Dr Jharana Satapathy

Tragedy Inspirational

4.5  

Dr Jharana Satapathy

Tragedy Inspirational

ମାତୃଶକ୍ତି

ମାତୃଶକ୍ତି

2 mins
409



ଏ ବାବୁ ,ମାଆ ନିଅ ନିଅ ଭଳିକିଭଳି କଣ୍ଢେଇ। ତୁମ ଛୁଆ ଖେଳିବ ଏହା ସହିତ। ଦେଖ କେମିତି ଝିଲମିଲ୍ ପୋଷାକରେ ସଜେଇ ହୋଇଛନ୍ତି ନୀଳ,ଲାଲ,ନାରଙ୍ଗୀ ଭଳି ଡ୍ରେସ ପିନ୍ଧି। କ୍ଷଣିକ ପାଇଁ ବି ଆଖି ହଟିବନି ଦେଖୁଥିଲେ ଦେଖୁଥିବ।


ଏମିତି କଣ୍ଢେଇ ଵିକ୍ରୀ କରିବା ନିତି ରାନୀର ଅଭ୍ୟାସ । ଦିନେ କଣ୍ଢେଇ ବିକ୍ରି କରି ଘରକୁ ଫେରି ଆସି ବାପାଙ୍କୁ କହିଲା ଜାଣିଛ ମୁଁ ଆଜି ମାଟି କଣ୍ଢେଇ ଧରି ବିକ୍ରି କରିବା ସମୟରେ ଜଣେ ଗ୍ରାହକ ଆସି ପଚାରିଲେ ମାଆଙ୍କର  ମୂର୍ତ୍ତି ରଖିଛୁ କି ? ଆଗକୁ ଆସୁଛି ପ୍ରାବଣର ଋତୁ। ମା'ଙ୍କର ଏକ ମୂର୍ତ୍ତି ଗଢି ଆଣିଦେବୁ କି ମୋ ପାଇଁ ? ମୁ ହଁ କହିଦେଲି। 


ବାପା ସତରେ କ'ଣ ମା' ଆସିବେ ଧରାପୃଷ୍ଠକୁ ଏ ପ୍ରାବଣରେ ।


ମା' ମାନେ କିଏ ? 


ସିଏ କ'ଣ ମୋ ମାଆ ? ମୋ ମାଆକୁ ତ କେବେ ଦେଖିନି। 


ଖନେଇ ହୋଇ କହୁଥିବା କୁନିଝିଅ( ରାନୀ) ର କଥା ଶୁଣି ତା ବାପା ତାକୁ କୋଳକୁ ନେଇ କହିଲେ ନାଇଲ ଝିଅ ସିଏ ତୋ ମାଆ ନୁହଁ। ଜଗତଜନନୀ କରୁଣାମୟୀ ମାଆ ପରା ଆସିବେ !  


କୁନି ଝିଅଟି ତା ବାପାକୁ ପ୍ରଶ୍ନ କଲା ହେଲେ ବାପା ସିଏ କିଏ ?


ତା ବାପା ତାକୁ ଠାକୁର ଘରକୁ ନେଇ ପୂଜା ପାଉଥିବା ମାଆ ଦୁର୍ଗାଙ୍କର ଫଟୋକୁ ଦେଖାଇ କହିଲେ ଏ ମାଆ ହିଁ ପାର୍ବଣରେ ଧରାପୃଷ୍ଠକୁ ଅବତରଣ କରିବେ।


ଓଃ ଏ ଦେବୀ ଧରାପୃଷ୍ଠକୁ ଅବତରଣ କରିବେ । ମୋ ମାଆ କ'ଣ ଏ ମାଆ ଭଳି ଦେବୀ ନୁହଁ। 


ସିଏ ଧରାପୃଷ୍ଠକୁ ଆସିପାରିବନି? 


ନା ସିଏ କେମିତି ଆସିବ? ସିଏ ପରା ତାରା ମେଳରେ ହଜିଯାଇଛି। 


ମୂର୍ଣ୍ମୟୀ ମୂର୍ତ୍ତି ସ୍ଥାପନ କରି ତାଙ୍କୁ ଜୀବନ୍ୟାସ ଦେଈ ମଣ୍ଡପରେ ବିରାଜମାନ କରାଇ ତାଙ୍କୁ ଦେବୀ ରୂପେ ପୂଜା କରନ୍ତି ସିଏ ହେଉଛନ୍ତି ଜଗତଜନନୀ ମାଆ। ପ୍ରତିବର୍ଷ ଆବିର୍ଭାବ ହୁଅନ୍ତି ଏବଂ ପୂଜା ସରିଲା ପରେ ତାଙ୍କୁ ବିସର୍ଜନ ବି କରାଯାଏ।


ତା ବାପାର ଏହି କଥାଟି ରାନୀର ମୁଣ୍ଡରେ କଣ ପଶିଲା କେଜାଣି ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲା ଭାଵିଲା ତା ମାଆର ଦେଵୀ ଆକାରର ଏକ ମୂର୍ଣ୍ମୟୀ ମୂର୍ତ୍ତି ତିଆରି କରି ତାକୁ ଯେମିତି ହେଲେ ଜୀବନ୍ୟାସ ଦେବ। ମାଆକୁ ତ ଜନ୍ମରୁ ଦେଖିନାହିଁ। ଭାବିଲା ତା ମୂର୍ତ୍ତି ଗଢିବ କେମିତି ? ନ ଦେଖିଲେ କଣ ହେଲା ମାଆ ଠାରୁ ମାତୃଶକ୍ତି ତ ପାଇଛି। ମାତୃଶକ୍ତି ଠୁ ବଡ ଦୁନିଆରେ ଆଉ କିଛି ନାହିଁ। ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଅଧିକ। 


ତୁ ବି ଦେବୀ ରୂପେ ପୂଜା ପାଇବୁ ଲ... ମାଆ। ଖାଲି ବାପାଙ୍କ ଠାରୁ ବୁଝିନେବି କେମିତି ଗଢନ୍ତି ମୂର୍ଣ୍ମୟୀ ମୂର୍ତ୍ତି। ମୁଁ ତ ବଡ କାରିଗର ନୁହଁ ଗଢି ବି ଜାଣିନାହିଁ ତଥାପି ମାଆ ତୋର ଜୀବନ୍ୟାସ ଦେବୀ। ପୁରୁଣା ବାକ୍ସରୁ ବାପାମାଆର ଫୋଟଟିକୁ ବାହାର କରି ତା ମାଆକୁ ଭଲ ଭାବରେ ଦେଖିବାକୁ ଲାଗିଲା ରାନୀ।


ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ,ବହୁତଗୁଡିଏ ରଙ୍ଗ ଓ ହାନିକାରକ ରସାୟନଯୁକ୍ତ ପରିବେଶ ପାଇଁ କ୍ଷତିକାରକ ବୋଲି ବାପାଙ୍କ ଠାରୁ ଶୁଣିଥିଲା। ଏଥିପାଇଁ ଏହାର ପ୍ରୟୋଗ ନ କରି କାଦୁଅ ଚିକିଟାମାଟି ଆଣି ସେଥିରେ କାଗଜ ଟୁକୁରା ମିଶାଈ ଅଠା ଦେଇ ପ୍ରାକୃତିକ ରଙ୍ଗ ତଥା ଖଣ୍ଡ ହଳଦି,କେନ୍ଦୁ ସହ ବିଭିନ୍ନ ରଙ୍ଗ ମିଶାଇ ଗଢିଲା ତାର କୁନି କୁନି ହାତରେ ଏକ ସୁନ୍ଦର ଦେବୀ ମୂର୍ତ୍ତୀଟିଏ। ନିଜ ମାଆର ମୁହଁକୁ ଦେଖି ଖଞ୍ଜିଦେଲା ଠିକ୍ ସେଭଳି ଆଖି, ଭ୍ରୃଲତା । ଏଭଳି ସମାନ ଆକୃତିର କେତୋଟି ମୂର୍ତ୍ତୀ ଗଢିଦେଲା ତାର କୁନି କୁନି ହାତରେ। 


ତାକୁ ଟୋକେଇରେ ଭର୍ତ୍ତି କରି ବିକ୍ରି କରିବାକୁ ବାହାରି ପଡିଲା। ଯାହାର ନଜର ପଡିଲା ସେହି ମୂର୍ତ୍ତି ପ୍ରତି ଗୋଟିଏ ଗୋଟିଏ କିଣିବାକୁ ଲାଗିଲେ। ସବୁ ମୂର୍ତ୍ତି ଗୁଡିକ ସାଙ୍ଗେ ସାଙ୍ଗେ ବିକ୍ରି ହୋଇଗଲା। ଖାଲି ଗୋଟିଏ ରହିଲା ଝୁଡି ଭିତରେ ଯାହାକୁ ନେଇ ସେ ଠାକୁର ଘରେ ରଖି ପ୍ରତିଦିନ ଫୁଲ, ସିନ୍ଦୁର ଦେଇ ପୂଜା କଲା। ସେ ନିଜ ମାଆର ମୂର୍ତ୍ତିଟିକୁ ଦେଵୀ ରୂପେ ପୂଜାକଲା। ସେ ଦେବୀ ମୂର୍ତ୍ତି ଭିତରେ ନିଜ ମାଆକୁ ଦେଖୁଥିଲା ପ୍ରତିଦିନ।


Rate this content
Log in

Similar oriya story from Tragedy