STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଜୀବନର ଫାଟ

ଜୀବନର ଫାଟ

3 mins
3

ବାବା ତୁମେ ଏତେ  ସବୁ ସୁନ୍ଦରଭାବେ  ସିଲେଇ କରି ଦେଉଛ ଅଥଚ ...


ଅଥଚ କଣ ନିନି ।


ଯେତେ ଫଟା କଟା କପଡା ହେଉ କି ନୂଆ ଯୋଡିଯାଡ଼ି ଚମତ୍କାର ଡିଜାଇନ୍  କରିଦିଅ। ସେଇଥିପାଇଁ ତ ଏତେ ବଡ଼ ସହରରେ ତୁମେ ସମସ୍ତଙ୍କର ପସନ୍ଦିଆ ଟେଲର୍ । ଦୂର ଦୂରାନ୍ତରୁ ପ୍ରତିଦିନ କେତେ ସିଲେଇ ଅଡ଼ର୍ ଆସେ। ନିଲୟ ନିର୍ବଦ୍ଧକ ଓଲଫ ନିଲୁ ଭାଇ ର ନାଁ ଡାକ। କେତେ ଧନୀ ଲୋକଙ୍କର ବିବାହ ବସ୍ତ୍ର ତୁମେ ତିଆରି କରିବ ବୋଲି ବରାଦ ଆସୁଛି। କିନ୍ତୁ ମୁଁ ବୁଝି ପାରୁନାହିଁ ସମସ୍ତଙ୍କୁ ଯୋଡି ଯୋଡି ଖୁସି ଭରି ଦେଉଥିଲା ବେଳେ ନିଜ ଜୀବନ ଯୋଡି ପାରିଲ ନାହିଁ !


ଜୀବନ କପଟା  ନୁହେଁ ନିନି । ଫଟା ଜୀବନକୁ କେଉଁ ସୂତା ଏବଂ କେଉଁ ଛୁଞ୍ଚିରେ ଯୋଡ଼ା ହେବ ମୁଁ ଜାଣିନି ଝିଅ। ସେଥିପାଇଁ ଫାଟ ଟି ସିଲେଇ କରି ପାରୁନି।


ବାବା ! କଣ ହୋଇଥିଲା ମାଆ ଓ ତୁମ ଜୀବନରେ ? ଏବେ ମୁଁ ଗ୍ରୋନ୍  ଅଫ୍ ଗାର୍ଲ ବାବା। କୁହ ତୁମ ଜୀବନର ଦୁର୍ଘଟଣା କଥା । ମୁଁ ବୁଝି ପାରିବି। ପ୍ରମିଜ କରୁଛି କେବେ ତୁମକୁ ଭୁଲ୍ ବୁଝିବିନି। କୁହ ବାବା କଣ ଏମିତି ଘଟିଲା ଯେ ତୁମ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା ଏବଂ ସେଇ ଫାଟରେ ଗଳି ପଡ଼ିଲି ମୁଁ  ?ଏବେ କେଉଁଠି ମୋ ମାଆ ଯାହାର ନାଁ କେବଳ ତୁମଠାରୁ ଶୁଣିଛି। ଯାହାର ଚେହେରା କେବଳ ଫଟୋରେ ଦେଖିଛି ସିନା ନିଜ ଆଖିରେ ଦେଖିନି ?


ଏବେ କେମିତି ଦିଶୁଥିବ ମାଆ ? ମୋର ବହୁତ ଇଚ୍ଛା ହେଉଛି ମାଆକୁ  ଦେଖିବାକୁ ବାବା । 


ତୁ ତିନି ବର୍ଷର ହୋଇଥାଉ। ​ସେଦିନ ରାତିରେ ମୋ ସିଲେଇ ଦୋକାନରେ ଏକ ଆକସ୍ମିକ ଝଡ଼ ବହିଗଲା। ଯେଉଁ ଝଡ଼ ତୋ ମାଆ ଓ ମୋ ଜୀବନକୁ ଛାରଖାର କରିଦେଲା। ସହରର ସବୁଠାରୁ ପ୍ରତିଷ୍ଠିତ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏକମାତ୍ର ପୁଅର ବିବାହ ପାଇଁ ପ୍ରସ୍ତୁତ ହେଉଥିଲା ସେ ବର୍ଷର ସବୁଠାରୁ ମହଙ୍ଗା ଏବଂ ଅନନ୍ୟ ବାହାଘର ପୋଷାକ। ସେହି ପୋଷାକରେ ସୁନା ଓ ରୂପାର ତାରକସି କାମ ହୋଇଥିଲା ।


​ହଠାତ୍ ସର୍ଟ ସର୍କଟି ହୋଇ ଦୋକାନରେ ନିଆଁ ଲାଗି ସେହି ବହୁମୂଲ୍ୟ ପୋଷାକଟି ପୋଡ଼ିଯାଇଥିଲା ଏବଂ ସେଥିରେ ଲାଗିଥିବା ଦାମୀ ଅଳଙ୍କାରଗୁଡ଼ିକ ତରଳି ପାଉଁଶରେ ଲଟର ପଟର ହୋଇ ଯାଇଥିଲା।ଧନୀ ବ୍ୟକ୍ତି ଜଣକ ରାଗରେ ଏମିତି ଅନ୍ଧ ହୋଇ ଯାଇଥିଲେ ଯେ ମୁଁ ସମସ୍ତ ସୁନାରୁପା ହଡ଼ପ କରିବାପାଇଁ ଏପରି ଯୋଜନାବଦ୍ଧ ନିଆଁ ଲଗାଇବା କାର୍ଯ୍ୟ କରିଛି ବୋଲି  ମୋ ନାଁରେ ଏକ ମିଥ୍ୟା ଓ ସଙ୍ଗୀନ ଅଭିଯୋଗ କରିଥିଲେ।। ପୋଲିସ ଆସି ମୋତେ ବାନ୍ଧି ନେଇଥିଲା।


​ସେହି ସଙ୍କଟ ସମୟରେ ତୋ ମାଆ ଏକ ଅଦ୍ଭୂତ ନିଷ୍ପତ୍ତି ନେଲା। ସେ ଜାଣିଥିଲା ଯେ ଯଦି ଏହି ମାମଲାରେ ମୋତେ ଜେଲ୍‌ ହୋଇଯାଏ, ତାହେଲେ ସେଠୁ ମୋତେ ମୁକୁଳେଇବା କଷ୍ଟସାଧ୍ୟ ହେବା ସହ ମୋର ସମଗ୍ର କଳାକାର ଜୀବନ ଏବଂ ସମ୍ମାନ ଧୂଳିସାତ୍ ହୋଇଯିବ। ତେଣୁ, ତୋ ମାଆ ନିଜେ ସେହି ଦୋଷ ନିଜ ମୁଣ୍ଡକୁ ନେଇଗଲା।।


ପରେ ଜାଣିଲି ସେ ପ୍ରତିଷ୍ଠିତ  ବ୍ୟକ୍ତିର ପୁଅ ତୋ ମାଆ ପାଇଁ ଦେବଦାସ ପରି ପାଗଳ ହୋଇ ବୁଲୁଥିଲା। ଏକ ତରଫା ପ୍ରେମ କରୁଥିଲା  ସେ ତୋ ମାଆକୁ।  ପ୍ରତିଶୋଧ ନେବାପାଇଁ  ସେ ଧନୀବ୍ୟକ୍ତି ଏପରି ଷଡ଼ଯନ୍ତ୍ର କରିଥିଲା।ତୋ ମାଆ ଚରିତ୍ରହୀନା । ସେ ଧନୀବ୍ୟକ୍ତିଙ୍କ ପୁଅ ଜୀବନ ଓ ଦେହ ସହ ଖେଳି ତୋ ମାଆ କାଳେ ତାଙ୍କ ପୁଅ ଜୀବନ ନଷ୍ଟ କରିଛି।  ଏପରିକି ଲକ୍ଷ ଲକ୍ଷ ଟଙ୍କାର ପୋଷାକ ପୋଡି ସେଥିରେ ଥିବା ସୁନା ରୁପା ହାତେଇଛି। ଏ ସମସ୍ତ ଅପରାଧରେ ତୋ ମାଆକୁ ଜାମିନି ବିହୀନ ଦଶ ବର୍ଷ ଜେଲ ଦଣ୍ଡ ହୋଇଗଲା। ଜେଲ ଦଣ୍ଡ ଭୋଗିବା ପରେ ତୋ ମାଆ ଯେମିତି କୁଆଡେ ଉଭାନ ହୋଇଗଲା। ମୁଁ ଜାଣିନି ଝିଅ ତୋ ମାଆ ଏବେ କେଉଁଠି ?


ଜେଲରୁ ଆସି ମାଆ ଆମ ପାଖକୁ ଆସିଲା ନାହିଁ କାହିଁକି ?


କାରଣ ମୋ ବାପା ମାଆ ସେତେବେଳେକୁ ମୋର ଦ୍ଵିତୀୟ ବିବାହ ମୋ ଅନିଚ୍ଛା ସତ୍ତ୍ୱେ କରି ଦେଇଥିଲେ।


ଦ୍ଵିତୀୟ ବିବାହ ! କାଇଁ ସେ ସାବତ ମାଆ ମୋର ?


ସେ ବି ମୋତେ ଛାଡ଼ି ପଳେଇଲା। କାରଣ ନିଦ ବାଉଳା ରେ ମୁଁ ତାକୁ ଧରି ତୋ ମାଆ ନାମରେ ଅସୀମା ଅସୀମା ବଉଳି ହେଉଥିଲି। ନିହାତି ସ୍ମାର୍ଟ ଓ ବଦରାଗି ଝିଅଟା ମୋତେ ଡିଭୋର୍ସି ଦେଇ ଅନ୍ୟତ୍ର ମ୍ୟାରେଜ କରିଗଲା।


ବାବା ମୋ ମାଆ ଠାରୁ ଡିଭୋର୍ସ ଆଣି ବିବାହ କରିଥିଲ ?


ହଁ ତୋ ମାଆ ଅସୀମା ଜଣେ  ଦେବୀ । ମୋ ସୁଖ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲା।


ମାଆ ଜୀବିତ କି ମୃତ କିଛି ଜାଣିନ ?


ନା ନିନି,ଜାଣିଥିଲେ ତୋତେ କଣ ତାଠାରୁ ଦୂରେଇ ରଖି ପାରିଥାନ୍ତି !


ଖୋଜିବାକୁ ଚେଷ୍ଟା କରିଛ ?


ବହୁତ ନିନି । ମୋ ବାପାମାଆ ପାଇଁ ଏସବୁ ଘଟିଲା। ଦଶବର୍ଷ ଆଖି ବୁଜି ଦେଇଥିଲେ ପାହି ଯାଇଥାନ୍ତା। ମାତ୍ର ତୋ ମାଆ ଜେଲ ଯିବା ବର୍ଷେ ନ ପୁରୁଣୁ ସେମାନେ ମୋ ବିବାହ କରିଦେଲେ। ବିଧାତା ଖେଳ ଦେଖେ ନିନି ମୋ ଦ୍ଵିତୀୟ ସ୍ତ୍ରୀ ନା ମୋର ସ୍ତ୍ରୀ ହୋଇ ରହିଲା ନା ବାପାମାଙ୍କର ବୋହୁ ହୋଇ ପାରିଲା ?


ଦୀର୍ଘଶ୍ବାସଟିଏ ନେଇ କହିଲି ବାବା  ମନ କହୁଛି ମୋ ମାଆ ନିଶ୍ଚୟ ମିଳିଯିବ। ଆଜିଠାରୁ ମୋ କର୍ମ,ଧର୍ମ ସବୁ କେବଳ ମାଆ ଖୋଜିବା ଅଭିଯାନ ହେବ।


ମୁଁ ତ ପାରିନି, ଦେଖେ ହୁଏତ ତୁ ସଫଳ ହୋଇପାରୁ।


Satyabati swain


​

​


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational