉ ଟିକେ ଭିତରକୁ ଆସନ୍ତୁ। ନଜର ପଡିଲା ସାମନା କାନ୍ଥରେ ଲାଗିଥିବା ଜଗନ୍ନାଥଙ୍କ ଫଟଟିକୁ। କାନ୍ଥଚାରିପଟେ ଭକ୍ତ ସାଲବେଗଙ୍କ ଗୋଟିଏ ଗୋଟିଏ ଫଟ।ଟିକେ ଭିତରକୁ ଯାଇଛନ୍ତି ନା ନାହିଁ ଗୋଟିଏ ଗମ୍ଭିରା ଭିତରେ ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରାଙ୍କ ବଡବଡ ମୂର୍ତ୍ତୀ। ନିଜ ଦ୍ବାରା ଲିଖିତ ସୁନ୍ଦର ସୁନ୍ଦର ଭଜନମାନ କାନ୍ଥରେ ଖୋଦିତ ହୋଇ ଚିତ୍ର
ବିଚିତ୍ର ବିଭିନ୍ନ କାରୁକାର୍ଯ୍ୟମାନ ।ତାହା ଦେଖି ମନମୁଗ୍ଧକର ହୋଇଗଲେ ଉଭୟ ଦମ୍ପତି।
ହୃଦୟଙ୍ଗମ କଲେ ପ୍ରକୃତରେ କି ଜଗନ୍ନାଥ ଭକ୍ତି ସ୍ବାମୀ ସ୍ତ୍ରୀ ଦୁଇଜଣଙ୍କ ଅନ୍ତର ଭିତରେ। ଠାକୁରଙ୍କୁ ଭକ୍ତିପୂତ ପ୍ରଣାମ କରି ମନେମନେ ଭାବୁଥିଲେ ଏ ହିନ୍ଦୁ ଏବଂ ମୁସଲିମ ଭିତରେ ପ୍ରାଚିର ମଣିଷ ହିଁ ସୃଷ୍ଟି କରିଛି।