STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଉପର ଵାଲା ଯୋଡି

ଉପର ଵାଲା ଯୋଡି

3 mins
294

ଇନ୍ଦ୍ରଙ୍କୁ ଶଚି !

ଜାତକ ଦେଖୁ ଦେଖୁ ଜ୍ୟୋତିଷ ମହାଶୟ ସେଦିନ ଉଲ୍ଲସିତ ହୋଇ କହିଥିଲେ, କି ରାଜ ଯୋଟକ ! ବିରଳ ଯୋଡିର ସଂକେତ ଏ। ଆମ ସମାଜରେ ଏମିତି ଜାତକ ମେଳ ଖାଇବା କ୍ଵଚିତ ଦେଖାଯାଏ । ଉତ୍ତମ ଅତି ଉତ୍ତମ ଜୀବନ ସାଥୀ ଏ ଦୁହେଁ ହେବେ। ଜୀବନ ସାରା ଏ ଯୋଡ଼ିଙ୍କର ପରସ୍ପର ପ୍ରତି ସ୍ନେହ ସମ୍ମାନ ଓ ପ୍ରେମ ଊଣା ହେବ ନାହିଁ 

ସତରେ ଏମିତି ହେବ ଜ୍ୟୋତିଷେ !

ସତମିଛ କଥା ଉଠୁଛି କେଉଁଠି ? ଏ ତ ଉପର ବାଲାର ଇଚ୍ଛା । ସ୍ୱର୍ଗ ପୁରୀରେ ଦେବତା ମାନଙ୍କ ରାଜା ଇନ୍ଦ୍ର । ଶଚି ଇନ୍ଦ୍ରଙ୍କ ପତ୍ନୀ। ଏ ମର୍ତ୍ତ ନାମକ ସ୍ୱର୍ଗପୁରୀର ଏ ଦୁଇ ମଣିଷଙ୍କ ନାମ ବି ଯୋଗକୁ ଦେଖୁନ ଇନ୍ଦ୍ର ଓ ଶଚି। ଇନ୍ଦ୍ର ଭାରି ବିଳାସ ପ୍ରିୟ। ଶଚି ତ ଅସାମାନ୍ୟା ସୁନ୍ଦରୀ ଥିଲେ। ଏ ଝିଅ ଶଚି ବି ସେତିକି ସୁନ୍ଦରୀ ଓ ସୁଶିଳ । ଯଥାଶୀଘ୍ର ଏମାନଙ୍କୁ ହାତକୁ ଦିହାତ କରି ଦିଅନ୍ତୁ । ଏମାନଙ୍କୁ ଏମାନଙ୍କ ଖୁସି ଦିଆଯାଉ। ଅଟକେଇଲେ ବି ଅଟକିବି ନାହିଁ ଏମାନଙ୍କ ବିବାହ। ମାର୍ଚ୍ଚ ଏଗାର ସର୍ବୋତ୍କୃଷ୍ଟ ଦିନ। ଏମାନଙ୍କ ଶୁଭ ବିବାହ କରି ଦିଅନ୍ତୁ।

   ଗୋଟିଏ ଦେଖାରେ ଶଚିଙ୍କ ହସ ଓ ନୀଳ ଆଖିର ଗଭୀର ସମୁଦ୍ରରେ ବୁଡି ଯାଇଥିଲେ ଇନ୍ଦ୍ର। ବାପା ଯେତେବେଳେ ତାଙ୍କ ବାପାବ୍ରହ୍ମା ମହାନ୍ତିଙ୍କୁ ପଚାରିଲେ, ମୋ ଝିଅ ଆପଣଙ୍କର ପସନ୍ଦ ତ ? ପ୍ରସ୍ତାବ ଆଗକୁ ଆଗେଇ ନେବା ?

   ବାପା କଣ ଉତ୍ତର ଦେବେ ଉତ୍ତାବେଲା ହୋଇ ତତକ୍ଷଣାତ ପୁଅ ବାବୁ ଉଠିପଡ଼ି କହିଲେ,ହଁ ହଁ ଆମର ପସନ୍ଦ। ପ୍ରସ୍ତାବ ଆଗାନ୍ତୁ। କଣ ବାପା ଠିକ୍ କହିଲି ନା ?

   ତାଙ୍କ ସହ ମୋତେ ଦେଖିବାକୁ ଆସିଥିବା ବାପା, ମାଆ ଓ ମାମୁ ବିସ୍ମୟ ହୋଇ ଇନ୍ଦ୍ରଙ୍କ ମୁହଁକୁ ଚାହିଁ କହିଲେ ତୋର

ପସନ୍ଦ !!

   ଆପଣମାନଙ୍କର ପସନ୍ଦ ନୁହେଁ କି ! ୟାଙ୍କ ଠାରୁ ଅଧିକ ସୁନ୍ଦରୀ ଝିଅ ଥିବେ ମୋତେ କାଇଁ ଲାଗୁନାହିଁ ! କି ଚମତ୍କାର ନୀଳ ନୀଳ ଭସା ଆଖି, ଅମୃତଭଣ୍ଡା ପରି ଶରୀର,ଘନ କେଶ, ତରଭୁଜ ଭିତର ପରି ଓଠ ଓ କୁନି କୁନି ସୁନ୍ଦର ହଳେ ପାଦ ଆଉ କେଉଁ ଝିଅର ଥିବ ଏ ସୃଷ୍ଟିରେ !

    ଛିଃ କି ବେଲଜ୍ୟା କଥା ! ଏମିତି କଣ ମୋତେ ଦେଖି ଏ କହୁଛନ୍ତି ଭାବି ଲାଜରେ ମୋ ମୁହଁ ଗାଜର।

    ଆରେ ବାବାରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ହୋଇ ଗଲୁଣି କି ଭଣଜା ? ଏ ଝିଅ ନିଶ୍ଚିତ ସୌନ୍ଦର୍ଯ୍ୟର ଦେବୀ ଏଥିରେ ଦ୍ବିମତ ନାହିଁ। ଆମର ପ୍ରାୟ ଝିଅ ପସନ୍ଦ ହେଉଥିଲେ। ତୁ ହିଁ କାହାର ନଖ ମରିଛି, କାହାର କେଶ କମ୍ କିଏ ,କିଏ ମୁଖୁ ଦାନ୍ତୁରି କାହାର ବାହାଡ଼ା ଦାନ୍ତ, ମୋଟୀ କି ପତଳୀ କହି ନାପସନ୍ଦ କରୁଥିଲୁ। ମୋତେ ତ ଲାଗୁଥିଲା ତୋ ପାଇଁ ଝିଅ ଜନ୍ମ ହୋଇ ନାହାନ୍ତି।କିନ୍ତୁ ତୋର ଯେ କେହି ପସନ୍ଦ ହେଲେ ସେଥିପାଇଁ ଈଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ । ଆଉ ଡେରି କାହିଁକି ଭାଇ ଶୁଭସ୍ୟ ଶୀଘ୍ରମ୍ ।

    ଗୋରା ମୁହଁଟି ଆହୁରି ପାତି ମାଙ୍କଡ଼ ପରି ଦିଶିଲା ଇନ୍ଦ୍ରଙ୍କର। ସତକୁ ସତ ମାର୍ଚ୍ଚ ଏଗାର ତାରିଖ ଦିନ ବିବାହ ସ୍ଥିର ହୋଇଗଲା। ମାତ୍ର ଆଠ ଦିନ ମଧ୍ୟରେ ବାହାଘର ହେବ। ଦୁଇ ପରିବାର ପୁରା ଦମରେ ବାହା ଘର ପାଇଁ ଲାଗି ପଡ଼ିଥାନ୍ତି। ହଠାତ ଏକ ମାରାତ୍ମକ ପରିସ୍ଥିତି ବାହାଘର ମୋଡ଼ ବଦଳାଇ ଦେବା ଉପରେ ଉପୁଜିଲା। 

    ଇନ୍ଦ୍ରଙ୍କ ଘରେ ଖବର ପହଞ୍ଚିଲା ମୋର କୁଆଡେ କାହା ସହ ପ୍ରେମ ସମ୍ପର୍କ ଅଛି। ମୁଁ କାହାକୁ ଭଲ ପାଏ। ଖୋଦ ଏ କଥା ମୁଁ ଭଲ ପାଉଥିବା ଶିତିକଣ୍ଠ ଯାଇ ତାଙ୍କ ଘରେ କହିଛି।

     ଶିତିକଣ୍ଠ ଆମ ପାଖ ଗାଁ ର ଯୁବକ । ଭଲ ପଢିବା ସହ ଅଫିସର ଟିଏ ବି ହୋଇଛି । ତାର ମୋର ଅତି ଘନିଷ୍ଠ ସମ୍ପର୍କ। ମୁଁ କଥା ଦେଇଛି ତାକୁ ହିଁ ବିବାହ କରିବି ବୋଲି ମିଥ୍ୟା ପ୍ରଘଟ କରିଦେଲା ଚାରି ଆଡ଼େ। ପ୍ରକୃତ କଥା ସେ ମୋତେ ତାଙ୍କ ଗାଁ ଶିବ ମନ୍ଦିରରେ ଦେଖି ଲୋଭେଇ ଯାଇଥିଲା। ଆମ ଘରକୁ ବି ମୋ ସହ ତାର ପ୍ରସ୍ତାବ ନେଇ ତାଙ୍କ ବାପା ଆସିଥିଲେ। ମୋ ଦାଦା ମନା କଟିଦେଲେ। କାରଣ ଭଲ ପଢିବା ଭଲ ଚାକିରୀ ଗୋଟିଏ ଭଲ ଜ୍ବାଇଁ ହେବାର ମାନଦଣ୍ଡ ହୋଇ ନ ପାରେ । ଶିତିଟିର ଡ଼ହରାମି ଓ ଝିଅଙ୍କ ପଛେ ଗୋଡେଇବା ଗୁଣ ଅଛି ବୋଲି ଦାଦା ଜାଣି ଥିଲେ। ଉପଯୁକ୍ତ ହୃଦୟର ମଣିଷ ଟିକୁ ସେ ତାଙ୍କ ଶଚି କୁ ବିଭା ଦେବେ। ଏଣୁ ପ୍ରସ୍ତାବ ଅଗ୍ରାହ୍ୟ କରି ଦେଇଥିଲେ।

   ଏହି ରାଗରେ ମୋତେ ବଦନାମ କରି ଆଉ ଦୁଇ ଦିନ ମୋ ବାହାଘର ଅଛି ଭାଙ୍ଗିବା ଚେଷ୍ଟାରେ ଶେଷ ସୀମାକୁ ଚାଲିଗଲା ଶିତି କଣ୍ଠ। ଆମ ଘରେ ଭାଲେଣି ପଡିଲା।ଅନୁକୂଳ ସରିଲାଣି। ଏତେ ଖରାପ କଥା ଶୁଣି କେହି ବୋହୁ କରିବାକୁ ଚାହିଁବ ! କଣ ହେବ ଏବେ !

    ମାତ୍ର ସମସ୍ତ କଳ୍ପନା ଜଳ୍ପନାକୁ ଶେଷ କରି ଇନ୍ଦ୍ର ଯାହା କହିଲେ ଶୁଣି ସଭିଙ୍କ ହୋସ ଉଡ଼ିଗଲା । 

 ବାହା ହେବିତ କେବଳ ଶଚିଙ୍କୁ। ନଚେତ୍ ନାହିଁ।

  ସମସ୍ତେ ବିସ୍ମୟରେ କହିଲେ ଇନ୍ଦ୍ର ପ୍ରେମ ପାଗଳ ହୋଇ ଯାଇଛି ତା ମୁଣ୍ଡ କାମ କରୁନି।

   ଯୋଡ଼ି ନାଗରା ଆମ ଘର ଆଗରେ କହୁଥିଲା ଉପର ବାଲା ଏ ଯୋଡି ବନେଇଛନ୍ତି କିଏ ଏମାନଙ୍କୁ ଅଲଗା କରି ପାରିବ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational