STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଝରଣା ପାଣି

ଝରଣା ପାଣି

1 min
314



 ଡିଭୋର୍ସ ହୋଇଗଲା ! 


ଅନେକ ଆରୋପ ପ୍ରତ୍ୟାରୋପ ଦୋଷ ଲଦା ଲଦି ହେଲା ପରେ ଦୁହେଁ। ମୁଁ କହିଲି ସେ ଜୁରୀ ସହ ସମ୍ପର୍କ ରଖୁଛନ୍ତି ମୋତେ ବିବାହ କରି। 

  ସେ କହିଲେ, ମୋର ପ୍ରତିଷ୍ଠା , ସାମାଜିକ ସମ୍ମାନ ଖୁବ୍ ଉପରେ। ଏତେ ବୋକି ଝିଅଟାକୁ ନେଇ ଚାଲିପାରିବେ ନାହିଁ ଜୀବନ ତମାମ।

   କିନ୍ତୁ ଏତେ ଜଲଦି ଡିଭୋର୍ସ ହୋଇଗଲା ! ତୁମେ ମୋଠାରୁ ଛୁଟକରା ପାଇବାକୁ ଏମିତି ଉତ୍ତାବେଲା ଥିଲ !

     ହଁ ତୁମ ପରି ଝିଅ ପାଖରେ ଥିଲେ ଏପରି କରିବାକୁ ପଡେ ।

   ମୋ ପରି ! ମୁଁ ସତରେ ଏତେ ବୋକି ! ସତ କହିବ ତୁମ ସହ ଚାଲିବାକୁ କେବେ କେଉଁଥିରେ ଅମଙ୍ଗ ଥିଲା ଏ ପାଦ ନା ମନ ! 

     ଅନେକ ମାରାତ୍ମକ ରୋଗରେ ଆକ୍ରାନ୍ତ ତୁମ ହୃଦୟ।

     ରୋଗ ! କେଉଁ ରୋଗ ! ମୋତେ ତ କିଛି ରୋଗ ହୋଇ ନାହିଁ !

     ଏଇ ଅତି ସରଳ ,ଅତି ସୁନ୍ଦରୀ ,ଅତି ଭଲ ପାଇବା,ହଠାତ୍ କାହାକୁ ବିଶ୍ବାସ ଭରସା କରି ନିଜକୁ ଉନ୍ମୁକ୍ତ କରିଦେବା ପରି ଅନେକ ରୋଗରେ ଆକ୍ରାନ୍ତ ତୁମେ।

   ଠିକ୍ ଅଛି ଏଇ ରୋଗିଣୀ ଟାକୁ ନେଇ ଆଉ ହନ୍ତସନ୍ତ ହେବନି। ଏବେ ଠାରୁ ଆମ ରାସ୍ତା ଭିନ୍ନ। 

   ସ୍ୱାଗତମ । ଆସ ମୋ ଜୀବନକୁ କହି ଦୁଇ ବାହୁ ପ୍ରସାରି ଥିଲେ ସଂଜୟ।

     ବିସ୍ମୟ ଚକିତ ହୋଇ ନିର୍ବାକ ହୋଇଗଲି। ସଂଜୟ ପାଗଳ ହୋଇଗଲେ ନା କଣ ?

     ଆରେ ବୋକାଙ୍କ ପରି କଣ ଅନେଇଛ ମିସେସ୍ ସଂଜୟ ସୋନା ତ୍ରିପାଠୀ ! ତୁମକୁ ନୁହେଁ ଜୁରୀକୁ ମୋ ଜୀବନରୁ ଆଜୀବନ ଡିଭୋର୍ସ ଦେଇ ଦେଲି। ସୁଶୀତଳ ଝରଣା ପାଣି ଶୋଷ ମେଣ୍ଟାଏ ଥଣ୍ଡା ପାନୀୟ ନୁହେଁ ଏଇତକ ବୁଝୁବାକୁ ମୋତେ ଦୁଇ ବର୍ଷ ଲାଗିଗଲା। ଅନେକ ଅନ୍ୟାୟ ତୁମ ସହ କରିଛି, କ୍ଷମା କରିଦିଅ । ଆସ ଏବେ ମୋ ଜୀବନ ପରିଧିକୁ।

    

ଆଖି ମୋର ମଥା ଉପରକୁ ଉଠିଗଲା ଯେପରି।


  


Rate this content
Log in

Similar oriya story from Inspirational