Satyabati Swain

Tragedy

4.7  

Satyabati Swain

Tragedy

ପେଲାଗୟା ନିଲଭ୍ ନା

ପେଲାଗୟା ନିଲଭ୍ ନା

3 mins
469


"ମା"ଅତି ଛୋଟ ଶବ୍ଦ ; ଅଥଚ ବିଶ୍ୱ ବୁଡିଯାଏ ତା ଭିତରେ।ସତରେ ସେ ଛୋଟ ଶବ୍ଦ ଟି କେତେ ଗଭୀର!!ଆକାଶ ପରି ବିଶାଳ ହୃଦୟ,ମାଟି ପରି ସର୍ବଂ ସହା, ମମତାର ଚଳନ୍ତି ଦେବୀ ମା।ମା ର ସ୍ପର୍ଶ ମମତା ଗଙ୍ଗାରେ ଡୁବାଇ ଦିଏ।ଆହା କି ମହୁମିଶା ଏ ଶବ୍ଦ!!ସେଇ ମା ପୁଣି ଆଣେ ଗୋଟେ ଯୁଗ, ହୋଇଯାଏ ବିପ୍ଳବିନୀ।


ମଣିଷ ଗୋଟିଏ ମହାନ ଶବ୍ଦ।ସବୁ କିଛି ମଣିଷ ପାଇଁ।ସର୍ବ ହରା ମଣିଷ ଛାତି ଛୁଇଁଥିଲା ସେ ବହିଟି।ମୋର ବୟସ ବୋଧେ ସତର।ସେ ବହିଟିକୁ ମୁଁ ଯେତେବେଳେ ପଢ଼ିଲି ମୋ ଯୁବ ପ୍ରାଣ ଦୋହଲି ଗଲା।ଏକ ଚମକ ଭାଵ ମୋତେ ଜାବୁଡି ଧରିଲା।ମୁଁ କିଛି କ୍ଷଣ ହୋଇଗଲି

ସେଇ ବିଶ୍ୱ ପ୍ରସିଦ୍ଧ ଉପନ୍ୟାସ ନାୟିକା ମୟ।ମୋ ଆଖି ଆଗରେ ଠିଆ ହେଲା ଏକ ସର୍ବହରା ମଣିଷଙ୍କୁ ପ୍ରତିନିଧିତ୍ୱ କରୁଥିବା ଜଣେ ମହିଳା।


ସମାଜିକର ଦୃଷ୍ଟି ଭଙ୍ଗୀ ସୃଷ୍ଟି କରିଛି ପୁରୁଷ ଓ ମହିଳା।ଯେତେବେଳେ ନାରୀଟିଏ ଅସୂର୍ଯ୍ୟଙ୍ଗ ପଶ୍ୟା ସେହି ସମୟରେ ଜଣେ ସାଧାରଣ ନାରୀ ଶ୍ରମିକ ପେଲାଗୟା ନିଲଭ୍ ନା ବିପବ୍ଲିନୀ!!ବିସ୍ମୟ ବିମୁଢ ହୋଇ ଯାଇଥିଲା ମୋ ମନ। ହୃଦୟ ତଳୁ ବାଢିଥିଲି କୋଟି ହୃଦୟର ଶ୍ରମିକମାନଙ୍କ ମା ଙ୍କୁ ମୋ ଅନ୍ତର ତଳ ସ୍ନେହ,ଶ୍ରଦ୍ଧା ଓ ସମ୍ମାନ।


କନିକା ଲାଇବ୍ରେରୀ ଓଡ଼ିଶାର ସବୁଠାରୁ ବଡ଼ ଲାଇବ୍ରେରୀରୁ ପ୍ରାୟତଃ ମନ ଖୋଜୁଥିବା ବହି ମୁଁ ପଢ଼ିବାର ସୁଯୋଗ ପାଇଲି।ସେଇଠି ଦେଖା ହେଲା ବହି ଗର୍କିଙ୍କ "ମା" ସହ।ଓଡ଼ିଆ ଅନୁବାଦିତ ଲେଖା।ଅନୁବାଦ କରିଥିଲେ ବୈଷ୍ଣବ ଚରଣ ପରିଡା।


ପେଲାଗୟା ନିଲଭ୍ ନା ଜଣେ ସାଧାରଣ ମହିଳା ଶ୍ରମିକ।କାରଖାନା ରେ କାମ କରନ୍ତି।ଶ୍ରମିକ ବସ୍ତିର ଦୁଃଖ ଦୈନ୍ୟ ଦୁସ୍ଥ ଜୀବନ; ଅଭ୍ୟସ୍ତ ଜୀବନ।ଅଭାବ, ମଦ୍ୟପ ସ୍ୱାମୀର ଅତ୍ୟାଚାର ର୍ ଶିକାର ଜଣେ ସାଧାରଣ ସ୍ତ୍ରୀ ।


ପେଲାଗେୟା ନିଲଭ୍ ନାଙ୍କ ଦୟାର୍ଦ ନ୍ୟାୟୋଦୀପ୍ତ ହୃଦୟ,ତାଙ୍କ ଆତ୍ମାର ଆହ୍ୱାନ ଧାରଣା କରିଥିଲା କିଭଳି ବଞ୍ଚିବା ଉଚିତ।ପାଭେଲ ଭ୍ଲାସଭ୍ ନିଲଭ୍ ନାଙ୍କ ପୁଅ ଜଣେ ଶ୍ରମିକ ଲୋକଙ୍କର ଅଭ୍ୟସ୍ତ ଜୀବନକୁ ଛାଡି ବିପ୍ଲବୀ ହୋଇଗଲା।ଶହ ଶହ ସାଧାରଣ ନାରୀଙ୍କ ଭଳି ପେଲାଗେୟା କାରଖାନାରେ କାମ କରନ୍ତି ଏବଂ ଘରେ ମଦୁଆ ସ୍ୱାମୀଠାରୁ ମାଡ଼ ଗାଳି ଖାଇ ଦୁଃଖରେ ଦିନ କାଟନ୍ତି।


ପୁଅ ସର୍ବହରାଙ୍କ ପ୍ରତିନିଧି କରି ଯେତେବେଳେ ବିପ୍ଲବୀ ହୋଇଗଲା ସେତେବେଳେ ମା ପେଲାଗୟା ପୁଅ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇ ପଡିଥିଲେ। ପୁଅ ମା ର ଅବିଚ୍ଛେଦ୍ୟ ଅଙ୍ଗ। ପୁଅ ଆଖିରେ ବିପ୍ଳବ ନିଆଁ।ଏକା ଛାଡ଼ିଦେଇନି ମା ତା ହୃଦୟର କାଲିଜାକୁ।


ନିଜ ଚତୁଃପାର୍ଶ୍ୱର ଅତ୍ୟାଚାର, ଅନ୍ୟାୟ,ଦୂଷିତ ବାତାବରଣ ବିରୁଦ୍ଧରେ ପୁଅ ପାଭେଲ ଭ୍ଲାସଭ ସଂଗ୍ରାମ ହିଁ ତାକୁ ମଣିଷ କଣ, କେମିତି ବଂଚିବା ଉଚିତ, ଜୀବନର ରୂପ ପରିବର୍ତ୍ତନ ପଥରେ ଅଗ୍ରସର କରାଇଲା ବେଳେ ମା ପେଲାଗୟା ତାଙ୍କ କାନ୍ଧ ସହ କାନ୍ଧ ମିଳାଇ ଠିଆ ହୋଇଥିଲେ।ମା କହୁଥିଲେ ରକ୍ତର ନଦୀ ବୁହାଇ ଦେଲେ ମଧ୍ୟ, ସତ୍ୟ ତା ମଧ୍ୟରେ ବୁଡି ଯାଇ ପାରିବ ନାହିଁ।


ପୁଅ ପାଭେଲର ଘନିଷ୍ଠ ବିପ୍ଲବୀ ବନ୍ଧୁମାନେ ପେଲାଗୟା ଙ୍କୁ ନିଜ ଆତ୍ମୀୟ ଭଳି ଦେଖନ୍ତି।ସମସ୍ତେ ତାଙ୍କୁ ଡାକନ୍ତି "ମା"।ପେଲାଗୟା ମାଧ୍ୟମରେ ସେମାନେ ସମସ୍ତେ ଅନୁଭବ କରଥିଲେ ସମଗ୍ର ବିଶ୍ୱ ଭାତୃତ୍ୱର ଅନୁଭୂତି।ସେମାନେ କହୁଥିଲେ'"ଆମେ ସମସ୍ତେ ଗୋଟିଏ ମା ର ସନ୍ତାନ। "


ଶେଷ ଜୀବନ ମା ର୍ ଅତି ଦୁଃଖଦ। ପୋଲିସ ପାହାରରେ ମା ର ମୁଣ୍ଡ ଘୁରି ଯାଇଛି।ତଥାପି ଦୁର୍ବଳତା ଚାପି ମା ଚିତ୍କାର କରିଛି "ଏକ ହୁଅ, ଏକ ହୁଅ"। ପୋଲିସ ମା କଲର୍ ଧରି ଜୋରେ ହଲେଇ ଦେଇ କହୁଛି ,"ଚୁପ୍ କର୍ ଶାଳୀ "। ମାର ପଛ ପାଖ ମୁଣ୍ଡ ବାଡେଇ ହୋଇ ଯାଇଛି କାନ୍ଥରେ। ତଥାପି ମା କହୁଥାଏ, " ଭୟ କରନା ଭୟ କରନା। ଏ ତ କିଛି ନୁହେଁ, ଯେଉଁ ଅତ୍ୟାଚାର ପ୍ରତିଦିନ ତୁମ କଲିଜାକୁ, ତୁମ ଆତ୍ମାକୁ କୋରି ଖାଉଛି,ତା ଠାରୁ ଏ କିଛି ନୁହେଁ।" 


ଶେଷରେ ବିଶ୍ୱକୁ ମଣିଷ,ମଣିଷ ପରି ବଞ୍ଚୁ ବାର୍ତ୍ତା ଦେବା ପାଇଁ ପୋଲିସ ତଣ୍ଟି ଚିପାରେ ଶେଷ ହୋଇ ଯାଇଛି ମା ର ଜୀବନ ଦୀପ।ପୁଅ ପାଇଁ,ପୁଅ ସହିତ ମା ଥିଲା ସବୁ ଦୁଃଖ ସମୟରେ,ଯେଉଁ ପୁଅ ଜଣେ ବିପ୍ଲବୀ ସାଜିଥିଲା।


ଆଜିଯାଏ ଯେତେ ବହି ପଢ଼ିଛି 'ମା 'ର ଛାପ ମୋ ହୃଦୟ କାନ୍ଥରେ ଛାପି ହୋଇଯାଇଛି। ମା ମୋ ଜୀବନର ଶେଷ୍ଠ ପଢିବା ପୁସ୍ତକ।"ପେଲାଗୟା ନିଲଭ୍ ନା" ଶ୍ରେଷ୍ଠ ଚରିତ୍ର। କିଛି ଧାଡି ବି ଆଜିଯାଏ ମୋର ମନେ ଅଛି ।ଯେମିତି କି--


"ପୁନର୍ଜୀବିତ ଆତ୍ମାକୁ ତ କେହି ହତ୍ୟା କରି ପାରେ ନାହିଁ,ରକ୍ତର ନଦୀ ବୁହାଇ ଦେଲେ ମଧ୍ୟ,ସତ୍ୟ ତା ମଧ୍ୟରେ ବୁଡି ଯାଇ ପାରେନା..."


"ଆମେ ସମସ୍ତେ ଗୋଟିଏ ମା ର ସନ୍ତାନ।ସାରା ଦୁନିଆର ଶ୍ରମିକ ଭାତୃତ୍ୱର ଅଜୟ ବିଚାରର ସନ୍ତାନ।"


"ନିଜ ଚତୁଃପାଶ୍ୱସ୍ଥ ଦୂଷିତ ବାତାବରଣ ବିରୁଦ୍ଧରେ ସଂଗ୍ରାମ ହିଁ ମଣିଷକୁ ମଣିଷ କରିଦିଏ।" ଏପରି କିଛିଟା ବାକ୍ୟ ଏବେ ବି ମୋତେ ଜଳ ଜଳ ଦିଶିଯାଏ।


ହେ ଚିର ନମସ୍ୟ ଗର୍କି ! ଆପଣଙ୍କୁ ମୁଁ 'ଆଭା ସାମନ୍ତ' ମୋ ଅନ୍ତର ତଳୁ ବାଢୁଛି ସଭକ୍ତି ସମ୍ମାନ,ଶ୍ରଦ୍ଧା ସୁମନ।'ମା' ରେ ମା ଟିଏର ପରିଚୟ ଖୁବ୍ ଦୋହଲାଇ ଦେଇଥିଲା ମୋତେ।ସତରେ ସେଇ ଅବୁଝା ବୟସରେ ମୁଁ ପଡିଯାଇଥିଲି ମା ପ୍ରେମରେ।ମା ବହି ପଡିଲା ବେଳେ ମୋ ଲୋମ ମୂଳ ଟାଙ୍କୁରି ଉଠିଥିଲା। ସତରେ ବିପ୍ଳବ ଏମିତି ଆସେ ମା ହୋଇ, ଛାତି ଥରାଇ !!ମୋତେ ଲାଗେ ଏ ବିଶ୍ୱ ଟା ଗର୍କିଙ୍କ 'ମା ପେଲାଗୟା ନିଲଭ୍ ନା' ମୟ ହୋଇ ଯାଆନ୍ତା କି.......



Rate this content
Log in

Similar oriya story from Tragedy